ଆସନ୍ତୁ ଜାଣିବା, କାହିଁକି ହୁଏ ଫୁଡ୍ ପଏଜନିଂ ଏବଂ କ’ଣ ରହିଛି ଏହାର ଘରୋଇ ଉପଚାର
ନୂଆଦିଲ୍ଲୀ: ସଂପ୍ରତି ଲୋକମାନଙ୍କର ଖାଦ୍ୟପେୟଠିକ ରହୁ ନଥିବା ଯୋଗୁଁ ଶରୀରରେ ଅନେକ ପ୍ରକାରର ରୋଗ ଦେଖାଯାଉଛି। ଏଥି ମଧ୍ୟରୁ ସାଧାରଣତଃ ଫୁଡ୍ ପଏଜନିଂ, ଅଧିକ ମାତ୍ରରେ ସମସ୍ତଙ୍କ ନିକଟରେ ଦେଖିବାକୁ ମିଳିଥାଏ । ଏହାଘାତକ ରୋଗ ହୋଇ ନଥିଲେ ସୁଦ୍ଧା ବେଳେବେଳେ ଏହା ପ୍ରାଣଘାତକ ସାଜିଥାଏ । ଆସନ୍ତୁ ଜାଣିବା, କ’ଣ ରହିଛି ଫୁଡ୍ ପଏଜନିଂର କାରଣ? ଏବଂ କିପରି କରାଯିବା ଏହାର ଘରୋଇ ଉପଚାର…
Sambad is now on WhatsApp
Join and get latest news updates delivered to you via WhatsApp
ଫୁଡ୍ ପଏଜନିଂକୁ ଫୁଡ୍ ବର୍ଣ୍ଣ ଇଲ୍ନେସ ବୋଲି ମଧ୍ୟ କୁହାଯାଇଥାଏ । ଖାଦ୍ୟପେୟରେ ତାଳମେଳ ନରହିଲେ, ପାଚନ କ୍ରିୟାରେ ସମସ୍ୟା ସୃଷ୍ଟି ହୋଇଥାଏ; ଏବଂ ଯାହା ଫଳରେ ପେଟରେ ଯନ୍ତ୍ରଣା ଅନୁଭୂତ ହୋଇଥାଏ, ଯାହାକୁ ଫୁଡ୍ ପଏଜନିଂ କୁହା ଯାଇଥାଏ । କ୍ଷୀର ସହ ଖଟା ଜାତୀୟ ପଦାର୍ଥ , ମହୁ ସହ ଘିଅ , ସମୁଦ୍ର ଜାତୀୟ ଖାଦ୍ୟ ସହ କ୍ଷୀର , କଦଳୀ ଖାଇବା ପରେ ଦହି , ତରଭୁଜ ସହିତ ପୋଦିନା, ଚା’ ସହିତ ଦହି କିମ୍ବା କାକୁଡ଼ି ଆଦି ସେବନ କରିବା ଦ୍ୱାରା ଫୁଡ୍ ପଏଜନିଂ ସମସ୍ୟା ଉପୁଜିଥାଏ। ଖାଦ୍ୟମାନଙ୍କ ମଧ୍ୟରେ ଉତ୍ତମ ତାଳମେଳ ନ ରହିଲେ ଏହି ପ୍ରକାରର ସମସ୍ୟା ଦେଖାଯାଇଥାଏ ।
ଫୁଡ୍ ପଏଜନିଂରୁ ରକ୍ଷା ପାଇବାର ଘରୋଇ ଉପଚାର:
ଫୁଡ୍ ପଏଜନିଂରୁ ରକ୍ଷା ପାଇବାର ସବୁଠାରୁ ସହଜ ଉପାୟ ହେଉଛି ଖାଦ୍ୟପେୟର ମଧ୍ୟରେ ସଠିକ ସାମଞ୍ଜସ୍ୟ ରଖିବା । ଏହା ସହଫୁଡ୍ ପଏଜନିଂ ପାଇଁ ସେଓ ରସ ବହୁ ଲାଭ ଦାୟକ ହୋଇଥାଏ । ଅଳ୍ପ ଉଷୁମ ପାଣିରେ ସେଓ ରସକୁ ମିଶାଇ ଦିନକୁ ଦୁଇ ଥର ସେବନ କରନ୍ତୁ ଦେଖିବେ ସ୍ୱାସ୍ଥ୍ୟ ଭଲ ରହିବା ସହ ପାଚନ ପ୍ରକ୍ରିୟା ସଠିକ୍ ଭାବେ ହେବ । ଏଥିରେ ରହିଥିବା ଆଣ୍ଟିବ୍ୟାକ୍ଟରିଆଲ ଗୁଣ ଶରୀର ପାଇଁ ବହୁ ଲାଭଦାୟକ ହୋଇଥାଏ ।
ରସୁଣରେ ଆଣ୍ଟିବ୍ୟାକ୍ଟରିଆଲ ଏବଂ ଆଣ୍ଟିଫଙ୍ଗସ ଗୁଣ ରହିଥାଏ । ଏହା ପ୍ରାକୃତିକ ଉପାୟରେ ସଂକ୍ରମଣକୁ ଶରୀରରୁ ଦୂରାଇ ରଖିଥାଏ । ଏହା ଦ୍ୱାରା ପାଚନ ପକ୍ରିୟା ମଧ୍ୟ ସକ୍ରିୟ ହୋଇଥାଏ ।
କଦଳୀ ଏବଂ ତୁଳସୀ ମଧ୍ୟ ଫୁଡ୍ ପଏଜନିଂ ପାଇଁ ବହୁ ଲାଭଦାୟକ ହୋଇଥାଏ । ଏହାକୁ ଦୈନିକ ସେବନ କରିବା ଦ୍ୱାରା ପାଚନ ପ୍ରକ୍ରିୟା ଠିକ ହେବା ସହ ଶରୀରର ଅନେକ ପ୍ରକାରର ସମସ୍ୟା ଦୂର ହୋଇଥାଏ ।