ମୁଜାଫରପୁର ସେଲଟର ହୋମ୍‌ ଯୌନ ଶୋଷଣ ମାମଲାରେ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କୁ ଯାଞ୍ଚ ପରିସରକୁ ଆଣିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଲେ କୋର୍ଟ

ପାଟନା: ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବିହାର ମୁଜାଫରପୁର ସେଲଟର ହୋମ୍‌ ଯୌନ ଶୋଷଣ ମାମଲାର ବିଚାର କରୁଥିବା ପୋକ୍ସୋ କୋର୍ଟ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କୁ ଏକ ବଡ଼ ଝଟକା ଦେଇଛି। କୋର୍ଟ ମୁଖ୍ୟମନ୍ତ୍ରୀ ନିତିଶ କୁମାର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ସିବିଆଇ ଯାଞ୍ଚ ଆଦେଶ ଦେଇଛନ୍ତି।

ସ୍ୱତନ୍ତ୍ର ପୋକ୍‌ସୋ କୋର୍ଟ ଶୁକ୍ରବାର ଚିକିତ୍ସକ ଅଶ୍ୱୀନିଙ୍କ ଦ୍ୱାରା ରୁଜୁ ହୋଇଥିବା ଏକ ଆବେଦନ ଉପରେ ବିଚାର କରି ଏହି ଆଦେଶ ଦେଇଛନ୍ତି।

ଅଶ୍ୱୀନି ନିଜ ଆବେଦନର ଅଭିଯୋଗ କରି କହିଛନ୍ତି, ତଦନ୍ତ ସମୟରେ ସିବିଆଇ ତଥ୍ୟକୁ ଗୋପନ ରଖିବାକୁ ଚେଷ୍ଟା କରୁଛି। ମୁଜାଫରପୁରର ପୂର୍ବତନ ଡିଏମ୍‌ ଧର୍ମେନ୍ଦ୍ର ସିଂହ, ବରିଷ୍ଠ ଆଇଏଏସ ଅଧିକାରୀ ଅତୁଲ କୁମାର ସିଂହ, ମୁଜାଫରପୁରର ପୂର୍ବତନ ଡିଭିଜନାଲ କମିସନର ଓ ବର୍ତ୍ତମାନର ସମାଜ କଲ୍ୟାଣ ବିଭାଗ ସଚିବ ଓ ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କୁ ସିବିଆଇ ଯାଞ୍ଚ ପରିସରକୁ ଆସିବା ପରେ ଯାଇ ସତ୍ୟ ସାମ୍ନାକୁ ଆସିବ।

ପୋକସୋ ଅଦାଲତର ବିଚାରପତି ମନୋଜ କୁମାର ଅଶ୍ୱୀନିଙ୍କ ଏହି ଆବେଦନ ପରେ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ସିବିଆଇକୁ ଯାଞ୍ଚ ପରିସରକୁ ଆଣିବା ଲାଗି ଆଦେଶ ଦେଇଛନ୍ତି।

 

ସମ୍ବନ୍ଧିତ ଖବର