ପିଠି ବଳରେ ଶୋଉଛନ୍ତି କି? ଜାଣନ୍ତୁ କି ଫାଇଦା ମିଳିଥାଏ?

ଉତ୍ତମ ନିଦ୍ରା ଗଲେ ତାହା ମଣିଷକୁ ସୁସ୍ଥ ରଖିଥାଏ। ତ୍ୱଚା ବି ଭଲ ରୁହେ। ଏମିତି କିଛି ଲୋକ ଅଛନ୍ତି,ଯେଉଁମାନେ ପିଠି ବଳରେ ଶୋଇଥା’ନ୍ତି। ଏହା ଏକ ଆଦର୍ଶ ଶୋଇବା ସ୍ଥିତି। ଏଭଳି ସ୍ଥିତିରେ ଶୋଇଲେ ପ୍ରଥମତଃ ଆପଣଙ୍କର ଫେସିଆଲ୍‌ ସ୍କିନ୍‌ ତ୍ୱଚାରେ ଚାପ ପଡ଼େ ନାହିଁ।
ଏହା ଫଳରେ ଫାଇନ୍‌ ଲାଇନ୍‌ସ,ସ୍କିନ୍‌ ଫ୍ଲଟନି ଭଳି ତ୍ୱଚା ସମ୍ବନ୍ଧିତ ସମସ୍ୟା ମଧ୍ୟ କମ୍‌ ପରିଲକ୍ଷିତ ହୋଇଥାଏ। ଏହା ଆପଣଙ୍କ ତ୍ୱଚାକୁ ଅଧିକ ଯୁବା କରି ରଖିଥାଏ ଏବଂ ତ୍ୱଚା ମୁଲାୟମ୍‌ ରହିଥାଏ।
ଗୋଟିଏ କଡ଼ ମାଡି ଶୋଇଲେ ବା ପେଟ ଉପରେ ଚାପ ଦେଇ ଶୋଇଲେ ଶରୀରର ବିଷାକ୍ତ ଜିନିଷ ସବୁ ଆଖି ପାଖରେ ଜମା ହୋଇଥାଏ। ଏହା ଫଳରେ ଆଖି କୁଣ୍ଡାଇ ହୋଇଥାଏ। କିନ୍ତୁ ଯଦି ପିଠି ବଳରେ ଶୋଇଲେ,ସେଭଳି ଘଟିନଥାଏ।

ଏହା ଛଡ଼ା ଏହି ସ୍ଥିତିରେ ତକିଆ କଭରରେ ଆପଣଙ୍କ ମୁହଁ ନ ଲାଗେ ,ତେବେ ଭଲ। କାରଣ ତକିଆ ଖୋଳ ସହିତ ମୁହଁ ସ୍ପର୍ଶ କଲେ,ମୁହଁ ତୈଳାକ୍ତ ଓ ଅସନା ଦିଶିବାର ଆଶଙ୍କା ଥାଏ। ମାତ୍ର ଫିଂ ବଳରେ ଶୋଇଲେ,ସେଭଳି ହେବାର ଆଶଙ୍କା ଆଦୌ ନ ଥାଏ। ମୋଟାମୋଟି ଭାବେ ନିଜର ତ୍ୱଚା ଓ ମୁହଁର ସୁସ୍ଥତା ଓ ସୌନ୍ଦର୍ଯ୍ୟ ରକ୍ଷା ଲାଗି ପିଠି ବଳରେ ଶୋଇବା ଉଚିତ।

ସମ୍ବନ୍ଧିତ ଖବର