ଦିଲ୍ଲୀ ପୁଲିସ ଉପରକୁ ଗୁଳି ଚଳାଇଥିବା ଶାହରୁଖ ଗିରଫ, ଉତ୍ତରପ୍ରଦେଶର ବରେଲିିରୁ ଉଠାଇଆଣିଲା ପୁଲିସ୍‌

ନୂଆଦିଲ୍ଲୀ : ଫେବ୍ରୁଆରି ମାସରେ ହୋଇଥିବା ଦିଲ୍ଲୀ ଦଙ୍ଗାବେଳେ ପୁଲିସ ଉପରେ ଗୁଳି ଚଳାଇଥିବା ଶାହରୁଖକୁ ଦିଲ୍ଲୀ ପୁଲିସ ଉତ୍ତରପ୍ରଦେଶର ବରେଲିିରୁ ଗିରଫ କରିଛି । ଗତ ଗତ ପ୍ରାୟ ୧ ସପ୍ତାହ ହେଲା ପଶ୍ଚିମ-ଉତ୍ତରପ୍ରଦେଶର ବିଭିନ୍ନ ଅଞ୍ଚଳରେ ଆତ୍ମଗୋପନ କରିଥିଲା ।

ଗତ ଫେବ୍ରୁଆରୀ ୨୪ର ଦିଲ୍ଲୀର ମୌଜପୁରରେ ଦଙ୍ଗାବେଳେ ସେ ଜଣେ ପୁଲିସ କର୍ମଚାରୀ ଦିପକ ଦହିୟାଙ୍କୁ ବନ୍ଧୁକ ଦେଖାଇବା ସହ ୮ ରାଉଣ୍ଡ ଗୁଳିଚାଳନା କରିଥିଲା । ଏହି ଘଟଣା ଘଟାଇ ସେ ଫେରାର ହୋଇଯାଇଥିଲା । ଏପରିକି ତା ପରିବାର ମଧ୍ୟ ଫେରାର ହୋଇଯାଇଥିଲା । ମିଳିଥିବା ସୂଚନା ଅନୁସାରେ ସେ ପ୍ରଥମେ ହରିୟାଣା ଓ ତାପରେ ଉତ୍ତରପ୍ରଦେଶରେ ଆତ୍ମଗୋପନ କରିଥିଲା । ତାକୁ ଗିରଫ କରିବା ପାଇଁ ପୁଲିସ ଉପରେ ସବୁଆଡ଼ୁ ଚାପ ପଡ଼ୁଥିଲା । ଗତ କାଲି ଦିଲ୍ଲୀ ପୁଲିସର ଏକ ସ୍ୱତନ୍ତ୍ର ଦଳ ପଶ୍ଚିମ ଉତ୍ତରପ୍ରଦେଶର ବିଭିନ୍ନ ସହରରେ ଚଢଉ କରିଥିଲା । ଅନ୍ୟପକ୍ଷରେ ଦିଲ୍ଲୀରେ ଥିବା ତା’ଘରୁ ବିପୁଳ ପରିମାଣରେ ଆପତ୍ତିଜନକ କାଗଜପତ୍ର ଓ ଲେଖା ଜବତ ହୋଇଛି । ଏହି ଗିରଫଦାରି ସଂପର୍କରେ ଆଜି ଅପରାହ୍ଣ ୩ଟା ୩ରେ ଏକ ସ୍ୱତନ୍ତ୍ର ସାମ୍ବିଦିକ ସମ୍ମିଳନୀ କରିବ ଦିଲ୍ଲୀ ପୁଲିସ ।

ସମ୍ବନ୍ଧିତ ଖବର