ମୁଣ୍ଡବିନ୍ଧା ଓ ବାନ୍ତିର ଅନ୍ୟତମ କାରଣ ଏହା ବି ହୋଇପାରେ

ଆଜିକାଲି ଅଧିକାଂଶ ଲୋକ ଅଧିକ ମାତ୍ରାରେ ଜଙ୍କ୍‌ ଫୁଡ୍‌ ଖାଇବାକୁ ଭଲ ପାଉଛନ୍ତିାବିଶେଷ କରି କିଶୋର ଏବଂ ଯୁବପୀଢ଼ି ଏହାର ବେଶୀ କବଳିତ ହୋଇଥିବାର ଲକ୍ଷ୍ୟ କରାଯାଉଛି।ସେମାନେ ଦିନଟିଏ ବି ଜଙ୍କ୍‌ ଫୁଡ୍‌ ବିନା ଚଳିପାରନ୍ତି ନାହିଁ। ଭାତ ନଖାଇଲେ ଚଳିବ ମାତ୍ର ଚଟପଟା ନ ଖାଇଲେ ଚଳିବ ନାହିଁ।

photo-scoopwhoop.com

ଏହି ଖାଦ୍ୟ ପାଟିକୁ ଖୁବ୍‌ ଭଲ ଲାଗେ ହେଲେ ସେମାନେ ଜାଣନ୍ତି ନାହିଁ ଯେ ଏହା ଶରୀରର ଅନେକ କ୍ଷତି କରିଥାଏ। କୁହାଯାଏ ଯେ ମାତ୍ରାଧିକ ଜଙ୍କ ଫୁଡ ଖାଇଲେ ମସ୍ତିଷ୍କରେ ଥିବା ନ୍ୟୁରନ୍‌ ରିସେପ୍ଟର୍ସ କ୍ଷତି ଗ୍ରସ୍ତ ହୋଇଥାଏ । ଏହା ମୁଣ୍ଡବିନ୍ଧା ଓ ବାନ୍ତିର ବି ଅନ୍ୟତମ କାରଣ ବୋଲି କୁହାଯାଏ । ଏହାଫଳରେ ଅଧିକ ମାତ୍ରାରେ ମନରେ ଦ୍ୱନ୍ଦ ଉପୁଜିଥାଏ । ପରିଣାମସ୍ୱରୂପ ଅଧିକ ଜଙ୍କ୍‌ ଫୁଡ୍‌ ଖାଇବାକୁ ଭଲ ପାଉଥିବା ଲୋକ ସହଜରେ କୌଣସି ନିଷ୍ପତ୍ତି ନେଇପାରନ୍ତି ନାହିଁ। ଏତଦବ୍ୟତୀତ ପେଟରୋଗର ଆଶଙ୍କାକୁ ବି ଏଡାଇ ଦେଇହେବନି। ଏକ ଗବେଷଣାରୁ ଜଣାଯାଇଛିି ଯେ ନିୟମିତଭାବେ ଜଙ୍କ ଫୁଡ ଖାଇଲେ ଭୋକ ହେବାର ପ୍ରକ୍ରିୟା କ୍ରମଶଃ ଶିଥିଳ ହୋଇଯାଏ।

ସମ୍ବନ୍ଧିତ ଖବର