ବେକରେ ହେଉଥିବା କଳା ଦାଗକୁ ଦୂର କରିବା ପାଇଁ ଆପଣାନ୍ତୁ ଏହି ଉପାୟ

ଆଜିକାଲି ସବୁ ମହିଳା ଏବଂ ପୁରୁଷ ନିଜ ନିଜ ମୁହଁକୁ ଚମକାଇବା ପାଇଁ ଚେଷ୍ଟା କରୁଛନ୍ତି । ସମସ୍ତଙ୍କଠାରୁ ଭିନ୍ନ ଦେଖାଯିବା ପାଇଁ ସମସ୍ତେ ବିଭିନ୍ନ ରାସାୟନିକ ପଦାର୍ଥ ବ୍ୟବହାର କରିବା ସହ ମୁହଁକୁ ପ୍ରଦୂଷଣ ମୁକ୍ତ ରଖିଥାଆନ୍ତି । କିନ୍ତୁ ମୁହଁକୁ ଚମକାଇବା ନିଶାରେ ସେମାନେ ବେକକୁ ଭୁଲି ଯାଆନ୍ତି । ବଢ଼ୁଥିବା ପ୍ରଦୂଷଣ ମୁହଁ ସହ ବେକ ଉପରେ ମଧ୍ୟ ପ୍ରଭାବ ପକାଏ ବୋଲି କେହି ଭାବନ୍ତି ନାହିଁ । କେବେ ଆପଣ ମୁହଁ ସହ ବେକକୁ ତୁଳନା କରିଛନ୍ତି ? ମୁହଁକୁ ସଫା କରିବା ନିଶାରେ ଆପଣଙ୍କ ବେକରେ ଥିବା କଳା ଦାଗ ଧୀରେ ଧୀରେ ବଢ଼ିବାରେ ଲାଗିଛି ତାହାର ଉପଚାର ପାଇଁ କେବେ କିଛି ଭାବିଛନ୍ତି କି? ଯଦି ନାଁ, ତେବେ ଆଜି ଆମେ ଜଣାଇବୁ ଏହି ଅସୁବିଧାରୁ ମକ୍ତି ପାଇବାର ଉପାୟ ।

୧.ଷ୍ଟିମିଙ୍ଗ : ବେକରୁ କଳା ଦାଗ ଛଡ଼ାଇବା ପାଇଁ ପ୍ରଥମେ ଗରମ ପାଣିରେ ଟାେଓ୍ଵଲ ବୁଡ଼ାଇ ବେକରେ ଗୁଡ଼ାଇ ଦିଅନ୍ତୁ । ୫ ମିନିଟ୍‌ ରଖିବା ପରେ ଏହାକୁ କାଢ଼ି ଦିଅନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ତ୍ୱଚା ନରମ ହେବା ସହ ବେକରେ ଥିବା ମଇଳା ବାହାରି ଯାଇଥାଏ ।

One Click Beauty Care

୨. କଳା ଦାଗ ଦୂର କରିବାର ଅନ୍ୟ ଏକ ଉପାୟ ହେଲା ଅଧା ଚାମଚ ଲୁଣରେ ଗୋଟେ ଚାମଚ ବେକିଙ୍ଗ ସୋଡ଼ା ଏବଂ ଅଧା ଚାମଚ ନଡ଼ିଆ ତେଲ ମିଶାନ୍ତୁ । ଏହି ମିଶ୍ରଣକୁ ବେକରେ ୫ମିନିଟ୍‌ ପର୍ଯ୍ୟନ୍ତ ଘଷନ୍ତୁ । ଏପରି କରିବା ଦ୍ୱାରା ବେକରୁ ମୃତ କୋଷିକାଗୁଡ଼ିକ ବାହାରି ଯାଇଥାଏ ।

Allure

୩. ଗୋଟେ ପୂରା ଚାମଚ ଚନ୍ଦନ ପାଉଡ଼ରରେ ମୁଲତାନି ମାଟି, ଲେମ୍ବୁ ରସ ଏବଂ କଞ୍ଚା କ୍ଷୀର ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହି ମିଶ୍ରଣକୁ ବେକରେ ଲଗାଇବା ସହ ୧୦ମିନିଟ୍‌ ପାଇଁ ଛାଡ଼ି ଦିଅନ୍ତୁ । ଏପରି କରିବା ଦ୍ୱାରା ବେକରେ ଥିବା କଳା ଦାଗ ଧୀରେ ଧୀରେ ଦୂର ହୋଇଯାଇଥାଏ ।

BeautyGlimpse – Beauty
ସମ୍ବନ୍ଧିତ ଖବର