୫୦କୋଟି ଟଙ୍କା ଭର୍ତ୍ତି ଥିବା ଗାଡ଼ି ଓଲଟି ପଡ଼ିଲା, ଲୁଟିବା ପାଇଁ ଗ୍ରାମବାସୀ ଲାଗି ପଡ଼ିଥିଲେ

ରାୟପୁର: ଛତିଶଗଡ଼ର ରାଜଧାନୀ ରାୟପୁରରେ ୫୦କୋଟି ଟଙ୍କା ଭର୍ତ୍ତି ଥିବା ଏକ ଭ୍ୟାନ୍‌ ଓ ତାହାର ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ ବାହାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟଙ୍କା ଭର୍ତ୍ତି ଗାଡ଼ି ଓ ପୁଲିସର ସ୍କର୍ପିଓ ଦୁଇଟି ଗାଡ଼ି ନିୟନ୍ତ୍ରଣ ହରାଇ ଆସୁଥିବା ଏକ ଗାଡ଼ିକୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଗ୍ରାମବାସୀଙ୍କୁ ଯେତେବେଳେ ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇଥିଲେ ଟଙ୍କା ନେବା ପାଇଁ ପହଁଞ୍ଚି ଯାଇଥିଲେ। ହେଲେ ପୁଲିସକର୍ମୀ ଟଙ୍କାକୁ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ କରି ରଖିଥିଲେ। ଏହି ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବ୍ୟାଙ୍କ କର୍ମଚାରୀ ଓ ପୁଲିସକର୍ମୀ ।

ଏହି ଘଟଣା ରାୟପୁରର ବଲୋଦାବାଜାରରେ ଘଟିଛି। ପୁଲିସ ସୂତ୍ରରୁ ପ୍ରକାଶ ଶୁକ୍ରବାର ଦ୍ୱିପହରରେ ଏହି ଦୁର୍ଘଟଣା ଘଟିଥିଲା। ପ୍ରତ୍ୟେକ୍ଷଦର୍ଶୀଙ୍କ ମୁତାବକ, ଟଙ୍କା ଭର୍ତ୍ତି ଗାଡ଼ି ଓ ତାର ସୁରକ୍ଷା ପାଇଁ ଆଗରେ ଯାଉଥିବା ପୁଲିସ ଗାଡ଼ିର ବ୍ୟାଗ ଦ୍ରୁତ ଥିଲା। ବଲୋଦାବାଜାରର ବିଟକୁଲି ଗ୍ରାମରେ ମାଲିକା ନାଳ ନିକଟରେ ସାମ୍ନ ପଟୁ ଆସୁଥିବା ଏକ ଅନିୟନ୍ତ୍ରିତ ଗାଡ଼ିକୁ ବଞ୍ଚାଇବାକୁ ଯାଉଥିବା ସମୟରେ ପରସ୍ପର ମଧ୍ୟରେ ଧକ୍କର ହୋଇଥିଲା ଫଳରେ ଟଙ୍କା ଭର୍ତ୍ତି ଗାଡ଼ିଟି ନାଳ ଭିତରକୁ ଓଲଟି ପଡ଼ିଥିଲା।

ଏସ୍‌ବିଆଇର ଚେଷ୍ଟ ବହାନରେ ବ୍ୟାଙ୍କ କର୍ମଚାରୀ ବସିଥିଲେ, ଟଙ୍କାର ସୁରକ୍ଷା ପାଇଁ ଆଗେ ଆଗେ ଯାଉଥିବା ସ୍କର୍ପିଓ ଗାଡ଼ିରେ ଛତିଶଗଡ଼ ଆମର୍ଡ ଫୋର୍ସ ଅସ୍ତ୍ରଶସ୍ତ୍ର ସହିତ ବସିଥିଲେ। ଯେଉଁ ଗାଡ଼ି ପାଇଁ ଏହି ଦୁର୍ଘଟଣା ଘଟିଲା ସେହି ଗାଡି ଚାଳକ ଘଟଣାସ୍ଥଳରୁ ଫେରାର ହୋଇଛି। ଏହି ଗାଡ଼ିରେ ପାଖାପାଖି ୩୨ଟି ପେଟିରେ ୫୦କୋଟି ଟଙ୍କା ଭର୍ତ୍ତି ଥିଲା। ଏହି ଟଙ୍କା ଧରମଜୟଗଡ଼ର ବିଭିନ୍ନ ବ୍ୟାଙ୍କ ଓ ଏଟିଏମ୍‌ ମ୍ୟାସିନ୍‌ରେ ଜମା କରିବା ପାଇଁ ନିଆଯାଉଥିଲା।

ସମ୍ବନ୍ଧିତ ଖବର