ମେଷ: ଗୁରୁତ୍ବପୂର୍ଣ୍ଣ କାର୍ୟ୍ୟକ୍ରମରେ ଯୋଗ ଦେବେ। ବ୍ୟବସାୟରେ ସବୁ ଭଲ ରହିବ। କଳା ସାହିତ୍ୟ କ୍ଷେତ୍ରରେ ଆପଣଙ୍କର ସମ୍ମାନ ବଢ଼ିବ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: ଅଧୁରା କାମ ପୂରା ହେବ। ଭୂସ˚ପତ୍ତି କିଣିବାର ଯୋଗ ରହିଛି। ଚାକିରିଜୀବୀଙ୍କ କାମରେ କର୍ତ୍ତୃପକ୍ଷ ଖୁସି ହେବେ।
ମିଥୁନ: ଆପଣଙ୍କର ଆତ୍ମବିଶ୍ବାସ ଉଚ୍ଚ ରହିବ। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ। ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ହେବ।
କର୍କଟ: ଆର୍ଥିକ ଲାଭ ପାଇଁ ସୁନ୍ଦର ଦିନଟିଏ। ସମସ୍ୟା ସମାଧାନର ରାସ୍ତା ମିଳିବ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ସାକ୍ଷାତ୍ ହୋଇପାରେ।
ସି˚ହ: ପୂଜକଙ୍କ ଲାଗି ଦିନଟି ଭଲ। ନୂଆ ଘର କିଣିବା ଲାଗି ଯୋଜନା କରିବେ। ସାମାଜିକ ସ୍ତରରେ ଲୋକଙ୍କୁ ସାହାଯ୍ୟ କରିବେ।
କନ୍ୟା: କାର୍ୟ୍ୟବ୍ୟସ୍ତତା ଲାଗି ରହିବ। ବ୍ୟବସାୟରେ ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ୍ ଆଲୋଚନା ହେବ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।
ତୁଳା: କାରବାରରେ ଆପଣଙ୍କୁ ଲାଭ ହେବ। ଚାକିରିରେ କର୍ତ୍ତୃତ୍ବ ବଢ଼ିବ। ପ୍ରିୟଜନଙ୍କ ସହିତ ଦେଖା ହୋଇପାରେ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ।
ବିଛା: ଜୀବନସାଥୀଙ୍କର ସ˚ପୂର୍ଣ୍ଣ ସହଯୋଗ ପାଇବେ। କାର୍ୟ୍ୟ ସମ୍ପର୍କିତ ଯାତ୍ରା ଲାଭଦାୟକ ହେବ। କାରବାର ବିସ୍ତାର ନେଇ ଭଲ ପରାମର୍ଶ ମିଳିବ।
ଧନୁ: ପୂଜାପାଠରେ ସମୟ ବିତିବ। ଆପଣଙ୍କୁ ବଡ଼ ସୁଯୋଗ ମିଳିବା ହେତୁ ଧନଲାଭ ହେବ। ଛାତ୍ରଛାତ୍ରୀଙ୍କର ଲେଖାପଢ଼ା ପ୍ରତି ଆଗ୍ରହ ବଢ଼ିବ।
ମକର: ନିତିଦିନିଆ କାମରେ ଗତିରୋଧ ହୋଇପାରେ। ବ୍ୟବସାୟ ସମ୍ବନ୍ଧରେ ବନ୍ଧୁଙ୍କ ସହିତ କଥାବାର୍ତ୍ତା ହେବେ। ବାହନ ସାବଧାନତାର ସହ ଚଳାନ୍ତୁ।
କୁମ୍ଭ: ପରିବାରର ସହଯୋଗ ମିଳିବା ହେତୁ ମନ ପ୍ରସନ୍ନ ରହିବ। ବ୍ୟାବସାୟିକ କାମରେ ଯାତ୍ରା କରିପାରନ୍ତି। ରାଜନୀତିରେ ସଫଳତା ପାଇବେ।
ମୀନ: ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବେ। କ୍ୟାରିୟରରେ ଆଗକୁ ବଢ଼ିବାର ସୁଯୋଗ ମିଳିବ। ଜୀବନସାଥୀଙ୍କ ସହ ଭଲ ବୁଝାମଣା ବଜାୟ ରଖନ୍ତୁ।