ହୁ ହୁ ହୋଇ ବଢିଚାଲିଛି ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା, ରାଜସ୍ଥାନରୁ ୯ଜଣ ଚିହ୍ନଟ

ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ହେଲା ୨୧

ଜୟପୁର: ମହାରାଷ୍ଟ୍ର ପରେ ଏବେ ରାଜସ୍ଥାନରୁ ଚିହ୍ନଟ ହେଲେ ୯ଜଣ ଓମିକ୍ରନ୍‌ ଆକ୍ରାନ୍ତ | ୯ଜଣଙ୍କୁ ମିଶାଇ ଏବେ ଭାରତରେ ୨୧ରେ ପହଞ୍ଚିଲା ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା | ରାଜସ୍ଥାନର ଜୟପୁରରୁ ୯ଜଣ ଚିହ୍ନଟ ହୋଇଥିବା ଜଣାପଡିଛି |

ଏହା ପୂର୍ବରୁ ମହାରାଷ୍ଟ୍ରରୁ ୭ଜଣ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ | ନଭେମ୍ବର ୨୪ରେ ନାଇଜେରିଆର ଲାଗୋସରୁ ପିମ୍ପ୍ରି-ଚିଞ୍ଚୱାଡ ମ୍ୟୁନିସିପାଲିଟି ଅଞ୍ଚଳକୁ ଆସିଥିଲେ ଜଣେ ମହିଳା | ନିଜ ଭାଇଙ୍କୁ ଭେଟିବାକୁ ଆସିଥିବା ଏହି ୪୪ ବର୍ଷ ବୟସ୍କା ମହିଳା, ତାଙ୍କ ଦୁଇ ଝିଅ, ତାଙ୍କ ଭାଇ ଏବଂ ଦୁଇ ଝିଅ ଏବେ ଓମିକ୍ରନ୍‌ ଭାରିଆଣ୍ଟ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି | ଆଜି ସନ୍ଧ୍ୟାରେ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି, ପୁଣେରୁ ମିଳିଥିବା ରିପୋର୍ଟ ଅନୁଯାୟୀ ଏହି ୬ଜଣ ଓମିକ୍ରନ୍ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି | ଅନ୍ୟଜଣେ ଆକ୍ରାନ୍ତ ପୁନେର ବୋଲି ଜଣାପଡିଛି | ଏହା ପୂର୍ବରୁ ଆଜି ଦିଲ୍ଲୀରୁ ଜଣେ ଓମିକ୍ରନ୍‌ ଭାରିଆଣ୍ଟ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ | ବର୍ତ୍ତମାନର ସ୍ଥିତି ଦେଖି ଆଗକୁ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ବୋଲି ଆଶଙ୍କା ଦେଖା ଗଲାଣି |

ସମ୍ବନ୍ଧିତ ଖବର