ରାହୁଲ ଗାନ୍ଧିଙ୍କୁ କେରଳରେ ହରାଇବାକୁ ଉଦ୍ୟମ କରିବୁ : ସିପିଆଇ

ନୂଆଦିଲ୍ଲୀ : ରାହୁଲ ଗାନ୍ଧି କେରଳର ୱେନାର୍ଡରୁ ନିର୍ବାଚନ ଲଢିବା ନିଷ୍ପତ୍ତିକୁ ନେଇ ବିଜେପି ଯେତିକି ପ୍ରତିକ୍ରିୟାଶୀଳ ହୋଇନାହିଁ, ବାମଦଳ ତାଠାରୁ ଅଧିକ ପ୍ରତିକ୍ରିୟାଶୀଳ ହୋଇଯାଇଛନ୍ତି । ସିପିଆଇର ପୂର୍ବତନ ମହାସଚିବ ପ୍ରକାଶ କାରାତ କହିଛନ୍ତି ଯେ ରାହୁଲ ଗାନ୍ଧି ବିଜେପି ବିରୋଧରେ ଲଢିବା ବିଷୟ କହୁଛନ୍ତି , କିନ୍ତୁ ୱେନାର୍ଡରୁ ଛିଡା ହୋଇ ସେ ବାମପନ୍ଥୀଙ୍କ ବିରୋଧରେ ଲଢିବାକୁ ଯାଉଛନ୍ତି । ଆମେ ଏହି ଆହ୍ବାନକୁ ସ୍ବୀକାର କରୁଛୁ । ୱେନାର୍ଡରେ ରାହୁଲ ଗାନ୍ଧି ଲଢିଲେ ଆମେ ତାଙ୍କ ବିରୋଧରେ ପ୍ରଚାର କରିବୁ ।

ସେ ବିଜେପିର ପ୍ରଭାବ ଥିବା ଏକ ଆସନରେ ଲଢିବାର ଥିଲା । କିନ୍ତୁ ୱେନାର୍ଡରେ ବିଜେପିର ସତ୍ତା ନାହିଁ, ଅର୍ଥାତ ସେ ସିପିଆଇ ବିରୋଧରେ ଲଢିବାକୁ ଚାହୁଁଛନ୍ତି । ଏହାକୁ ଆମେ ଲଢେଇ ଭାବେ ସ୍ବୀକାର କରୁଛୁ ଓ ରାହୁଲ ଗାନ୍ଧି ଯେପରି ହାରିବେ ସେଥିଲାଗି ଚେଷ୍ଟା କରିବୁ । ବିଜେପି ଅଧ୍ୟକ୍ଷ ଅମିତ ଶାହା କହିଛନ୍ତି ଯେ ରାହୁଲ ଗାନ୍ଧିଙ୍କୁ ଆମେଥିବାସୀ ହିସାବ ମାଗିବାକୁ ଅପେକ୍ଷା କରି ବସିଛନ୍ତି । ସେଥିପାଇଁ ସେ ଡରରେ ଦକ୍ଷିଣକୁ ଚାଲିଯାଇଛନ୍ତି ।

ସମ୍ବନ୍ଧିତ ଖବର