ମୋହଲି: ଭାରତକୁ ରବିବାର ୪ ଓ୍ଵିକେଟରେ ଅଷ୍ଟ୍ରେଲିଆ ପରାସ୍ତ କରିଛି। ଅଷ୍ଟ୍ରେଲିଆ ବିଜୟ ଲକ୍ଷ୍ୟକୁ ୪୭.୫ ଓଭରରେ ପୂରଣ କରିଛି। ପେଟର୍‌ ହ୍ୟାଣ୍ଡସ୍କମଙ୍କ ଶତକ ଓ ଉସ୍‌ମାନ ଖାଓ୍ଵାଜାଙ୍କ ୯୧ ରନ୍‌ ବଳରେ ଅଷ୍ଟ୍ରେଲିଆ ୬ ଓ୍ଵିକେଟ୍‌ ହରାଇ ୩୫୯ ରନ୍‌ କରିଛି। ଅଷ୍ଟର୍ନ ଟର୍ଣ୍ଣର ଅପରାଜିତ ୮୪ ରନ କରିଛନ୍ତି। ଭାରତର ଯଶପ୍ରୀତ ବୁମରାଙ୍କୁ ୩ ଓ୍ଵିକେଟ୍‌ ମିଳିଥିବା ବେଳେ ଭୁବନେଶ୍ୱର କୁମାର, କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲଙ୍କୁ ୧-୧ ଓ୍ଵିକେଟ୍‌ ମିଳିଛି। ଏହି ବିଜୟର ସହିତ ଅଷ୍ଟ୍ରେଲିଆ ଶୃଙ୍ଖଳାରେ ୨-୨ରେ ଭାରତ ସହିତ ସମକକ୍ଷ ହୋଇଛି।

Advertisment

ପ୍ରଥମ ଓ୍ଵିକେଟ୍‌ରେ ରୋହିତ ଶର୍ମା ଓ ଶିଖର ଧାଓ୍ଵନ୍‌ଙ୍କ ୧୯୩ ରନ୍‌ ଭାଗିଦାରୀ ବଳରେ ଭାରତ ରବିବାର ଅଷ୍ଟ୍ରେଲିଆ ବିପକ୍ଷରେ ୩୫୮ ରନ୍‌ କରିଥିଲା। ଟିମ୍‌ ଆରମ୍ଭରୁ ସାହସିକତାର ସହିତ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ଓ୍ଵିକେଟ ହରାଇଥିଲା।

publive-image

ପାଞ୍ଚ ମ୍ୟାଚ ଦିନିକିଆ ଶୃଙ୍ଖଳାର ୪ର୍ଥ ମୁକାବିଲାରେ ଟିମ୍‌ ଇଣ୍ଡିଆର ଓପନର୍‌ ଶିଖର ଧାଓ୍ଵନ ନିଜ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ ଶିଖର ଧାଓ୍ଵନ ୧୨୪.୩୫ ହାରରେ ୧୧୫ ବଲ୍‌ ଖେଳି ୧୪୩ ରନ୍‌ କରିଥିଲେ। ଏଥିରେ ୧୮ଟି ଚୌକା ଓ ୩ଟି ଛକା ସାମିଲ ଅଛି। ସ୍କୋର ୨୫୪ ରନ୍‌ରେ ଶିଖର ଧାଓ୍ଵନ୍‌ ଆଉଟ୍‌ ହୋଇଥିଲେ। ଧାଓ୍ଵନ୍‌ ପେଟ୍‌ କମ୍ବିନ୍ସଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ଶିଖର ଧାଓ୍ଵନ୍‌ ରାଂଞ୍ଚି, ନାଗପରୁ ଓ ହ୍ରାଇଦ୍ରାବାଦ୍‌ରେ ଭଲ ବ୍ୟାଟିଂ କରି ନଥିଲେ ବି ଆଜି ସତର୍କତା ମୂଳକ ବ୍ୟାଟିଂ କରିଛନ୍ତି। ଲୋକେଶ ରାହୁଲ ୩୧ଟି ବଲ ଖେଳି ୨୬ ରନ୍‌, ଋଷଭ ପନ୍ତ ୨୪ଟି ବଲ ଖେଳି ୩୬ ରନ୍‌ ଓ ବିଜୟ ଶଙ୍କର ୧୫ଟି ବଲ ଖେଳି ୨୬ ରନ୍‌ କରିଥିଲେ।

publive-image

ପଂଜାବର ମୋହାଲିସ୍ଥିତ ବିନ୍ଦ୍ରା କ୍ରିକେଟ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିରୋଧରେ ଭାରତ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ସ୍କୋର ୧୯୩ ରନ୍‌ରେ ରୋହିତ ଶର୍ମା (୯୫ ରନ୍‌, ୯୨ ବଲ, ୭ ଚୌକା ଓ ୨ ଛକା) ଆଉଟ୍‌ ହୋଇଥିଲେ। ସ୍କୋର ୨୬୬ ରନ୍‌ରେ ଅଧିନାୟକ ବିରାଟ କୋହଲି, ୨୯୬ ରନ୍‌ରେ ଲୋକେଶ ରାହୁଲ, ୩୧୪ ରନ୍‌ରେ ଋଷଭ ପନ୍ତ, ୩୩୧ ରନ୍‌ରେ କେଦାର ଯାଦବ, ୩୪୪ ରନ୍‌ରେ ଭୁବନେଶ୍ୱର କୁମାର, ୩୫୧ ରନ୍‌ରେ ବିଜୟ ଶଙ୍କର ଓ ୩୫୨ ରନ୍‌ରେ ୟୁଜବେନ୍ଦ୍ର ଚହଲ ଆଉଟ୍‌ ହୋଇଥିଲେ।