ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୨୫ ହଜାର ଟପିଲା, ଇଟାଲିରେ ଦିନକରେ ୧୦୦୦ ମୃତ୍ୟୁ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୫୦ ହଜାର ଟପିଯାଇଥିବାବେଳେ ମୃତ୍ୟୁସଂଖ୍ୟା ୨୫୨୭୮ ରେ ପହଞ୍ଚିଛି । ତେବେ ଆଜି ଇଟାଲିରେ ପ୍ରା୍ୟ ୧୦୦୦ ଲୋକଙ୍କର ମୃତ୍ୟୁ ହୋଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି।

ସୁଖର କଥା ହେଉଛି ବିଶ୍ୱରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧ ଲକ୍ଷ ୨୮ ହଜାରରେ ପହଞ୍ଚିଛି । ଅନ୍ୟପକ୍ଷରେ ସଂକ୍ରମଣ ଦୃଷ୍ଟିରୁ ଆମେରିକା ଏବେ ଚୀନକୁ ଟପି ବିଶ୍ୱର ସବୁଠାରୁ ଅଧିକ ସଂକ୍ରମିତ ଦେଶରେ ପରିଣତ ହୋଇଛି । ଆମେରିକାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୬୫୪୮ରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୧୩୨୧ରେ ପହଞ୍ଚିଛି । ଇଟାଲୀରେ ମୃତ୍ୟୁସଂଖ୍ୟା ୮୨୧୫ରେ ପହଞ୍ଚିଛି । ସେହିପରି ସ୍ପେନର ମୃତ୍ୟୁସଂଖ୍ୟା ୪୯୩୪ରେ ପହଞ୍ଚିଛି ।

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୦୦ ଟପିଯାଇଛି । ମିଳିଥିବା ତଥ୍ୟ ଅନୁସାରେ ଭାରତରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୬୩ ରେ ପହଞ୍ଚିଛି । ଏହି ରିପୋର୍ଟ ଅନୁସାରେ ଦେଶରେ ୭୪ ଜଣ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଥିବାବେଳେ ୧୯ ଜଣ ମୃତ୍ୟୁବରଣ କରିଛନ୍ତି । ଓଡ଼ିଶାରେ ସଂକ୍ରମିତଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି ।

ସମ୍ବନ୍ଧିତ ଖବର