ଜାଣନ୍ତୁ ଆଜିର ରାଶିଫଳ

ମେଷ: ଦିନଟି ଆପଣଙ୍କ ପରିବାର ଲାଗି ଖୁସି ନେଇ ଆସିବ। ଘରେ ଛୋଟ ସମାରୋହ ଆୟୋଜନ କରିବେ। ନୂଆ କାମରୁ ଧନଲାଭ ହେବ। ଇଂଜିନିୟର ଛାତ୍ରଙ୍କୁ ଶୀଘ୍ର ସଫଳତା ମିଳିବ।

ବୃଷ: ବାଲ୍ୟବନ୍ଧୁ ସହ ମିଶିବା ଲାଗି ତାଙ୍କ ଘରକୁ ଯାଇପାରନ୍ତି। ଘରୋଇ ଶିକ୍ଷକ କାମରେ ବ୍ୟସ୍ତ ରହିବେ। ଜୀବନସାଥୀଙ୍କ ସହ ମତଭେଦ ଦୂର କରିବା ଲାଗି ଦିନଟି ଭଲ।

ମିଥୁନ: ଦାୟିତ୍ବ ନିର୍ବାହରେ ନିଜ ଲୋକଙ୍କ ସାହାଯ୍ୟ ପାଇବେ। ନିର୍ଦ୍ଧାରିତ ସମୟରେ କାମ ପୂରା ହୋଇଯିବ। ସମାଜରେ ଆପଣଙ୍କର ପ୍ରଶଂସନୀୟ କାର୍ଯ୍ୟ ସମ୍ମାନିତ ହେବ।

କର୍କଟ: ଅଧିକାରୀଙ୍କ ସହଯୋଗ ପାଇବେ। ଅଧୁରା କାମ ସଂପୂର୍ଣ୍ଣ ହେବ। ନିଜ ଭୁଲ୍‌ରୁ କିଛି ଶିଖି ପାରନ୍ତି। ବ୍ୟବସାୟରେ ଭାବିଚିନ୍ତି ଚୁକ୍ତି କରନ୍ତୁ। ଛାତ୍ରଛାତ୍ରୀ ଦଳବଦ୍ଧ ପଠନ କରିବେ।

ସିଂହ: ସାଧୁ ଲୋକ ଆପଣଙ୍କ ସହ ମିଶିବା ପାଇଁ ଚେଷ୍ଟା କରିବେ। ଭାବିଥିବା କାମ ସଂପୂର୍ଣ୍ଣ ହୋଇଯିବ। ଜମି ଦଲାଲଙ୍କ ଲାଗି ଦିନଟି ଭଲ। ସମାଜରେ ମାନ ସମ୍ମାନ ପାଇବେ।

କନ୍ୟା: ବହୁରାଷ୍ଟୀୟ ଉଦ୍ୟୋଗରେ ଚାକିରିର ସୁଯୋଗ ମିଳିବ। ନିଜର ବଜେଟ ଅନୁସାରେ ବ୍ୟବସାୟରେ ପୁଞ୍ଜି ନିବେଶ କରନ୍ତୁ। ଶାରୀରିକ ସମସ୍ୟାରୁ ଆରାମ ପାଇବେ।

ତୁଳା: ଆପଣ କୌଣସି ପ୍ରସଙ୍ଗରେ ନେତୃତ୍ବ ନେଇପାରନ୍ତି। ଅନ୍ୟ ରାଜ୍ୟକୁ ଯାଇ ବେପାର ବଣିଜ କରିବା ଲାଗି ଦିନଟି ଭଲ। ଆପଣଙ୍କ ବିଚାରକୁ ମହତ୍ତ୍ବ ମିଳିବ।

ବିଛା: ଆପଣ ଅନ୍ତରଙ୍ଗ ବନ୍ଧୁଙ୍କ ନିକଟକୁ ଯାଇପାରନ୍ତି। ଦିଆନିଆରେ ବ୍ୟତିକ୍ରମ ହେବା ଯୋଗୁଁ ଚିନ୍ତା ବଢ଼ିପାରେ। ବହୁରାଷ୍ଟୀୟ ଉଦ୍ୟୋଗରୁ ଚାକିରି ପ୍ରସ୍ତାବ ଆସିବ।

ଧନୁ: କାର୍ଯ୍ୟକ୍ଷେତ୍ରରେ ଅଧିକ ପରିଶ୍ରମ କରିବେ। ମନୋରଂଜନ ଉଦ୍ୟୋଗରେ ଥିବା ଲୋକଙ୍କ ଲାଗି ଦିନଟି ଲାଭଦାୟକ। ସ୍କୁଲ ଜୀବନର ସାଙ୍ଗ ଠାରୁ ଫୋନ ଆସିପାରେ।

ମକର: କୌଣସି ଧର୍ମାନୁଷ୍ଠାନକୁ ଯାଇପାରନ୍ତି। କାହାରିକୁ ସାହାଯ୍ୟ ମାଗିବାରେ ସଂକୋଚ କରନ୍ତୁ ନାହିଁ। ଅଧିକ ପରିଶ୍ରମ କରନ୍ତୁ ଭାବିଥିବା କାମ ପୂରା ହୋଇଯିବ।

କୁମ୍ଭ: କ୍ଷତି ସହୁଥିବା ବ୍ୟବସାୟୀଙ୍କର ଆଜି ଲାଭ ହେବ। କଳା ଓ ସାହିତ୍ୟ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ବହୁତ ଭଲ। ଜୀବନସାଥୀଙ୍କୁ ଦାମିକା ଉପହାର ଦେଇପାରନ୍ତି।

ମୀନ: ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଉନ୍ନତିର ମାର୍ଗ ଖୋଲିବ। ଶିକ୍ଷା କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ଲାଗି ଦିନଟି ଲାଭଦାୟକ। ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ।

ସମ୍ବନ୍ଧିତ ଖବର