୩ ହଜାର ଟଙ୍କା ଲାଞ୍ଚ ନେଇ ପୂର୍ବ ଡାଟା ଏଣ୍ଟ୍ରି ଅପରେଟର ଗିରଫ

ଖୋର୍ଦ୍ଧା : ବୋଲଗଡ଼ ବ୍ଲକରେ ଡାଟା ଏଂଟ୍ରି ଅପରେଟର ଭାବେ କାମ କରୁଥିବା ପ୍ରସନ୍ନ କୁମାର ମହାପାତ୍ର ୩ ହଜାର ଟଙ୍କା ଲାଂଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।

ଖୋର୍ଦ୍ଧା ଭିଜିଲାନ୍ସ ଡିଏସପି ସୁଶାନ୍ତ ପାଣିଗ୍ରାହୀଙ୍କ ସୂଚନାନୁସାରେ, ପ୍ରସନ୍ନ ମହାପାତ୍ର ବ୍ଲକ କାର୍ଯ୍ୟାଳୟରେ ଡାଟା ଏଂଟ୍ରି ଅପରେଟର ଭାବେ କାମ କରୁଥିଲେ । ଏବେ କାମ କରୁନାହାନ୍ତି । ଚେବେ ଆଜି ସେ ଖଙ୍ଗୁରିଆ ଗାଁର ବିକାଶ କୁମାର ସ୍ୱାଇଁଙ୍କୁ ବିବାହ ପଂଜୀକରଣ ପ୍ରମାଣପତ୍ର କରାଇଦେବା ପାଇଁ ଲାଂଚ ମାଗିଥିଲେ । ଏନେଇ ବିକାଶ ଭୁବନେଶ୍ୱର ଭିଜିଲାନ୍ସ ଏସପି କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ । ଆଜି ଟଙ୍କା ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ଏନେଇ ୩/୨୦୨୧ରେ ମାମଲା ରୁଜୁ କରାଯିବା ସହ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ସମ୍ବନ୍ଧିତ ଖବର