ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆଜି ଆପଣଙ୍କର ଊର୍ଜାର ସ୍ତର ବଢ଼ିବ। କୌଣସି କାମ କରିବା ପୂର୍ବରୁ ସହଯୋଗୀଙ୍କ ପରାମର୍ଶ ନିଅନ୍ତୁ। ତର୍କ-ବିତର୍କ ଓ ସମସ୍ୟା ଠାରୁ ଦୂରେଇ ରହନ୍ତୁ। କର୍ମଜୀବୀ ମହିଳାଙ୍କର ଅଫିସ୍‌ରେ ଉନ୍ନତି ହେବ। ବ୍ୟବସାୟରେ ନୂଆ ସୁଯୋଗ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।

ବୃଷ: ଦିନଟି ଆପଣଙ୍କୁ ଢେର୍‌ସାରା ଫାଇଦା ଦେବ। ଅଫିସ୍‌ରେ ଆପଣଙ୍କ କାମକୁ ସୁଚାରୁରୂପେ ତୁଲାଇବେ। ଆର୍ଥିକ ସ୍ଥିତି ସୁଧୁରିବ। ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ। ଶତ୍ରୁଙ୍କୁ ପରାସ୍ତ କରିବେ। ପ୍ରେମିକାଙ୍କୁ ଉପହାର ଦେଇପାରନ୍ତି। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ସୂର୍ଯ୍ୟଦେବ।


ମିଥୁନ: ଆଜି ଆପଣ ଖୁବ୍‌ ଊର୍ଜାବାନ ଅନୁଭବ କରିବେ। କାମ ପ୍ରତି ଆପଣଙ୍କର ଉତ୍ସାହ ବଢ଼ିବ। ମହିଳା ବନ୍ଧୁଙ୍କ ମାଧୢମରେ ଆପଣଙ୍କର କିଛି ଆଶା ପୂରା ହେବ। ବ୍ୟବସାୟରେ ଫାଇଦା ହେବ। ଛାତ୍ରଙ୍କୁ ସାଥୀଙ୍କ ସାହାଯ୍ୟ ମିଳିବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମାଆ ଭଦ୍ରକାଳୀ।

କର୍କଟ: ଦିନଟି ଆପଣଙ୍କ ଲାଗି ସକାରାତ୍ମକ ରହିବ। ଅଫିସରେ ନୂଆ ପରିଯୋଜନାରେ କାମ କରିପାରନ୍ତି। ଅଚାନକ ଧନଲାଭ ହେବ। ବ୍ୟବସାୟରେ ନୂଆ ପ୍ରସ୍ତାବ ଲାଭଦାୟକ ହେବ। ଜୀବନସାଥୀଙ୍କ ଠାରୁ ଭଲ ଉପହାର ମିଳିପାରେ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଦୁର୍ଗା।

ସି˚ହ: ଯଶପ୍ରାପ୍ତିର ଦିନଟିଏ। ଆପଣ ଯାହାଙ୍କୁ ଯାହା କିଛି କହିବେ ସେ ମନା କରିବେ ନାହିଁ। ବ୍ୟବସାୟୀଙ୍କୁ ଆଶା ଠୁଁ ଅଧିକ ଲାଭ ମିଳିବ। ଅଫିସ୍‌ରେ କିଛି ବଡ଼ ସଉଦା କରିବାର ସୁଯୋଗ ମିଳିବ। ଦାମ୍ପତ୍ୟ ଜୀବନ ପ୍ରେମପୂର୍ବକ ବିତିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ମଙ୍ଗଳା।

କନ୍ୟା: ଦିନଟି ଠିକ୍‌ଠାକ୍‌ ରହିବ। ଅଫିସ୍‌ରେ ନିଜର କାମ ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ କରିନେବେ। କଳାକାରଙ୍କୁ ଫିଲ୍ମ ବା କାର୍ଯ୍ୟକ୍ରମରେ ଅନୁବନ୍ଧ ମିଳିବ। ଅନ୍ତରଙ୍ଗ ବନ୍ଧୁଙ୍କୁ ମନର କଥା କହିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ସନ୍ତୋଷୀ ମାତା।

ତୁଳା: ଆପଣ ନିଜର ଭଲ ମନୋଭାବ ଅନୁଭବ କରିବେ। ବ୍ୟବସାୟୀଙ୍କୁ ଧନଲାଭ ହୋଇପାରେ। ଅଫିସ୍‌ରେ ତଳିଆ କର୍ମଚାରୀଙ୍କ ସହଯୋଗ ମିଳିପାରେ। ରାଜନୀତିରେ ସଫଳତା ପାଇବେ। ଘରେ ସଦସ୍ୟମାନଙ୍କର ଉତ୍ସାହ ବଜାୟ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ଭଦ୍ରକାଳୀ।

ବିଛା: ଆପଣ ନିଜ ଉପରେ ଭରସା ରଖନ୍ତୁ ଏବ˚ ନିଜ ବୁଦ୍ଧିରେ ଆଗକୁ ବଢ଼ନ୍ତୁ। ଆପଣଙ୍କର କୌଣସି ଯୋଜନା ସମୟ ପୂର୍ବରୁ ପୂରା ହୋଇଯିବ। ଆର୍ଥିକ ପକ୍ଷ ମଜଭୁତ ହେବ। ଜୀବନସାଥୀଙ୍କଠାରୁ ସକାରାତ୍ମକ ସ˚କେତ ମିଳିବ। ଶୁଭରଙ୍ଗ: ମେରୁନ। ଆରାଧନା: ସୂର୍ଯ୍ୟଦେବ।

ଧନୁ: ଆପଣଙ୍କ ମନ ଆଧୢାତ୍ମିକ ଦିଗରେ ଅଧିକ ଲାଗି ରହିବ। ସାମାଜିକ କାର୍ଯ୍ୟରେ ଆପଣଙ୍କର ଭୂମିକା ପାଇଁ ମାନସମ୍ମାନ ଓ ପ୍ରତିଷ୍ଠା ବଢ଼ିବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭୈରବୀ।

ମକର: ନୂଆ ଭିତ୍ତି ରଖିବା ଲାଗି ଦିନଟି ଅନୁକୂଳ। ଲୋକେ ଆପଣଙ୍କୁ ସାହାଯ୍ୟ ସହଯୋଗର ହାତ ବଢ଼ାଇଦେବେ। ଭ୍ରମଣ ଉପରେ ଆଧାରିତ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କ ଲାଗି ଦିନଟି ଭଲ। ଛାତ୍ରଙ୍କୁ ପରିଶ୍ରମର ପୂରା ଫଳ ମିଳିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ଦୁର୍ଗା।

କୁମ୍ଭ: ମନରେ ଧାର୍ମିକ ଭାବନା ଉଦୟ ହେବ। ପରିବାର ସଦସ୍ୟଙ୍କ ସହିତ ସମ୍ବନ୍ଧ ବଢ଼ିଆ ହେବ। ଆପଣ କିଛି ଏ ଭଳି କାମ କରିବେ ଯାହା ଦ୍ବାରା ଆପଣଙ୍କୁ ପ୍ରଶ˚ସା ମିଳିବ। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ହୋଇପାରେ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ଅମ୍ବିକା।

ମୀନ: ଇଷ୍ଟଦେବଙ୍କୁ ସ୍ମରଣ କରନ୍ତୁ; ସମ୍ଭାବ୍ୟ ସ˚କଟ ଦୂର ହେବ। ଧନଲାଭର ନୂଆ ଅବସର ପ୍ରାପ୍ତ ହେବ। ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ। ରାଜନେତାଙ୍କୁ ପରିଶ୍ରମର ଫଳ ମିଳିବ। ଛାତ୍ରଙ୍କୁ କୌଣସି ବିଶେଷ କ୍ଷେତ୍ରରେ ଲାଭ ହୋଇପାରେ। ଶୁଭରଙ୍ଗ: ଗୋଲାପି। ଆରାଧନା: ମାଆ ତାରିଣୀ।

ସମ୍ବନ୍ଧିତ ଖବର