ଖାଇବାପରେ ଅଦା ଚୋବାଇଲେ ରହିବ ନାହିଁ ଏହି ସମସ୍ୟା

ଆମେ ଅଦାକୁ କିଭଳି ଖାଇବା ଉଚିତ ସେ ସଂପର୍କରେ ଜାଣିବା ନିହାତି ଆବଶ୍ୟକ। ଖାଇବାପରେ ଅଦା ଚୋବାଇ ଲେ ବି ଉପକାର ମିଳିଥାଏ । ବିମାନ ଯାତ୍ରା ବା ଲମ୍ବା ବସ ଯାତ୍ରା ଯୋଗୁଁ ଯଦି ଆପଣ ଦୁର୍ବଳ ଅନୁଭବ କରୁଛନ୍ତି, ତେବେ ଅଦା ଖଣ୍ଡେ ଚୋବାଇ ଖାଇଲେ, ତାହା ତୁରନ୍ତ ଦୂରୀଭୂତ ହୋଇଥାଏ । ଠିକ୍‌ ସେହପରିି ଗର୍ଭବତୀ ମହିଳାମାନେ ଯଦି ସେଭଳି ଅନୁଭବ କରନ୍ତି, ତେବେ ସେମାନଙ୍କ ପାଇଁ ବି ଏହା ମହୌଷଧି ସଦୃଶ। ମାତ୍ର ୧ ରୁ ୨ ଗ୍ରାମ୍‌ ଅଦା ସେବନ ଦ୍ୱାରା ଏହା ସମ୍ଭବ ହେବ ବୋଲି ଜଣାଯାଇଛି ।

ନିୟମିତଭାବେ ଖାଦ୍ୟ ପରେ ଅଦା ଚୋବାଇ ଖାଇଲେ ବଦହଜମୀର ଶିକାର ହେବେ ନାହିଁ । ଠିକ୍‌ ସେହିପରି ଅଦା ମସ୍ତିଷ୍କକୁ ତୀକ୍ଷ୍ଣ କରିବାରେ ସହାୟକ ହୋଇଥାଏ । ଯଦି ନାକ ବନ୍ଦ ହୋଇଯାଇଛି ବା ଛାତିରେ କଫ ଭର୍ତ୍ତି ଅଛି ବା ଯନ୍ତ୍ରଣା ଅନୁଭୂତ ହେଉଛି, ତେବେ ଅଦା ମିଶା ଚାହା ପିଇଲେ ସେଥିରୁ ମୁକ୍ତି ମିଳିଥାଏ ବୋଲି ଗବେଷଣାରୁ ଜଣାଯାଇଛି ।

ସମ୍ବନ୍ଧିତ ଖବର