କରୋନାକୁ ପ୍ରତିରୋଧର କେତେକ ସହଜ ଉପାୟ

ପ୍ରଫେସର ଡାକ୍ତର ଶଶି ନାରାୟଣ ମହାପାତ୍ର

କରୋନା ରୋଗ ସଂକ୍ରମଣର ଦ୍ବିତୀୟ ଲହର ଅନେକ ଦେଶର ଲୋକଙ୍କୁ ସଂକ୍ରମିତ କରିସାରିଲାଣି। ଭାରତର ବିଭିନ୍ନ ସ୍ଥାନରେ ମଧ୍ୟ ଲୋକମାନେ ଅଧିକ ମାତ୍ରାରେ ସଂକ୍ରମିତ ହେଉଛନ୍ତି। କିନ୍ତୁ ସବୁଦେଶରେ ସଂକ୍ରମଣ ଓ ‌ସେହି କାରଣରୁ ରୋଗୀ ମୃତ୍ୟୁ ଲାଗି ରହିଛି ଓ ଲାଗି ରହିବ। ଏଥିରୁ ରକ୍ଷା ପାଇବା ପାଇଁ ସତର୍କତା ହିଁ ଜରୁରୀ। ମାସ୍କ, ସାମାଜିକ ଦୂରତା ମାନି ଚଳିବାକୁ ପଡିବ। ଅବଶ୍ୟ ଏବେ ଋଷ ଭଳି ଦେଶ କ‌ରୋନା ଭ୍ୟାକସିନର ସଫଳତାକୁ ନେଇ ଘୋଷଣା କରିଛନ୍ତି। କିନ୍ତୁ ଏହା କେତେଦୂର ଓ କେତେ ସମୟ ପର୍ଯ୍ୟନ୍ତ କରୋନା ଭୂତାଣୁକୁ ପ୍ରତିହତ କରିବ ତା ବଡ ପ୍ରଶ୍ନବାଚୀ। ଏହି ଭାକ୍‌ସିନ୍‌ ମଧ୍ୟ ସବୁ ବୟସର ଲୋକ ବା ଛୋଟ ପିଲାଙ୍କୁ ଦିଆଯାଇ ପାରିବ ନାହିଁ। ହୃଦ୍‌ରୋଗୀ ଓ ବୃକ୍‌କ, ଲିଭର ରୋଗୀମାନେ ଏହାକୁ ନେବା ବିପଦଜନକ। ଯିଏ ଭାକ୍‌ସିନ୍‌ ନେବେ ସେ ଘଣ୍ଟାଏ କାଳ ଭାକ୍‌ସିନ୍‌ ନେଇଥିବା ସ୍ଥାନରେ ରହିବେ। ତାଙ୍କଠାରେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଲେ ତୁରନ୍ତ ଚିକିତ୍ସା କରିବାକୁ ପଡିବ।

କିନ୍ତୁ ଏସବୁକୁ ବାଦ ଦେଇ ସାଧାରଣ ଭାବେ କେତେକ ପ୍ରତିଷେଧକ ବ୍ୟବସ୍ଥା ଉପରେ ନିହାତି ଗୁରୁତ୍ବ ଦିଅନ୍ତୁ। ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଦେହ, ହାତ, ମୁହିଁ ସହ ଶରୀରରେ ଯେଉଁ ଅଂଶ ବାହାର ସଂସ୍ପର୍ଶରେ ଆସୁଛି ତାକୁ ସାବୁନରେ ଧୋଇବା ଉଚିତ୍‌। ଶୋଇବ‌ା ପୂର୍ବରୁ ଦାନ୍ତ ଘସିବା, ଅଳ୍ପ ଉଷୁମ ପାଣିରେ ଗଳ ଗଳ କରିବା। ‌ଗରମ ପାଣି ପିଇଲେ ଖାଦ୍ୟନଳୀରେ ପ୍ରବେଶ କରିଥିବା ଭୂତାଣୁ ମରିଯିବେ। ସେହିପରି ମୁହଁକୁ ଢାଙ୍କି ଗରମ ପାଣି ବାମ୍ପ ନିଅନ୍ତୁ, ଏହାଦ୍ବାରା ନିଶ୍ବାସ ପ୍ରଶ୍ବାସ ନେଲେ ନାକ ଭିତରକୁ ଯାଉଥିବା ଭୂତାଣୁମାନେ ମରିଯିବେ। ଭେପୋରାଇଜର, ଷ୍ଟିମ୍‌ ଇନ୍‌ହେଲର ବ୍ୟବହାର କରୋନା ସମୟରେ ବେଶ୍‌ ଉପଯୋଗୀ ହେଉଛି। ଏହାକୁ ବ୍ୟବହାର କରିବା ଅତି ସହଜ। ସାଧାରଣ ପାଣି ପୁରାଇ ଇଲେକ୍ଟ୍ରି ପ୍ଲଗ୍‌ରେ ଲଗାଇ ଦେଲେ ସେଥିରୁ ଗରମ ବାଷ୍ପ ବାହାରିବ, ଏହାକୁ ନାକ ବାଟରେ ଜୋରରେ ନିଶ୍ବାସ ନେଲେ ଏହା ଶ୍ବାସନଳୀରେ ଫୁସ୍‌ଫୁସ୍‌ ପର୍ଯ୍ୟନ୍ତ ଚାଲିଯିବ। କେବଳ ନାକ ବାଟରେ ନୁହେଁ ପାଟିକୁ ଆଁ କରି ମଧ୍ୟ ଏହାକୁ ନେବାକୁ ପଡିବ। ଏହାଦ୍ବାରା ନାକ ଓ ପାଟି ଦେଇ ପଶିଥିବା ଭୂତାଣୁ ମରିଯିବେ। ଅଳ୍ପ କେତେକ ଭୂତାଣୁ ଯେଉଁମାନେ ବଂଚିଥିବେ ଆମ ଶରୀରରେ ଥିବା ପ୍ରତିରକ୍ଷା ବାହାନୀ ତାଙ୍କୁ ମାରିବାକୁ ସକ୍ଷମ ହେବେ।

ସାଧାରଣଭାବେ ଏହି କାର୍ଯ୍ୟ ରାତିରେ ‌ଶୋଇବା ପୂର୍ବରୁ କରାଗଲେ ଭଲ। ଯେଉଁଠାରେ ଇଲେକ୍ଟ୍ରିର ସୁବିଧା ନାହିଁ ସେଠାରେ ଚୁଲି ଉପରେ ଡେକଚି ବସାଇ ଗରମ ପାଣି ବାମ୍ପ ବାହାରିଲେ ତାକୁ ତଳକୁ ଓହ୍ଲାଇ ଗୋଟିଏ ତଉଲିଆ ବା ଓଢଣୀ‌ ଘୋଡାଇ ନିଶ୍ବାସ ପ୍ରଶ୍ବାସ ନେବାକୁ ପଡିବ। ଯଦି ସର୍ଦ୍ଦି ପାଇଁ ନାକ ଫିଟୁନି ତେବେ ଏହି ଗରମ ପାଣିରେ ଭେପୋକ୍ୟାପ୍‌କୁ ଛିଣ୍ଡାଇ ପକାଇ ନିଶ୍ବାସ ପ୍ରଶ୍ବାସ ନେବାକୁ ପଡିବ। ଏହି ଭୋପୋରାଇଜର ଦ୍ବାରା ସର୍ଦ୍ଦି, ବ୍ରୋଂକାଇଟିସ୍‌, ଆଜମା, ଲାରିଂଜାଇଟିସ୍‌, ତଣ୍ଟିଘା ଆଦି ରୋଗ ମଧ୍ୟ ଭଲ ହୋଇପାରିବ। ଯେଉଁମାନେ ଭ୍ୟାକ୍‌ସିନ୍‌ ନେବାକୁ ଅନୁପଯୁକ୍ତ ସେମାନଙ୍କ ପାଇଁ ଏହା ବହୁତ ଉପକାରୀ। ଏବେ ଶୀତଦିନରେ ଶ୍ବାସରୋଗୀ ଓ ଭୋଜିଭାତରେ ଯୋଗଦେଇ ଆଇସ୍‌କ୍ରିମ୍‌, କୋଲଡ୍ରିଙ୍କସ୍‌ ପିଇବା ବିପଦ। ଶାରୀରିକ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଏ ସମୟରେ ମିଳୁଥିବା ଅଁଳା କୋଳି, କମଳା, ଲେମ୍ବୁ, କାଗଜି ଲେମ୍ବୁ ପ୍ରଭୃତି ପ୍ରତିଦିନ ଖାଇବା ଉଚିତ୍‌।

ସମ୍ବନ୍ଧିତ ଖବର