ଘରୋଇ ଉପଚାରରେ ଏହି ପତ୍ର ଦ୍ୱାରା ମୁଖ୍ୟ ୪ଟି ରୋଗରୁ ମୁକ୍ତି ପାଆନ୍ତୁ ଏମତି

ପ୍ରାୟ ଲୋକ ଆମ୍ବ ଖାଇବାର ସ୍ୱାସ୍ଥ୍ୟ ପ୍ରତି ଫାଇଦା ଦେଇଥିବା ବିଷୟରେ ଜାଣନ୍ତି କିନ୍ତୁ ବହୁତ କମ ଲୋକ ଜାଣନ୍ତି ଆମ୍ବ ପତ୍ରର ଗୁଣ ବିଷୟରେ, ଯାହା ବହୁତ ଫାଇଦାଜନକ ଅଟେ ଆମ ସ୍ୱାସ୍ଥ୍ୟ ପାଇଁ। ଆମ୍ବ ପତ୍ରର ମୁଖ୍ୟ ୪ଟି ଉପକାରିତା ବିଷୟରେ ଜାଣନ୍ତୁ…

ଥ୍ରୋଟ୍‌ ଇନ୍‌ଫେକ୍‌ସନ୍‌ ଦୂର କରେ: ୪ରୁ ୫ଟି ଆମ୍ବ ପତ୍ର ନିଅନ୍ତୁ, ଏହାକୁ ଜଳାଇ ତା’ର ଧୂଆଁକୁ ୨ରୁ ୩ ମିନିଟ୍‌ ସମୟ ପର୍ଯ୍ୟନ୍ତ ସୁଙ୍ଘନ୍ତୁ।

ହଜମକ୍ରିୟା ଭଲ କରେ: ୬ରୁ ୭ଟି ପତ୍ର ଆମ୍ବ ପତ୍ରକୁ ଗରମ ପାଣିରେ ପକାଇ ରାତିସାରା ରଖି ଦିଅନ୍ତୁ, ସକାଲୁ ଏହାକୁ ଛାଣିକି ପଅନ୍ତୁ, ହଜମକ୍ରିୟା ସୁଧୁରିବ।

କାନ ଦରଜ: ଆମ୍ବ ପତ୍ରର ରଶ ବାହାର କରି ହାଲୁକା ଗରମ କରନ୍ତୁ, ଏହା ଉଷୁମ ହେଲା ପରେ ୩-୪ ବୁନ୍ଦା କାନରେ ପକାନ୍ତୁ, କାନ ଦରଜ ଭଲ ହୋଇଯିବ।

କିଡ୍‌ନୀ ଷ୍ଟୋନ୍‌ ଭଲ କରେ: ଆମ୍ବ ପତ୍ରକୁ ସୁଖାଇ ଏହାର ଚୂର୍ଣ୍ଣ ତିଆରି କରନ୍ତୁ। ପ୍ରତିଦିନ ୧ ଚାମଚ ଲେଖାଏଁ ଚୂର୍ଣ୍ଣ ୧ ଗ୍ଲାସ୍‌ ପାଣିରେ ମିଶାଇ ପିଅନ୍ତୁ, ଏହା ଦ୍ୱାରା କିଡ୍‌ନୀ ଷ୍ଟୋନ୍‌ ସମସ୍ୟାରେ ସୁଧାର ଆସିବ।

ସମ୍ବନ୍ଧିତ ଖବର