ପତ୍ନୀଙ୍କୁ ଏହି ସବୁ କଥା କହୁଥିବା ବ୍ୟକ୍ତି ଦୁଃଖୀ ହୋଇଥାନ୍ତି

ଅନେକ ବ୍ୟକ୍ତିଙ୍କ ଭାବନା ପତ୍ନୀ ହେଉଛନ୍ତି ଦୁନିଆରି ସବୁଠାରୁ ପ୍ରିୟ ମଣିଷ ତେଣୁ ତାଙ୍କ ସହିତ ନିଜର ସୁଖ ଦୁଃଖ ସବୁକିଛି ବାଣ୍ଟିବା ଉଚିତ୍‌। ଆଜ୍ଞା ହଁ, ପତ୍ନୀ ପତିଙ୍କର ଅଧା ସେଥିପାଇଁ ତାଙ୍କୁ ଅର୍ଦ୍ଧାଙ୍ଗିନୀ ବୋଲି କୁହାଯାଏ। ମାତ୍ର ବାସ୍ତବ କଥା ହେଉଛି ପତ୍ନୀଙ୍କୁ ସବୁ କଥା କହିବା ବୁଦ୍ଧିମାନର କାର୍ଯ୍ୟ ନୁହେଁ। ପତ୍ନୀଙ୍କ ସହ କପଟତା ଅଚରଣ କରନ୍ତୁ ନାହିଁ; କିନ୍ତୁ ନିଜର ସୁରକ୍ଷା ନିମନ୍ତେ ସାମାନ୍ୟ ବୁଦ୍ଧି ଖଟାଇବା ମଧ୍ୟ ଜରୁରୀ। ତେବେ, ନିମ୍ନରେ ଆଲୋଚ୍ୟ କଥାଗୁଡ଼ିକୁ ଭୁଲ୍‌ରେ ବି ପତ୍ନୀଙ୍କୁ କୁହନ୍ତୁ ନାହିଁ।

ଦରମା: ପତ୍ନୀଙ୍କ ସମସ୍ତ ଅବାଶ୍ୟକତା ପୂରଣ କରିବା ଆପଣଙ୍କ ଧର୍ମ। ମାତ୍ର ମନେ ରଖନ୍ତୁ ଦିନକୁ ୩ ଥର ମାଛ ଖୁଆନ୍ତୁ  ପଛେ ପୋଖରୀ ଜମା ବି ଦେଖାନ୍ତୁ ନାହିଁ। ମହିଳାଙ୍କର ଅର୍ଥ ପ୍ରତି ଟିକେ ବେଶି ଦୁର୍ବଳତା। ତେଣୁ ଆବଶ୍ୟକ ପଡ଼ିଲେ ସେ ଟଙ୍କା ପାଇଁ ଆପଣଙ୍କ ପରିବାରକୁ ମଧ୍ୟ ଅଣଦେଖା କରିପାରନ୍ତି।

ପୂର୍ବପ୍ରୀତି: ଯଦି ଆପଣଙ୍କର ପୂର୍ବରୁ କାହା ସହ ସଂପର୍କ ଅଛି ଭୁଲ୍‌ରେ ବି ପ୍ରକାଶ କରନ୍ତୁ ନାହିଁ। ଶୁଣିବା ସମୟରେ ସେ ହୁଏତ ସମବେଦନା ପ୍ରଦର୍ଶନ କରିପାରନ୍ତି ମାତ୍ର ଜୀବନ ସାରା ସେ ଆପଣଙ୍କୁ ଆପଣଙ୍କ ପୂର୍ବ ପ୍ରୀତି ମନେ ପକାଇ ଖୁଣ୍ଟା ଦେବେ।

ନିଜର ପ୍ରିୟ ମଣିଷ: ଆପଣ ଜୀବନରେ କାହାକୁ ବେଶି ଭଲପାଆନ୍ତି ତାହା ପତ୍ନୀଙ୍କ ସମ୍ମୁଖରେ ଆଦୌ ପ୍ରକାଶ କରନ୍ତୁ ନାହିଁ। ସେ ଆପଣଙ୍କ ବାପା ମାଆ ହୁଅନ୍ତୁ ପଛେ। ଈର୍ଷା ନାରୀର ଅନ୍ୟ ନାମ; ତେଣୁ ତାଙ୍କ ସ୍ୱାମୀ ତାଙ୍କ ଠାରୁ ବେଶି ଆଉ କାହାକୁ ଭଲପାଆନ୍ତି ସେ କଥା ସେ ଆଦୌ ଗ୍ରହଣ କରିପାରିବେ ନାହିଁ। ହୁଏତ ଆପଣ ଜାଣି ନ ପାରନ୍ତି ମାତ୍ର ଭିତରେ ଭିତରେ ସେ ଆପଣଙ୍କ ପ୍ରିୟ ଲୋକଙ୍କ ପ୍ରତି ଈର୍ଷା ପରାୟଣବଶତଃ ପ୍ରତିକ୍ରୀୟାଶୀଳ ହୋଇ ପଡ଼ିବେ।

ନିଜ ଦୁର୍ବଳତା: ନାନା କଥା କହି ପତ୍ନୀଙ୍କ ସହ ମଜା କରନ୍ତୁ ମାତ୍ର ନିଜର ଦୁର୍ବଳତା ଆଦୌ ପ୍ରକାଶ କରନ୍ତୁ ନାହିଁ। ସଂପର୍କରେ ସବୁବେଳେ ମିଠାପଣ ରହେ ନାହିଁ; ସାମାନ୍ୟ ଝଗଡ଼ା ହେଲେ ସେ ଆପଣଙ୍କ ଦୁର୍ବଳତା ନେଇ ଆପଣଙ୍କୁ ଅତ୍ୟାଚାର କରିପାରନ୍ତି।

ଭବିଷ୍ୟତ ଯୋଜନା: ଭବିଷ୍ୟତରେ ଆପଣ କ’ଣ କରିବାର ଯୋଜନା ରଖିଛନ୍ତି ସବୁ କଥା କୁହନ୍ତୁ ନାହିଁ। କଥାରେ ଅଛି ସ୍ତ୍ରୀ ବୁଦ୍ଧିରେ ଜଗନ୍ନାଥ ଖଣ୍ଡିଆ। ଆପଣ ନିଜ ପତ୍ନୀଙ୍କୁ ସମ୍ମାନ କରନ୍ତୁ; ମାତ୍ର ପତ୍ନୀଙ୍କ ବୁଦ୍ଧି ସଦା ଗ୍ରହଣୀୟ ନୁହେଁ ଏ କଥା ମନେ ରଖନ୍ତୁ।

 

ସମ୍ବନ୍ଧିତ ଖବର