କିଶୋରୀରୁ ଯୁବତୀ ହେଉଥିବା ଝିଅଙ୍କ ଭିତରେ ଥାଏ ଏହି ସବୁ ଭୟ!

କିଶୋରାବସ୍ଥାରୁ ଯେତେବେଳ ଝିଅମାନେ ଯୁବାବସ୍ଥାରେ ପାଦ ଦିଅନ୍ତି ,ସେତେବେଳ ସେମାନଙ୍କ ମନରେ କେତେକ କଥା ବସା ବାନ୍ଧିଥାଏ। ଭାରତର କୌଣସି ଗ୍ରାମୀଣ ଅଞ୍ଚଳର ଝିଅ ହେଉ ବା ଲଣ୍ଡନ ଫେରନ୍ତା ଆଧୁନିକା ଭାରତୀୟ ଯୁବତୀ ହୁଅନ୍ତୁ,ସମସ୍ତଙ୍କ ମନରେ କେତେକ କଥା ରହିଥାଏ। ବିଶେଷ କରି ପ୍ରଥମ ଥରର ଶାରୀରିକ ସଂପର୍କକୁ ନେଇ ଅଧିକାଂଶ ଝିଅମାନଙ୍କର ଏହି ସବୁ ବଦ୍ଧମୂଳ ଧାରଣା ରହିଛି।

ଯୁବାବସ୍ଥାରେ ପ୍ରବେଶ କରିବା ସମୟରେ ଝିଅମାନଙ୍କ ମନରେ ଧାରଣା ଥାଏ ଯେ ଯୌନ ସଂପର୍କ ବେଳେ ଖୁୁବ୍‌ ଯନ୍ତ୍ରଣା ହୋଇଥାଏ। ଏକଥା ସେମାନଙ୍କୁ ଯୌନ ଶିକ୍ଷାରୁ ପଢ଼ିବାକୁ ମିଳିଥାଏ ବା ପାଖପଡ଼ିଶାରେ ରହୁଥିବା ଆଈ, ଖୁଡ଼ି ଆଦିଙ୍କଠାରୁ ଶୁଣିବାକୁ ମିଳିଥାଏ।

photo-pinterest

ଆଉ ଏକ କଥା, ଯାହା ମଧ୍ୟ ସେମାନଙ୍କୁ ଆଶଙ୍କା ଭିତରକୁ ଠେଲି ଦେଇଥାଏ। ତାହା ହେଲା ଯେ ଶାରୀରିକ ସଂପର୍କ ରଖିବା ବେଳେ ଗୁପ୍ତାଙ୍ଗରୁ ରକ୍ତ ବାହାରିଥାଏ। ଖାଲି ସେତିକି ନୁହେଁ ସେକ୍‌ସୁଆଲ୍‌ ଟ୍ରାନ୍‌ସମିସନ୍‌ ଇନ୍‌ଫେକସନ୍‌ର ଭୟ ବି ଥାଏ। କିଶୋରୀରୁ ଯୁବତୀ ହେବା ସମୟରେ ସେମାନେ ଆହୁରି ଭୟଭୀତ ରହିଥାନ୍ତି ଯେ କା’ଳେ ଗର୍ଭବତୀ ହୋଇଯିବେ ଓ ଅଯଥା ଅପବାଦ ପାଇବେ । ତା’ସାଙ୍ଗକୁ ପ୍ରସବ ଯନ୍ତ୍ରଣାକୁ ନେଇ ମଧ୍ୟ ସେମାନେ ଚିନ୍ତିତ ଥାଆନ୍ତି।
କିନ୍ତୁ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞଙ୍କ ମତରେ ଏହା ଭ୍ରମ ଧାରଣା।ଏଭଳି ଘଟଣା ଖୁବ୍‌ କମ୍‌ ଝିଅଙ୍କ କ୍ଷେତ୍ରରେ ଘଟିଥାଏ।

ସମ୍ବନ୍ଧିତ ଖବର