ନବ ବିବାହିତ ଭୁଲରେ ବି ଏହି ସବୁ ଖାଆନ୍ତୁ ନାହିଁ !

ବିବାହ ସମୟରେ ଖାଦ୍ୟପେୟର ସଠିକ ଭାବେ ଧ୍ୟାନ ରଖାଯାଇ ପାରି ନଥାଏ । ଯାହା ଫଳରେ ବିବାହ ପରେ ର୍ଦୁବଳତା ଏବଂ ଥକାପଣ ଦେଖାଯାଇଥାଏ । ଏଣୁ ନବଦମ୍ପତି ଏହି ସମୟରେ ନିଜ ଅଜାଣତରେ ଅନେକ ଜିନିଷ ଖାଇଥାନ୍ତି ଯାହା ଅନେକ ପ୍ରକାରର ଶାରୀରିକ ଅସୁବିଧାର କାରଣ ପାଲଟିଥାଏ। ଆସନ୍ତୁ ଜାଣିବା କେଉଁ ସବୁ ଖାଦ୍ୟ ନବଦମ୍ପତିଙ୍କୁ ଖାଇବା ମନା।

କଫି ଅଧିକ ପିଇବା ଦ୍ୱାରା ପୁରୁଷମାନଙ୍କ ଶରୀରରେ କାର୍ଟିସଲ ନାମକଏକ ହରମୋନ୍‌ ବଢ଼ିବାରେ ଲାଗିଥାଏ। ଏହାର ଆଧିକ୍ୟ ମାନସିକ ଅସ୍ଥିରତା ସୃଷ୍ଟି କରିଥାଏ। କଫିରେ ଅଧିକ ମାତ୍ରାର କ୍ୟାଫିନ ରହିଥାଏ ଯାହା ଫଳରେ ଶରୀରରେ ହରମୋନର ସନ୍ତୁଳନ ବିଗିଡ଼ି ଯାଇଥାଏ। ଏଣୁ ନବ ବିବାହିତା ପୁରୁଷ ଏବଂ ମହିଳା ଅଧିକ ପରିମାଣର କଫି ପିିଇବା ଉଚିତ ନୁହଁ ।

ନବଦମ୍ପତି ଅଧିକ ଚିଜ୍‌ (ଛେନାରୁ ପ୍ରସ୍ତୁତ) ଥିବା ଖାଇବା ଖରାପ । ଏହା ଅଧିକ ଖାଇବା ଦ୍ୱାରା ଶରୀରରେ ଏକ ବିଷାକ୍ତ ପଦାର୍ଥ ସୃଷ୍ଟି ହୋଇଥାଏ। ଏହି କାରଣରୁ ପୁରୁଷ ଏବଂ ମହିଳା ମାନଙ୍କ ଶରୀରରେ ଏଷ୍ଟ୍ରୋଜେନ , ପ୍ରେଜେଷ୍ଟେରେନ ଏବଂ ଟେଷ୍ଟୋରେନ ଆଦି ହରମୋନ୍‌ ସୃଷ୍ଟି ହେବା ବନ୍ଦ ହୋଇଯାଇଥାଏ । ଯାହା ଫଳରେ ସମ୍ଭୋଗ ସମୟରେ ଅସୁବିଧା ସୃଷ୍ଟି ହୋଇଥାଏ । ଆଜିକାଲି ସମସ୍ତ ଖାଦ୍ୟରେ ପ୍ରଚୁର ପରିମାଣର ଚିଜ୍‌ର ବ୍ୟବହାର କରାଯାଉଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ନିହାତି ଭାବେ ଆବଶ୍ୟକ ।

ମିଣ୍ଟ ପାଟିକୁ ଯେତେ ଭଲ ନବଦମ୍ପତିଙ୍କ ପାଇଁ ସେତେ ଖରାପ । ଦୈନନ୍ଦିନ ବ୍ୟବହୃତ ଅନେକ ଜିନିଷରେ ଆମକୁ ମିଣ୍ଟର ସ୍ୱାଦ ଚାଖିବାପାଇଁ ମିଳିଥାଏ । ତେବେ ମିଣ୍ଟ ସେବନ ଦ୍ୱାରା ପୁରୁଷଙ୍କ ମଧ୍ୟରେ ଥକାପଣ ଦେଖାଯାଇଥାଏ ।

ସମ୍ବନ୍ଧିତ ଖବର