ଆପଣଙ୍କର ଗଳା ଦରଜ ହେଉଛି କି? କରନ୍ତୁ ଏହି ଘରୋଇ ଉପଚାର

ଆପଣ ତଣ୍ଟି ଦରଜ ପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି କି? ଋତୁ ବଦଳିବା ମାତ୍ରେ ଅଧିକାଂଶ ସମୟରେ ଲୋକଙ୍କୁ ଥଣ୍ଡା, ଜ୍ବର ଆଦି ହୋଇଥାଏ। ତଣ୍ଟି ଦରଜ ଥଣ୍ଡାର ଏକ ପ୍ରମୁ୍‌ଖ ଲକ୍ଷଣ । ବେଳେ ବେଳେ ତଣ୍ଟି ଦରଜ ଏତେ ବଢ଼ିଯାଏ ଯେ ପାଣି ପିଇବା ତ ଦୂରର କଥା ଛେପ ଢୋକିଲେ ବି କଷ୍ଟ ହୁଏ।

ଋତୁକାଳୀନ ଅସୁସ୍ଥତା, ସଂକ୍ରମଣ, ବାୟୁ ପ୍ରଦୂଷଣ, ବଦହଜମି ଆଦି ତଣ୍ଟି ଦରଜର କାରଣ ହୋଇଥାଏ। ବେ‌ଳେ ବେଳେ ଏହି ସମସ୍ୟା ଔଷଧଠାରୁ ଶୀଘ୍ର ଘରୋଉ ଉପଚାରରେ କମିଥାଏ। ତେବେ ଚାଲନ୍ତୁ ଜାଣିବା କ’ଣ କରିବା ଦ୍ବାରା ତଣ୍ଟି ଦରଜକୁ ହ୍ରାସ କରାଯାଇପାରେ।

ନିୟମିତ ବ୍ୟବଧାନରେ ଗରମ ପାଣି କରି ଗଳାରେ ଗଳଗଳ ବା ଗର୍ଗଲିଂ କରିବା ତଣ୍ଟି ପାଇଁ ଖୁବ୍ ଭଲ ହୋଇଥାଏ। ଏପରି କରିବା ଦ୍ବାରା ଖୁବ୍ ଶୀଘ୍ର ଉପଶମ ମିଳିଥାଏ।

ତଣ୍ଟି ଦରଜ ସମୟରେ ଆପଣ ଗରମ ପାଣି ପିଇବ‌ାକୁ ଚେଷ୍ଟା କରନ୍ତୁ। ଅତିରିକ୍ତ ଗରମ ପାଣି ପିଇବା ଦ୍ବାରା ପଟେ ଗରମ ହୋଇ କାଶ ହୋଇଥାଏ। ସେଥିପାଇଁ ଆପଣ ସାମାନ୍ୟ ଗରମ ପାଣି ପିଅନ୍ତୁ।

ଆୟୁର୍ବେଦ କହେ ହଳଦୀରେ ଅନେକ ରୋଗ ଭଲ ହୋଇଥାଏ। ଏହା ସଂକ୍ରମଣକୁ ଦୂରେଇବାରେ ଔଷଧ ପରି କାମ କରେ। ଏଥିପାଇଁ ଆପଣଙ୍କ ତଣ୍ଟି ଦରଜ ଯଦି ସଂକ୍ରମଣ ହେତୁ ହେଉଥାଏ ତ ଆପଣ ହଳଦୀ ମିଶ୍ରଣ କରି ଗରମ ପାଣି ପିଅନ୍ତୁ।

ତଣ୍ଟି ଦରଜ ସମୟରେ ଅଦା ଖାଇବା ବି ଖୁବ୍ ଭଲ ହୋଇଥାଏ। ଆପଣ ଖଣ୍ଡ ଅଦାକୁ ଅନେକ ସମୟ ପର୍ଯ୍ୟନ୍ତ କଳରେ ଜାକି ରଖି ଟିକେ ଟିକେ କରି ତାହାର ରସକୁ ପିଅନ୍ତୁ , ଉପଶମ ମିଳିବ।

ଏହାଛଡ଼ା ତୁଳସୀ ପତ୍ର ଓ ମହୁ ବି ଖୁବ୍ ଭଲ ହୋଇଥାଏ। ଏହାକୁ ଖାଇଲେ ଆପଣଙ୍କ ତଣ୍ଟି ଦରଜ ଶୀଘ୍ର ଭଲ ହୋଇଯିବ।

ସମ୍ବନ୍ଧିତ ଖବର