ଜାଣନ୍ତୁ ଆଜିର ରାଶିଫଳ

ମେଷ: ପରିବାରରେ ହର୍ଷ ଉଲ୍ଲାସର ବାତାବରଣ ରହିବ। ଆପଣଙ୍କ ପାଖକୁ ନୂଆ ଦାୟିତ୍ବ ଆସିବ। ଦୋକାନିଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। ରାଜନୀତିରେ ସଫଳତା ପାଇବେ।

ବୃଷ: ନେବା-ଦେବା ମାମଲାରେ ସାବଧାନତା ଅବଲମ୍ବନ କରନ୍ତୁ। ଅଭିଜ୍ଞ ବ୍ୟକ୍ତିଙ୍କ ମତ ଆପଣଙ୍କ ଲାଗି ଉପାଦେୟ ସାବ୍ୟସ୍ତ ହେବ। ସମାଜରେ ମାନ ପ୍ରତିଷ୍ଠା ବଢ଼ିବ।

ମିଥୁନ: ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ। ବ୍ୟବସାୟରେ ଉନ୍ନତି ହେବ। ଅଫିସରେ ଆପଣଙ୍କ ବିଚାର ସହିତ ସମସ୍ତେ ସହମତ ହେବେ। ପ୍ରେମ ଜୀବନ ମଧୁର ହେବ।

କର୍କଟ: ଅନ୍ୟର ଉତ୍ସାହ ଦେଖି ଆପଣ ପ୍ରଭାବିତ ହେବେ। କୌଣସି କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା ହୋଇଯିବ। ଦାମ୍ପତ୍ୟ ଜୀବନରେ ଦୂରତ୍ବ ସମାପ୍ତ ହେବ।

ସି˚ହ: ପାରିବାରିକ ସମସ୍ୟା ସମାଧାନ କରିବା ଲାଗି ଦିନଟି ଭଲ। ସାମାଜିକ ସ୍ତରରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ। ଚାକିରିରେ ବଦଳି ହୋଇପାରେ।

କନ୍ୟା: ଖୋଦ୍‌କୁ ସତେଜ ଅନୁଭବ କରିବେ। ଭାବିଥିବା ସବୁ କାମ ପୂରା ହେବ। ବ୍ୟବସାୟରେ ଆଶାଜନକ ଲାଭ ପାଇବେ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।

ତୁଳା: ନୂଆ କାମ ଆରମ୍ଭ କରିବା ପାଇଁ ଦିନଟି ଶୁଭ। ମାତା ପିତାଙ୍କ ସହଯୋଗ ପାଇବେ। ସରକାରୀ ଚାକିରିଆଙ୍କର ପଦୋନ୍ନତି ହୋଇପାରେ। ବିବାହିତଙ୍କ ଲାଗି ଭଲ ଦିନଟିଏ।

ବିଛା: ଆପଣ କାମରେ ସଫଳ ହେବେ। ରାଜନୀତିରେ ଉଚ୍ଚ ପଦକୁ ଉନ୍ନୀତ ହୋଇପାରନ୍ତି। ଜମି କିଣିବା ଯୋଗ ରହିଛି। ବିଦ୍ୟାର୍ଥୀଙ୍କୁ ସକାରାତ୍ମକ ଫଳାଫଳ ମିଳିବ।

ଧନୁ: ଦୃଢ଼ ନିଷ୍ପତ୍ତି ଆପଣଙ୍କୁ ସଫଳତା ଆଡ଼କୁ ଆଗେଇ ନେଇଯିବ। ବ୍ୟବସାୟରେ ଆର୍ଥିକ ସ୍ଥିତି ମଜଭୁତ ହେବ। ପାରିବାରିକ ଜୀବନ ହସିଲାପୂରିଲା ଲାଗିବ।

ମକର: ଭାବିଥିବା କାମ ଜଲଦି ପୂରା କରିନେବେ। ବନ୍ଧୁ ସହିତ କୌଣସି କଥାରେ ତର୍କ ହୋଇପାରେ। ଅଚାନକ ଧନଲାଭ ହେବ। ବିବାହିତଙ୍କ ସ୍ଥିତି ଭଲ ରହିବ।

କୁମ୍ଭ: ଅନ୍ୟମାନଙ୍କ ସହିତ ଖୁସି ବାଣ୍ଟିବେ। ଚାକିରି ସ˚ପର୍କିତ ଭଲ ଖବର ପାଇବେ। କାହାରିକୁ ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ।

ମୀନ: ଜୀବନରେ ଲାଭର ଅବସର ପାଇବେ। ରାଜନୀତିକ ବ୍ୟକ୍ତିଙ୍କ ଲାଗି ଦିନଟି ଭଲ। ସମ୍ମାନିତ ବ୍ୟକ୍ତିଙ୍କୁ ଦେଖା କରିବା ଲାଗି ତାଙ୍କ ଘରକୁ ଯିବେ।

ସମ୍ବନ୍ଧିତ ଖବର