ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଟ୍ରିବ୍ୟୁନାଲ ଗଠନ ପାଇଁ ମୋଦିଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: ମହାନଦୀ ଜଳ ଅାବଣ୍ଟନକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଚାଲିଥିବା ବିବାଦ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ରିବ୍ୟୁନାଲ ଗଠନ ପାଇଁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ ଚିଠି ଲେଖିଛନ୍ତି। ଚିଠିରେ ନବୀନ ଲେଖିଛନ୍ତି ଓଡ଼ିଶାର ସାଢ଼େ ୪ କୋଟି ଜନତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଉ। କେନ୍ଦ୍ର ସରକାର ଟ୍ରିବୁନାଲ୍ ଗଠନ ଲାଗି କହିଥିଲେ ହେଁ  କିପରି  ସେହି ନିଷ୍ପତ୍ତିରୁ ଓହରି ଗଲେ ତାହା ବିସ୍ମୟଜନକ। ଆଲୋଚନାରେ ସମାଧାନ ହେବନି ବୋଲି ପୂର୍ବରୁ କେନ୍ଦ୍ର କହିଥିବାରୁ ନବୀନ ଚିଠି ଲେଖିଛନ୍ତି।

କେନ୍ଦ୍ର ସତ୍ୟପାଠରେ ନିଜର ଆଭିମୁଖ୍ୟ ପରିବର୍ତନ କରିଛି ବୋଲି ସେ କହିଛନ୍ତି। କେନ୍ଦ୍ରର ଆଭିମୁଖ୍ୟ ଏହି ପରିବର୍ତ୍ତନ ଆଶ୍ଚର୍ଯ୍ୟଜନକ ବୋଲି ନବୀନ କହିଛନ୍ତି। ଅରାଜି ଛତିଶଗଡ଼ ସହ ଅଧିକ ଆଲୋଚନା ଅନାବଶ୍ୟକ ବୋଲି ସେ କହିଛନ୍ତି। କାରଣ ଏକପାଖିଆ ଭାବେ ଛତିଶଗଡ଼ ନିର୍ମାଣ କାର୍ଯ୍ୟ ଜାରି ରଖିଛି।

ସମ୍ବନ୍ଧିତ ଖବର