ପରଫ୍ୟୁମ୍‌ ଲଗାଉଛନ୍ତି ,ମାତ୍ର ଅଧିକ ସମୟ ପାଇଁ ବାସ୍ନା ରହୁ ନାହିଁ , ଜାଣନ୍ତୁ ଏମିତି କାହିଁକି ହୁଏ  , ଏହାକୁ ଠିକ୍‌ କରିବେ ଏପରି…

ଆଜିକାଲି ଆମେ ସବୁବେଳେ ଭଲ ଦିଶିବାପାଇଁ  ବିଭିନ୍ନ ପ୍ରକାରର ମେକ ଅପ୍‌ ନେଇଥାଉ।  ଖାସ୍‌ କରି ମହିଳାମାନେ ଏଥିପ୍ରତି ଅଧିକ ଗୁରୁତ୍ୱ ଦେଇଥାନ୍ତି। ପ୍ରତ୍ୟେକ ଋତୁରେ ଆଧୁନିକ ମହିଳାମାନେ ନିଜ ଦେହରେ ପରଫ୍ୟୁମ୍‌ ଲଗାଇଥାନ୍ତି। ତେବେ ଖରାଦିନେ ଏହାର ବ୍ୟବହାର ଟିକେ ଅଧିକ। କିନ୍ତୁ କିଛି ଲୋକଙ୍କର ଅଭିଯୋଗ ଯେ,ତାଙ୍କ ପରଫ୍ୟୁମ୍‌ର ବାସ୍ନା ବେଶୀ ସମୟ ରହି ନ ଥାଏ।ଏମାନେ ଜାଣିବା ଉଚିତ ଯେ, ଶରୀରର କେତେକ ନିର୍ଦ୍ଦିଷ୍ଟ ଅଙ୍ଗରେ ପରଫ୍ୟୁମ୍‌ ଲଗାଇଲେ ହିଁ ତାହାର ପ୍ରଭାବ ଅଧିକ ସମୟ ଯାଏଁ ରହିବ।

ନାଭି ହେଉଛି ଶରୀର ଗରମ ଅଂଶ ଭିତରୁ ଗୋଟିଏ। ଯଦି ଆପଣ ଏଠାରେ ପରଫ୍ୟୁମ୍‌ ଲଗାଇବେ ତ,ତେବେ ତାହା ଆପଣଙ୍କୁ ଅଧିକ ସମୟ ଯାଏଁ ସୁଗନ୍ଧିତ ରଖିବ। କେଶ ଆମ ଶରୀରର ସବୁଠାରୁ ଉପରେ ରହିଥାଏ।ଏଣୁ ଏହାର ବାସ୍ନା  ମନ ମୋହକ କରିଥାଏ। ଏଣୁ ଅଳ୍ପ ପରଫ୍ୟୁମ୍‌ କେଶରେ ଲଗାଇଲେ ଭଲ। କାନ ପଛରେ ପରଫ୍ୟୁମ୍‌ ଲଗାଇଲେ ତାହା ମଧ୍ୟ ଅଧିକ ପ୍ରଭାବଶାଳୀ କରିଥାଏ।

ହାତର କହୁଣୀର ଭିତର ଅଂଶରେ ମଧ୍ୟ ପରଫ୍ୟୁମ୍‌ ଲଗାଇବା ଭଲ। କାରଣ ଶରୀରର ଏହି ଅଂଶରୁ ଅଧିକ ଝାଳ ନିର୍ଗତ ହୋଇଥାଏ। ଏଠାରେ ପରଫ୍ୟୁମ୍‌ ଲଗାଇଲେ ,ତାହାର ପ୍ରଭାବ ଅଧିକ ସମୟ ଯାଏଁ ରହିଥାଏ। ଠିକ୍‌ ସେହିପରି ଆଣ୍ଠୁର ଭିତର ଅଂଶରେ ମଧ୍ୟ ପରଫ୍ୟୁମ୍‌ ଲଗାଇଲେ ଅଧିକ ସମୟ ଯାଏଁ ସୁବାସ ମିଳିଥାଏ।

 

ସମ୍ବନ୍ଧିତ ଖବର