ଲକ୍ଷ୍ମୌ: ଜମ୍ମୁ-କଶ୍ମୀରରେ ପୁଲଓ୍ଵାମାରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ୪୦ଜଣ ଯବାନ ସହିଦ୍ ହୋଇଥିଲେ। ଆଜି ସମଗ୍ର ଦେଶ ସେମାନଙ୍କୁ ଝୁରୁଛି। ସେମାନଙ୍କ ପରିବାର ଆଖିରେ ଲୁହ ରହୁନାହିଁ। ଏପରି ସମୟରେ ଜୟନାରାୟଣ ପୋଷ୍ଟ ଗ୍ରାଜୁଏଟ୍ କଲେଜ (ଜେଏନ୍ପିଜି)ର ଜଣେ ଛାତ୍ର ସିଆରପିଏଫ୍ ଯବାନଙ୍କ ଉପରେ ହ୍ଵାଟସ୍ ଆପ୍ରେ ଆପତ୍ତିଜନକ ଟିପ୍ପଣୀ ଦେଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଦିନମଜୁରିଆ ଅନିସ୍ ଖାନ୍ଙ୍କ ପୁଅ ରାଜବ ଖାନ୍ ବିଏ ପ୍ରଥମ ବର୍ଷର ଛାତ୍ର। ସେ ହ୍ଵାଟସ୍ ଆପ୍ରେ ସହିଦ୍ଙ୍କ ବିଷୟରେ ଆପତ୍ତିନଜକ ଟିପ୍ପଣୀ ଦେଇଥିଲା। ଆପତ୍ତିଜନକ ହ୍ଵାଟସ୍ ଆପ୍ ଚାର୍ଟର ସ୍କ୍ରିନ୍ ସଟ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଟିପ୍ପଣୀକୁ ନେଇ ଲୋକମାନେ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଉତ୍ତେଜିତ ହୋଇଯାଇଛନ୍ତି। ଛାତ୍ର ରାଜବ ବିରୋଧରେ କୋଠର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସୋସିଆଲ ମିଡିଆରେ ଲୋକମାନେ ଦାବି କରି ଆସୁଛନ୍ତି। ସେପଟେ କଲେଜ ପ୍ରଶାସନ ଛାତ୍ରକୁ ତତ୍କାଳ କଲେଜରୁ ବହିଷ୍କାର କରି ଦେଇଛନ୍ତି। ପୁଲିସ ଆଇଟି ଆକ୍ଟ ଓ ଆଇପିସି ଧାରା ଆଧାରରେ ମାମଲା ରୁଜୁ କରାଯାଇଛି। ରାଜବ୍କୁ କୃଷ୍ଣାନଗର ପୁଲିସ ତାର ଘରୁ ଗିରଫ କରିଛି।
ଏହାପୂର୍ବରୁ ଆଲିଗଡ଼ ମୁସଲିମ୍ ୟୁନିଭର୍ସିଟି (ଏଏମ୍ୟୁ) ଜଣେ ଛାତ୍ର ଓ ଉତ୍ତରାଖଣ୍ଡର ଘରୋଇ ସଂସ୍ଥାର ଦୁଇ ଛାତ୍ର ସିଆରପିଏଫ୍ ସହିଦ୍ ଯବାନଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ। ଏହାପରେ ସେମାନଙ୍କୁ ୟୁନିଭର୍ସିଟିରୁ ବହିଷ୍କାର କରି ଦିଆଯାଇଥିଲା। ଏମାନେ ସମସ୍ତେ କାଶ୍ମୀରର ବାସିନ୍ଦା ବୋଲି ଜଣାପଡ଼ିଛି।