୬ଟି କୋଇଲା ବ୍ଲକର ଆବଣ୍ଟନ ରଦ୍ଦ, ତାଲିକାରେ ଓଡ଼ିଶାର ବାଙ୍କୁଇ

ନୂଆଦିଲ୍ଲୀ : କେନ୍ଦ୍ର କୋଇଲା ମନ୍ତ୍ରାଳୟ ପକ୍ଷରୁ ୬ଟି କୋଇଲା ବ୍ଲକର ଆବଣ୍ଟନକୁ ରଦ୍ଦ କରାଯାଇଛି । ଏହି କୋଇଲା ବ୍ଲକ ଗୁଡ଼ିକ ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼ ଓ ମହାରାଷ୍ଟ୍ରରେ ଅବସ୍ଥିତ ।
ଏସବୁ କୋଲବ୍ଲକ ୨୦୦୭ରୁ ୨୦୧୦ ମଧ୍ୟରେ ବିଭିନ୍ନ ରାଷ୍ଟ୍ରାୟତ ବିଦ୍ୟୁତ ଉତ୍ପାଦନକାରୀ କମ୍ପାନିମାନଙ୍କୁ ସେମାନଙ୍କ ଦ୍ୱାରା ପ୍ରତିଷ୍ଠା ହେବାକୁ ଥିବା ତାପଜ ବିଦ୍ୟୁତ ପ୍ରକଳ୍ପର ଆବଶ୍ୟକତା ମେଣ୍ଟାଇବାକୁ ଆବଣ୍ଟିତ ହୋଇଥିଲା । କିନ୍ତୁ ପ୍ରାୟ ଏକ ଦଶନ୍ଧି ବିତିଯାଇଥିଲେ ମଧ୍ୟ ଏସବୁ ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକରେ କୌଣସି ଅଗ୍ରଗତି ନ ହେବାରୁ ସରକାର ଏହି ପଦକ୍ଷେପ ନେଇଛନ୍ତି ।

ବାତିଲ ହୋଇଥିବା ଏହି ପ୍ରକଳ୍ପ ଗୁଡ଼ିକ ହେଲେ ଓଡ଼ିଶାର ବାଙ୍କୁଇ, ଝାଡ଼ଖଣ୍ଡର ମଉରି ଓ କେରଣ୍ଡାଇ, ମହାରାଷ୍ଟ୍ରର ବିଭକୁଣ୍ଡ,ଛତିଶଗଡ଼ର ପିଣ୍ଡ୍ରାଖି ଓ ପୁଟାପାରୋଗିଆ । ଏସମସ୍ତ କୋଇଲା ବ୍ଲକର ମୋଟ ଗଚ୍ଛିତ କୋଇଲା ପରିମାଣ ପ୍ରାୟ ୪୦୦ କୋଟି ଟନ ହେବା ଅନୁମାନ କରାଯାଉଛି ।
୨୦୧୫ରେ ସୁପ୍ରିମକୋର୍ଟ ୨୦୪ଟି କୋଇଲା ବ୍ଲକ ଆବଣ୍ଟନକୁ ରଦ୍ଦ କରିଦେଇଥିଲେ । ଏସବୁ କୋଇଲା ବ୍ଲକଗୁଡ଼ିକ ଆଇନ ଅନୁସାରେ ଆବଣ୍ଟନ ହୋଇ ନଥିବା ବୋଲି କୋର୍ଟ କହିଥିଲେ । କିନ୍ତୁ ସେତେବେଳେ ଏହି କୋଲ ବ୍ଲକଗୁଡ଼ିକର ଆବଣ୍ଟନ ରଦ୍ଦ କରାଯାଇ ନଥିଲା ।

ଅନ୍ୟପକ୍ଷରେ ରଦ୍ଦ ହୋଇଥିବା ଏସବୁ କୋଇଲା ବ୍ଲକ ମଧ୍ୟରୁ ୩୧ ଟି କୋଇଲା ବ୍ଲକକୁ ନିଲାମ ମାଧ୍ୟମରେ ପୁଣି ଥରେ ଆବଣ୍ଟନ କରାଯାଇଛି । ଅବଶିଷ୍ଟ ବ୍କକ ଗୁଡ଼ିକର ଆବଣ୍ଟନ ପ୍ରକ୍ରିୟା ଜାରି ରହିଛି ବୋଲି ଜଣାଯାଇଛି ।

ସମ୍ବନ୍ଧିତ ଖବର