ଅନେକ ପରିଶ୍ରମ ପରେ ବି କୌଣସି ଆଖିଦୃଶିଆ ଫଳ ମିଳୁନାହିଁ କି? ଆପଣଙ୍କ ଘରେ ରହିଛି ନକାରାତ୍ମକ ପ୍ରଭାବ, ଏମିତି ଦୂରେଇ ଦିଅନ୍ତୁ

କର୍ମ ଦ୍ୱାରା ଭାଗ୍ୟକୁ ଜିଣିହୁଏ ବୋଲି କଥା ରହିଛି। ବେଳେ ବେଳେ ଏମିତି ହୁଏ, କଠିନ ପରିଶ୍ରମ କରି ମଧ୍ୟ କୌଣସି ଆଖି ଦୃଶିଆ ଫଳାଫଳ ମିଳେ ନାହିଁ। ଘରେ କୌଣସି ନକାରାତ୍ମକ ଶକ୍ତି ରହିଥିଲେ ଏପରି ହୋଇଥାଏ। ଆପଣଙ୍କ ସମସ୍ତ ଭଲ କାର୍ଯ୍ୟରେ ସେହି ଶକ୍ତିର କୁପ୍ରଭାବ ପଡ଼ିଥାଏ। ଫଳରେ କାମ କଲେ ବି ଉପଯୁକ୍ତ ଫଳପ୍ରାପ୍ତ ହୋଇନଥାଏ। ଚାଲନ୍ତୁ ଜାଣିବା ସେହି ନକାରାତ୍ମକ ଶକ୍ତିକୁ ଆମେ କେଉଁ ଉପାୟରେ ଘରୁ ଦୂରେଇ ଦେଇ ପାରିବା।

ଧଳା କଇଁ ଶାନ୍ତିର ପ୍ରତୀକ। ଯଦି ଉପଲବ୍ଧ ହେଉଛି ତେବେ ଦୈନିକ ଗୋଟାଏ ଧଳା କଇଁ ଆଣି ନିଜ ଡାଇନିଂରେ ରଖନ୍ତୁ। ଏହାକୁ ଦେଖିବା ଦ୍ୱାରା ମନ ପ୍ରଫୁଲ୍ଲ ହେବା ସହ ଉଲ୍ଲାସିତ ହେବା ପରି ଲାଗିଥାଏ।

ମନ୍ତ୍ର ଉଚ୍ଚାରଣ କଲେ ମଧ୍ୟ ନକାରାତ୍ମକ ଶକ୍ତି ଦୂର ହୋଇଥାଏ। ଆପଣ ଯଦି କେବେ ଠାକୁର ପୂଜା କରୁଛନ୍ତି ତେବେ ବଡ଼ ପାଟିରେ ମନ୍ତ୍ର ଉଚ୍ଚାରଣ କରନ୍ତୁ କିମ୍ବା ଶ୍ଳୋକ ପଢ଼ନ୍ତୁ। ଫଳରେ ଘର ଉପରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ।

ହସିବା ବି ଏକ ଭଲ ଗୁଣ। ହସ ସଂକ୍ରାମକ। ଆପଣ ଯଦି ହସିବେ ତେବେ ଆପଣଙ୍କ ହସର ପ୍ରଭାବ ଘରର ଅନ୍ୟ ସମସ୍ତଙ୍କ ଉପରେ ବି ପଡ଼ିବ। ଫଳରେ ଏକ ସକାରାତ୍ମକ ବାତାବରଣ ସୃଷ୍ଟି ହେବ।

ମୃଦୁ ମୃଦୁ ସଂଗୀତ ବଜାଇବା ବି ଖୁବ୍‌ ଭଲ ହୋଇଥାଏ। ସଂଗୀତ ଶୁଣିବା ଦ୍ୱାରା ଯେକେହି ଲୋକର ମନ ପ୍ରଫୁଲ୍ଲ ହୋଇଥାଏ। ଫଳରେ ଘରେ କଳି-ଝଗଡ଼ା କମ୍‌ ହୋଇଥାଏ।

ସଂଧ୍ୟା ସମୟରେ ଧୂପ କିମ୍ବା ଝୁଣା ଧୁଆଁ ଆଦି ଘରେ ଦିଅନ୍ତୁ। ଏପରି କଲେ ଘର ଜୀବାଣୁ ମୁକ୍ତ ହେବା ସହ ସକାରାତ୍ମକ ବାତାବରଣ ସୃଷ୍ଟି ହୋଇଥାଏ।

ସମ୍ବନ୍ଧିତ ଖବର