ଆଜିଠାରୁ ସୁପ୍ରିମକୋର୍ଟରେ ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରୀ ମସଜିଦ୍‌ ବିବାଦ ମାମଲାର ଦୈନିକ ଶୁଣାଣି

ନୂଆଦିଲ୍ଲୀ: ଆପୋସ ବୁଝାମଣା ଜରିଆରେ ଅଯୋଧ୍ୟା ରାମ ଜନ୍ମଭୂମିବାବ୍ରୀ ମସଜିଦ୍ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ କରିବା ଲକ୍ଷ୍ୟରେ ସୁପ୍ରିମ୍କୋର୍ଟଙ୍କ ଦ୍ୱାରା ଗଠିତ ମଧ୍ୟସ୍ଥି କମିଟି ନିଜର ଲକ୍ଷ୍ୟ ହାସଲରେ ଫେଲ୍ମାରିବା ପରେ ସୁପ୍ରିମକୋର୍ଟ ଆଜିଠାରୁ ଦୈନିକ ଶୁଣାଣି କରିବେ ବୋଲି ଜଣାଯାଇଛି

 

ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ସଦସ୍ୟ ବିଶିଷ୍ଟ ସାମ୍ବିଧାନିକ ପୀଠ ଏହି ମାମଲାର ଶୁଣାଣି କରିବେ ଏହି ସାମ୍ବିଧାନିକ ଖଣ୍ଡପୀଠରେ ଜଷ୍ଟିସି ଏସ.. ବୋବଡେ, ଜଷ୍ଟିସି ଡି.ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଅଶୋକ ଭୂଷଣ ଜଷ୍ଟିସି ଏସ. . ନଜୀର ମଧ୍ୟ ସାମିଲ ଅଛନ୍ତି

photo-aajtak

ଉଲ୍ଲେଖଯୋଗ୍ୟ, ଅଯୋଧ୍ୟା ରାମ ଜନ୍ମଭୂମିବାବ୍ରୀ ମସଜିଦ୍ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ କରିବା ଦିଗରେ କୌଣସି ସାମାନ୍ୟତମ ସୁଯୋଗକୁ ହାତଛଡ଼ା କରାଯିବ ନାହିଁ ବୋଲି ପୂର୍ବରୁ ସୁପ୍ରିମ୍କୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠ କହିଥିଲେ ଏବଂ ମାମଲା ସହ ସଂପୃକ୍ତ ସମସ୍ତ ପକ୍ଷଙ୍କ ସହ ଆଲୋଚନା କରି ଆପୋସ ବୁଝାମଣା ଜରିଆରେ ଏହି ବିବାଦର ସମାଧାନ କରିବା ପାଇଁ ସୁପ୍ରିମ୍କୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍କଲିଫୁଲ୍ଲା, ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ବରିଷ୍ଠ ଆଇନ୍ଜୀବୀ ଶ୍ରୀରାମ ପଞ୍ଚୁଙ୍କୁ ନେଇ ଏକ ତିନି ଜଣିଆ ମଧ୍ୟସ୍ଥି କମିଟି ଗଠନ କରିଥିଲେ

 

ସମ୍ବନ୍ଧିତ ଖବର