ଡାଳିମ୍ବଠାରୁ ଏହାର ଚୋପାରେ ରହିଛି ଅଧିକ ରୋଗ ପ୍ରତିରୋଧକ କ୍ଷମତା , ଜାଣନ୍ତୁ କିପରି

ପୋଷକ ତତ୍ତ୍ୱରେ ଭରପୁର ଡାଳିମ୍ବର ଉପକାରିତା ସଂପର୍କରେ ଆମ ସମସ୍ତଙ୍କୁ ତ ଜଣା ହେଲେ, ଆପଣ କ’ଣ ତା’ର ଚୋପାର ଫାଇଦା ବିଷୟରେ ଜାଣନ୍ତି?ଯଦି ଜାଣିବେ , ତେବେ କେବେ ବି ତାର ଚୋପାକୁୁ ଫିଙ୍ଗିବେ ନାହିଁ। ଏବେ ଆସନ୍ତୁ ଜାଣିବା ଡାଳିମ୍ବର ଚୋପା ଆମର କି ଉପକାର କରିଥାଏ ।
ଡାଳିମ୍ବ ଚୋପାରେ ଫଳ ଠାରୁ ମଧ୍ୟ ଅଧିକ ପରିମାଣରେ ଆଣ୍ଟି ଅକ୍ସିଡେଣ୍ଟସ ରହିଛି। ଏହି ହୃଦ୍‌ଜନିତ ରୋଗ ଓ କର୍କଟ ରୋଗରୁ ମୁକ୍ତି ଦେଇପାରେ ବୋଲି କୁହାଯାଏ। ଡାଳିମ୍ବ ଚୋପାରେ ଯେତିକି ଭିଟାମିନ୍‌ ଅଛି ସମାନ ପରିମାଣରେ ଭିଟାମିନ୍‌ ଏହାର ଦାନାରେ ରହିଛି। ଏଣୁ ଆପଣ ଡାଳିମ୍ବ ଚୋପାକୁ ନ ଫୋପାଡ଼ି ସେଥିରେ ଚା’ ତିଆରି କରି ପିଅନ୍ତୁ। ଏଥିରୁ ଲାଭ ମିଳିବ।

photo-janasatta

ଏବେ ଆସନ୍ତୁ ଜାଣିବା କେମିତି ଡାଳିମ୍ବ ଚୋପାରୁ ଚା’ ପ୍ରସ୍ତୁତ କରିବେ-
ପ୍ରଥମେ ଡାଳିମ୍ବ ଚୋପାକୁ ଭଲଭାବେ ଖରାରେ ଶୁଖାଇ ଦିଅନ୍ତୁ। ତା’ପରେ ତାକୁ ଗୁଣ୍ଡକରି ଏକ ଡବାରେ ରଖନ୍ତୁ। ଯେତେବେଳେ ଚା’ ପିଇବାକୁ ମନ ହେବ, ସେତେବେଳେ ପାଣି ଗରମ କରି ସେଥିରେ ଏକ ଚାମଚ ଗୁଣ୍ଡ ମିଶାଇ ଫୁଟାଇ ଦିଅନ୍ତୁ। ତା’ର ସ୍ୱାଦ ବଢାଇବା ଲାଗି ସେଥିରେ ଲେମ୍ବୁ ଓ ମହୁ ମିଶାଇ ପାରନ୍ତି।
ଡାଳିମ୍ବ ଚା’କୁ ମୁହଁରେ ଲଗାଇଲେ ତ୍ୱଚାର ଉଜ୍ଜ୍ୱଳତା ବୃଦ୍ଧି ପାଇଥାଏ। ହଜମ କ୍ରିୟାକୁ ମଧ୍ୟ ଏହା ଉତ୍ତମ କରାଇଥାଏ। ଡାୟରିୟା ରୋଗର ପ୍ରତିଷେଧକ ଭାବେ ମଧ୍ୟ ଡାଳିମ୍ବ ଚା’ ର ପ୍ରୟୋଗ କରାଯାଇଥାଏ।

ସମ୍ବନ୍ଧିତ ଖବର