ମୁହଁରୁ କେମିତି ହଟିବ ଡି-ଟ୍ୟାନ ଦାଗ? ଆପଣାନ୍ତୁ ଏହି ଉପାୟ

ବିୟୁଟି ଟିପ୍ସ; ଡି-ଟ୍ୟାନ ଦାଗ

କଟକ: ସାଧାରଣତଃ ଖରାରେ ବୁଲିବା ଦ୍ବାରା ହାତ, ଗୋଡ଼ ଓ ମୁହଁରେ କଳା ଦାଗ ଆସିଥାଏ ଯାହାକୁ ଆମେ ଡି-ଟ୍ୟାନ କହିଥାଉ। ଏହି ଦାଗ ବା ଡି-ଟ୍ୟାନ୍‌ ହାତ ଓ ‌ଗୋଡ଼ରୁ ଦୂର କରିବା ପାଇଁ ଦୁଇ ଚାମଚ ବେସନ ସହ ମହୁ ଏକ ଚାମଚ ଓ ଏକ ଚାମଚ କଞ୍ଚାକ୍ଷୀରକୁ ଭଲ ଭାବେ ମିଶାଇ ଦାଗ ସ୍ଥାନରେ ୧୫ ମିନିଟ୍‌ ସମୟ ଲଗାଇ ପେଷ୍ଟ୍‌ଟି ସମ୍ପୂର୍ଣ୍ଣ ଭାବେ ଶୁଖିଲା ପରେ ଏହାକୁ ପାଣିରେ ଧୋଇବେ। ଏହାସହ ମୁହଁରେ ଡି-ଟ୍ୟାନ ପାଇଁ ଏକ ଚାମଚ୍‌ କଫି ପାଉଡର୍‌ ସହ ଫେସ୍‌ ସିରମ୍‌ ଗୋଟେ ଚାମଚ କିମ୍ବା ଗୋଟେ ଭିଟାମିନ୍‌-ଇ କ୍ୟାପସୁଲକୁ ଭାଙ୍ଗି ତା’ ଜେଲ୍‌କୁ ମିଶାଇ ୨୦ ମିନିଟ୍‌ ସମୟ ପର୍ଯ୍ୟନ୍ତ ମୁହଁରେ ଲଗାଇବେ ଏବଂ ଏହା ଶୁଖିବା ପରେ ଅଳ୍ପ ପାଣିରେ ମୁହଁକୁ ମସାଜ୍‌ କରି ଭଲ ଭା‌ବେ ଧୋଇବେ।

Sambadty-tips-for-d-tyaan

କିମ୍ବା ଗୋଟେ ଚାମଚ ମୁଲତାନି ସହ ୫ରୁ ୬ ବୁନ୍ଦା ଗୋଲାପଜଳକୁ ମିଶାଇ ମୁହଁରେ ଲଗାଇଲେ ଏହା ଡି-ଟ୍ୟାନ ସମସ୍ୟାକୁ ଦୂର କରିଥାଏ। ଏହିସବୁ ପକ୍ରିୟା ସପ୍ତାହକୁ ଦୁଇଥର କରିବା ଦ୍ବାରା ଏହା ଡି-ଟ୍ୟାନ୍‌ ସମସ୍ୟାକୁ ସମ୍ପୂର୍ଣ୍ଣ ଭାବେ ଦୂର କରିଥାଏ। ଏହାସହ ପ୍ରତ୍ୟେକ ଦିନ ଘରୁ ବାହାରିବା ପୂର୍ବରୁ ବା ଘର ରହିଲେ ମଧ୍ୟ ମୁହଁକୁ ଭଲ ଭାବେ ପାଣିରେ ଧୋଇ ହାଲୁକା ଭାବେ ପୋଛି ବଜାରରେ ମିଳୁଥିବା କୌଣସି ବି ସନ୍‌କ୍ରିମକୁ ମୁହଁରେ ଲଗାଇବା ଅତ୍ୟନ୍ତ ଜରୁରୀ।

ସ୍ବିଟି ମହାନ୍ତି, ବିଉଟିସିଆନ
ସ୍ବିଟି ବିଉଟି ସେଲୁନ ଆଣ୍ତ ସ୍ପା, ଚାନ୍ଦିନୀଚୌକ

ସମ୍ବନ୍ଧିତ ଖବର