ଏହି ଲୁଣ ସେବନ କରିଲେ ହୃଦ୍‌ରୋଗ ଓ ମଧୁମେହ ରୋଗ ଆଦି ପାଇଁ ଲାଭ ମିଳିଥାଏ

ଲୁଣ ବିନା ସ୍ୱାଦିଷ୍ଟ ଖାଦ୍ୟର କଳ୍ପନା କରାଯାଇନପାରେ। କିଛି ଲୋକ କମ୍‌ ଲୁଣ ଖାଇଥାନ୍ତି ଓ ଆଉ କେତେକ ବେଶୀ ଲୁଣ ସେବନ କରିଥାନ୍ତି। ସେ ଯାହା ହେଉନା କାହିଁକି ସୋଡିଅମ୍‌ର ସବୁଠାରୁ ଭଲ ସ୍ରୋତ ହେଲା ଲୁଣ। ପାଞ୍ଚ ପ୍ରକାରର ଲୁଣ ଅଛି। ଆସନ୍ତୁ ଜାଣିବା ଏଥିମଧ୍ୟରୁ କେଉଁଟି ସବୁଠାରୁ ଭଲ।

ଟେବୁଲ୍‌ ସଲ୍‌ଟ ବା ସାଦା ଲୁଣରେ ପର୍ଯ୍ୟାପ୍ତ ମାତ୍ରାରେ ସୋଡିଅମ୍‌ ଅଛି,ଯାହା ଆମ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇଥାଏ। ସୈନ୍ଧବ ଲବଣ ବା ରକ୍‌ ସଲ୍‌ଟରେ କାଲସିଅମ୍‌,ପୋଟାସିଅମ୍‌ ଓ ମ୍ୟାଗନେସିଅମ୍‌ ପ୍ରଚୁର ମାତ୍ରାରେ ରହିଥାଏ। ଏଣୁ ଏହା ସ୍ୱାସ୍ଥ୍ୟପାଇଁ ବି ଭଲ। କଳା ଲୁଣରେ ଫ୍ଲୋରାଇଡର ମାତ୍ରା ଅଧିକ।ଏହି ଲୁଣ ସେବନ କରିଲେ କୋଷ୍ଠକାଠିନ୍ୟତା ,ବଦହଜମୀ,ପେଟରେ ଯନ୍ତ୍ରଣା,ବାନ୍ତି ଓ ମୁଣ୍ଡ ବୁଲାଇବା ଆଦି ସମସ୍ୟାରୁ ମୁକ୍ତି ମିଳିଥାଏ।

ଲୋ- ସୋଡିଅମ୍‌ ସଲ୍‌ଟ ସେବନ କରିଲେ ହୃଦ୍‌ରୋଗ ଓ ମଧୁମେହ ରୋଗ ଆଦି ପାଇଁ ଲାଭ ମିଳିଥାଏ । ସମୁଦ୍ର ଲୁଣ ସାଦା ଲୁଣ ଭଳି ଲୁଣିଆ ନୁହେଁ,ଏହା ସେବନ କରିଲେ ପେଟ ଫୁଲିବା,ଉତ୍ତେଜନା ଓ କୋଷ୍ଠକାଠିନ୍ୟତା ଆଦି ସମସ୍ୟାରୁ ମୁକ୍ତି ମିଳିଥାଏ।

ସମ୍ବନ୍ଧିତ ଖବର