ସକାଳୁ ଉଠିବା ପରେ ଏହି ସବୁ କାମ କରୁଛନ୍ତି କି ! ହୋଇଯାଆନ୍ତୁ ସାବଧାନ, ଶରୀର ଉପରେ ପଡ଼ିପାରେ ଏହାର ଖରାପ ପ୍ରଭାବ

ସାଧାରଣତଃ ଦିନର ଆରମ୍ଭ ଭଲ ହେବା ଦରକାର। ଯଦି ସକାଳେ କିଛି କାମ ଆମେ ଭୁଲ କରିଥାଉ ସାରା ଦିନ ସେମିତି ହିଁ ଖରାପରେ କଟିଥାଏ। ତେବେ ଏପରି କ୍ଷେତ୍ରରେ ସକାଳୁ ଉଠିବା ପରର ଖରାପ ଅଭ୍ୟାସ ଆମ ଶରୀର ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ। ତେବେ ଆସନ୍ତୁ ଜାଣିବା ସକାଳୁ ଉଠିବା ପରେ କେଉଁସବୁ କାମ କରିବା ଅନୁଚିତ।

ଲୋକମାନେ ସକାଳୁ ଉଠିବା ମାତ୍ରେ କେ କାମ କରିବା ଆରମ୍ଭ କରି ଦେଇଥାଆନ୍ତି। ଶୀଘ୍ରଶୀଘ୍ର ସବୁକାମ କରିବା ବଦଳରେ ଭୁଲ କରି ବସନ୍ତି। ସେଥିପାଇଁ ସକାଳୁ ଆଖି ଖୋଲିବା ପରେ କିିଛି ସମୟ ଶାନ୍ତ ଭାବେ ବସନ୍ତୁ ଦୀର୍ଘ ନିଶ୍ୱାସ ନିଅନ୍ତୁ। ତା’ପରେ ଡାହାଣ କଡ ମାଡି ଅଳସ ଭିଡି ଉଠି ଯାଆନ୍ତୁ। ଏପରି କରିବା ଦ୍ୱାରା ଶରୀରରେ ଉର୍ଜ୍ଜା ସନ୍ତୁଳିତ ହୋଇଥାଏ।

ଆଜିକାଲି ଲୋକମାନେ ଉଠିବା ମାତ୍ରେ ନିଜନିଜ ସ୍ମାର୍ଟଫୋନ୍‌ର ଲାଗି ପଡ଼ି ନିଜନିଜ ହ୍ଵାଟସ୍‌ଆପ୍‌ ମେସଜ, ମେଲ ଆଦି ଚେକ୍‌ କରିଥାଆନ୍ତି। ଏପରି କରିବା ଦ୍ୱାରା ଆପଣଙ୍କ ଜୀବନଶୈଳୀ ଓ ଆଖି ଉପରେ ଖରାପ ପ୍ରଭାବ ପଡ଼ିବା ସହିତ ଚିନ୍ତା ବି ବଢ଼ିବା ଯାଇଥାଏ।

ସକାଳୁ ଉଠିବା ପରେ ଲୋକମାନେ ବ୍ୟାୟମ ତ କରନ୍ତି, କିନ୍ତୁ ତାହାକୁ ସବୁଦିନ କରନ୍ତି ନାହିଁ। ଏମିତି ଭୁଲ ଆଦୌ କରନ୍ତୁ ନାହିଁ। ସବୁଦିନ କିଛି ନା କିଛି ବ୍ୟାୟାମ ଅଭ୍ୟାସ କରନ୍ତୁ।

ସମ୍ବନ୍ଧିତ ଖବର