ଓଡ଼ିଶାରେ ‘ଓନ୍‌ ଗାଲାକ୍ସି’ ଉତ୍ପାଦ

ଭୁବନେଶ୍ୱର,: କି‌ଚେନ୍ ଆପ୍ଲାଏନ୍‌ସେସ୍‌ ଓ କଞ୍ଜ୍ୟୁମର ଡ୍ୟୁରେବଲ୍‌ସ ନିର୍ମାତା ଏଲିଜେଣ୍ଟ୍‌ ଓଜିପ୍ରୋ ଗାଲାକ୍ସି ଓଡ଼ିଶା ବଜାରରେ ପ୍ରବେଶ କରିଛି। କଂପାନି ପକ୍ଷରୁ ଅନେକ ନୂଆ ଉତ୍ପାଦକୁ ଉନ୍ମୋଚନ କରାଯାଇଛି। ଏହି ଉତ୍ପାଦଗୁଡ଼ିକୁ ଓନ୍ ଗାଲାକ୍ସି ବ୍ରାଣ୍ଡ୍‌ ନାମରେ ବିକ୍ରି କରାଯାଉଛି। ଏହି ଅବସରରେ କଂପାନିର କାର୍ଯ୍ୟନିର୍ବାହୀ ନିର୍ଦେଶକ ସଞ୍ଜୟ ମୌର୍ଯ୍ୟ କହିଛନ୍ତି ଯେ, ଚଳିତ ଆର୍ଥିକ ବର୍ଷରେ ଆମେ ୧୦୦ କୋଟି ଟଙ୍କା ନିବେଶ କରିବାକୁ ଯୋଜନା ରଖିଛି। କଂପାନିର ଜାତୀୟ ବିକ୍ରି ମୁଖ୍ୟ ହିମାଂଶୁ ଦୀକ୍ଷିତ କହିଛନ୍ତି ଯେ, ଗୁଣାତ୍ମକ ଉତ୍ପାଦ ଓ ସେବା ଜରିଆରେ ଆମେ ଭବିଷ୍ୟତକୁ ଆହୁରି ଉନ୍ନତ କରିବାକୁ ଚାହୁଁଛୁ। କଂପାନି ଏବେ ମଧ୍ୟପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ର, ଝାଡ଼ଖଣ୍ଡ, ବିହାର, ଉତର ପ୍ରଦେଶ ଏବଂ ପଶ୍ଚିମ ବଙ୍ଗରେ କାରବାର କରୁଛି। ୨୦୧୯-୨୦ ଶେଷ ସୁଦ୍ଧା ଏହା ୭% ବଜାର ଅଂଶ ହାସଲ କରିବାକୁ ଲକ୍ଷ୍ୟ ରଖିଛି। ଅନ୍ୟମାନଙ୍କ ମଧ୍ୟରେ କଂପାନିର ରାଜ୍ୟ ବ୍ୟବସାୟ ମୁଖ୍ୟ ରାଜୀବ ଲେଙ୍କା, ଆଞ୍ଚଳିକ ପ୍ରବନ୍ଧକ ଅରବିନ୍ଦ ତିୱାରୀ ଏବଂ ବି କେ ଏଜେନ୍ସିର ତତ୍ତ୍ବାବଧାୟକ କାର୍ତ୍ତିକ କୁମାର ଖଟୁଆ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର