ଜାଣନ୍ତୁ ଆଜିର ରାଶିଫଳ

ମେଷ: ଅଫିସରେ ସହକର୍ମୀ ଆପଣଙ୍କ କାମରେ ସହଯୋଗ କରିବେ। ଆପଣ ଭାବିଥିବା କାମ ସହଜରେ ସଂପୂର୍ଣ୍ଣ ହେବ। ପାରିବାରିକ ଜୀବନ ସୁଖମୟ ହେବ।

ବୃଷ: କାମ ପୂରା କରିବାରେ ପରିବାର ଲୋକଙ୍କ ସହଯୋଗ ପାଇବେ। ନୂଆ ବ୍ୟବସାୟରେ ପୁଞ୍ଜି ଲଗାଇବା ପାଇଁ ଭାବି ପାରନ୍ତି। ସରକାରୀ ଚାକିରିଆଙ୍କ ଲାଗି ଦିନଟି ସାମାନ୍ୟ ରହିବ।

ମିଥୁନ: ଦାୟିତ୍ବକୁ ଭଲଭାବେ ତୁଲାଇବାରେ ସଫଳ ହେବେ। ନୂଆ ବ୍ୟବସାୟ କରିବାକୁ ମନସ୍ଥ କରିବେ। ଘର ପାଇଁ ନୂଆ ସାମଗ୍ରୀ କିଣିବେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଅନୁକୂଳ।

କର୍କଟ: ପରିବାର ଲୋକଙ୍କ ସହଯୋଗ ପାଇବେ। ବ୍ୟବସାୟରେ ଯଥେଷ୍ଟ ଲାଭ ହେବ। ଆପଣଙ୍କୁ କିଛି ବନ୍ଧୁ ସହଯୋଗର ହାତ ବଢ଼ାଇବେ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ।

ସିଂହ: ଆପଣଙ୍କର ଆତ୍ମବିଶ୍ବାସ ବଢ଼ିବ। ଚାକିରି କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିପାରେ। ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ। କୌଣସି ପାରିବାରିକ ସମାରୋହକୁ ଯିବେ।

କନ୍ୟା: କାମର ବୋଝ ଅଧିକ ହୋଇପାରେ। ଅଭିଜ୍ଞ ବ୍ୟକ୍ତିଙ୍କ ମତ ଆପଣଙ୍କ ଲାଗି ଉତ୍ତମ ସାବ୍ୟସ୍ତ ହେବ। କାହାରି ସହିତ ଉଚ୍ଚସ୍ବରରେ କଥା ହୁଅନ୍ତୁ ନାହିଁ।

ତୁଳା: ବାପାମାଆଙ୍କ ଆଶୀର୍ବାଦ ପାଇବେ। ଅଫିସରେ ଆପଣଙ୍କୁ ନୂଆ ପ୍ରକଳ୍ପର ଦାୟିତ୍ବ ମିଳିବ। ଜୀବନସାଥୀ ଆପଣଙ୍କ ଭାବନାକୁ ସମ୍ମାନ କରିବେ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ।

ବିଛା: ଆର୍ଥିକ ଲାଭର ଅବସର ପାଇବେ। ଦୂର ସ୍ଥାନକୁ ଯାତ୍ରା ଯୋଗ ଅଛି। ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପନ କରିବେ।

ଧନୁ: ଦିନଟି ଆପଣଙ୍କ ପରିବାର ଲାଗି ନୂଆ ଖୁସି ନେଇ ଆସିଛି। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ବନ୍ଧୁ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ। ସମାଜରେ ଆପଣଙ୍କର ପ୍ରସିଦ୍ଧି ବଢ଼ିବ।

ମକର: ପାରିବାରିକ ସମ୍ବନ୍ଧ ସୁଦୃଢ଼ ହେବ। କୌଣସି ସମସ୍ୟାର ସମାଧାନ ମିଳିବା ଯୋଗୁଁ ଆରାମ ପାଇବେ। ସନ୍ତାନ ପକ୍ଷରୁ ଖୁସି ଖବର ପାଇବେ। ଚାକିରି ବୃତ୍ତିରେ ଶୃଙ୍ଖଳା ଦେଖା‌ଦେବ।

କୁମ୍ଭ: ଭାଗ୍ୟର ସଂପୂର୍ଣ୍ଣ ସହଯୋଗ ପାଇବେ। ଜୀବନସାଥୀ ଆପଣଙ୍କ କାମକୁ ପ୍ରଶଂସା କରିବେ। ସନ୍ଧ୍ୟାରେ ଘରକୁ ବନ୍ଧୁ ଆସିବା ଯୋଗୁଁ ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ।

ମୀନ: ଆପଣଙ୍କ ଇଚ୍ଛା ପୂରଣ ହେବ। ଅଫିସରେ ଆପଣଙ୍କୁ ବଡ଼ ଦାୟିତ୍ବ ମିଳିବ। ଆର୍ଥିକ କ୍ଷେତ୍ରରେ ସ୍ଥିରତା ରହିବ। ବିଜ୍ଞାନ ଓ ଟେକ୍ନୋଲୋଜି ଛାତ୍ର କିଛି ନୂଆ ଶିଖିବେ।

ସମ୍ବନ୍ଧିତ ଖବର