ଆମ ସମସ୍ୟାକୁ ନିଜ ଦଳକୁ ନେଇଥିବାରୁ ରାହୁଲ ଗାନ୍ଧିଙ୍କୁ ଧନ୍ୟବାଦ, ଶତ୍ରୁଘ୍ନଙ୍କୁ ଆକ୍ଷେପ କରି କହିଲେ ଜେଟଲୀ

ନୂଆଦିଲ୍ଲୀ : ଶତ୍ରୁଘ୍ନ ସିହ୍ନାଙ୍କୁ ନିଜ ଦଳରେ ମିଶାଇଥିବାରୁ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଧନ୍ୟବାଦ ଦେଇଛନ୍ତି । ବିଜେପିର ସମସ୍ୟା ଏବେ ତୁମର ବୋଲି ସେ ରାହୁଲଙ୍କୁ କଟାକ୍ଷ କରି କହିଛନ୍ତି ।

“ ବିଜେପିର କେତେକ ପୂର୍ବତନ ‘ମହାନୁଭବ’ ଙ୍କୁ କଂଗ୍ରେସ ଉପହାର ଭାବେ ଗ୍ରହଣ କରିଛୁ । କଂଗ୍ରେସର ଏହି ମହନୀୟତା ପାଇଁ ଆମେ ଧନ୍ୟବାଦ ଦେଉଛୁ । ଏବେ ଆମର ସମସ୍ୟା ତୁମର” ଜେଟଲି କହିଛନ୍ତି ।

ବିଜେପିର ବିଦ୍ରୋହୀ ନେତା ଶତ୍ରୁଘନ ସିହ୍ନାଙ୍କୁ ଦଳ ପକ୍ଷରୁ ଏଥର ଟିକେଟ ଦିଆଯାଇନାହିଁ । ତାଙ୍କ ସ୍ଥାନରେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ପାଟଣା ସାହିବରୁ ଟିକେଟ ଦିଆଯାଇଛି । ସୂଚନାଯୋଗ୍ୟ ଯେ ଶତ୍ରଘ୍ନ ଗତ କିଛି ବର୍ଷ ଧରି ପ୍ରଧାନମମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହା ଓ ବିଜେପିକୁ କ୍ରମାଗତଭାବେ ସମାଲୋଚନା କରିଆସୁଥିଲେ । ସେ ଆସନ୍ତା ୫ ତାରିଖରେ କଂଗ୍ରେସରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ତାଙ୍କୁ କଂଗ୍ରେସ ପାଟଣା ସାହିବରୁ ଟିକେଟ ଦେବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର