ପ୍ରତି ରାତିରେ ଏମିତି ପେଟକୁ ମାଲିସ କଲେ ଚର୍ବି ପୋଡ଼ିଯାଇ ପେଟ କମିଯିବ

ପେଟରେ ଚର୍ବି ଜମିବା ଏବେ ଉଭୟ ପୁରୁଷ ଏବଂ ନାରୀମାନଙ୍କର ସାଧାରଣ ସମସ୍ୟା ପାଲଟି ଗଲାଣି। ଏଥି ଯୋଗୁଁ କେବଳ ଜଣେ ମୋଟା ଓ ପେଟୁଆ ଦିଶନ୍ତି ନାହିଁ, ହୃତ୍‌ପିଣ୍ଡ, କୋଲେଷ୍ଟ୍ରଲ୍‌ ଏବଂ ଉଚ୍ଚ ରକ୍ତଚାପ ଆଦି ରୋଗ ମଧ୍ୟ ଭୋଗନ୍ତି। ଏଥିରୁ ନିସ୍ତାର ପାଇବା ପାଇଁ ବ୍ୟାୟାମ ଖୁବ୍‌ ଉପାଦେୟ କିନ୍ତୁ, ମାଲିସ ଦ୍ୱାରା ମଧ୍ୟ ଜଣେ ନିଜ ସୁବିଧା ଅନୁସାରେ ଘରେ ବସି ନିଜର ପେଟ କମାଇ ପାରିବେ।

ପ୍ରକୃତରେ ଏହା ହେଉଛି ଚୀନ୍‌ର ଏକ ଔଷଧୀୟ ମାଲିସ୍‌। ଏହା ଅଧିକ ରକ୍ତସଂଚାଳନ କରାଇ ପେଟରେ ଥିବା ଚର୍ବିକୁ ଦହନ କରି ନଷ୍ଟ କରିଦିଏ।


ସେ ମାଲିସ କରିବା ଉପାୟଟି ଏମିତି:

୧. ଟାଣୁଆ ଚଟାଣ ଉପରେ ଚିତ୍‌ ହୋଇ ଶୁଅନ୍ତୁ।

୨. ଗରମ ଲାଗିବା ଯାଏଁ ନିଜର ଦୁଇ ପାପୁଲିକୁ ଘଷନ୍ତୁ।

୩. ଉଷୁମ ପାପୁଲିକୁ ନାହିମୁଣ୍ଡା ଉପରେ ରଖନ୍ତୁ।

୪. ହାତକୁ ଚାପି ନାହିମୁଣ୍ଡା ଚାରିପଟେ ଛୋଟ ମୁଣ୍ଡଳୀ ଆକାରରେ ବୁଲାଇ ବୁଲାଇ କ୍ରମେ କ୍ରମେ ପେଟର ଅନ୍ୟ ଆଡ଼କୁ ବଢ଼ାଇ ଚାଲନ୍ତୁ।

୫. ଉତ୍ତାପ ଉପରେ ଧ୍ୟାନ ଦିଅନ୍ତୁ। ଯେମିତି ହାତ ଘଷିଲେ ପେଟରୁ ଉତ୍ତାପ ବାହାରିବ।

୬. ୨ ମିନିଟ୍‌ରେ ପେଟରେ ଏମିତି ୪୦ ରୁ ୫୦ ମୁଣ୍ଡଳୀ ହେବା ପରି ହାତ ବୁଲାନ୍ତୁ।

ସତର୍କତା: ଖାଇ ସାରିବା ପରେ କିଂବା ଅନ୍ତସତ୍ତ୍ୱା ଥିବା ସମୟରେ ଏହି ମାଲିସ କରନ୍ତୁ ନାହିଁ। ମାଲିସ ଆରମ୍ଭ କରିବା ପୂର୍ବରୁ ଡାକ୍ତରଙ୍କ ପରମର୍ଶ ନିଅନ୍ତୁ।

ସମ୍ବନ୍ଧିତ ଖବର