ମେଷ: କର୍ମ ସାଧନ ଲାଗି ଭଲ ସୁଯୋଗ ଆସିବ। ସମାଜରେ ମାନ ସମ୍ମାନ ପାଇବେ। ପ୍ରେମ ସମ୍ବନ୍ଧରେ ଗଭୀରତା ବୃଦ୍ଧି ହେବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: କାମକୁ ଠିକ୍ ରୂପେ ନିର୍ବାହ କରି ସନ୍ତୋଷ ଅନୁଭବ କରିବେ। ସମ୍ମାନିତ ଲୋକଙ୍କ ଠାରୁ ସମ୍ମାନ ପାଇବେ। ବ୍ୟବସାୟରେ ଉନ୍ନତି ହେବ।
ମିଥୁନ: ପୂଜାପାଠରେ ସମୟ ବିତିବ। ନୂଆ ବିଚାର ଆର୍ଥିକ ପକ୍ଷ ଲାଗି ଲାଭଦାୟକ ହେବ। ବ୍ୟବସାୟରେ ଜୀବନସାଥୀଙ୍କ ସହଯୋଗ ପାଇବେ।
କର୍କଟ: ସାହସିକ ନିଷ୍ପତ୍ତି ବଳରେ ସଫଳତା ମିଳିବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଭଲ ରହିବ। କୌଣସି ନିର୍ମାଣ କାର୍ୟ୍ୟ ଲାଗି ଯୋଜନା କରିବେ।
ସି˚ହ: ଜରୁରୀ କାମରେ ସଫଳତା ପାଇବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ବିଳାସ ଉପକରଣ କିଣି ପାରନ୍ତି। ପରିବାରରେ ସୁଖ ବୃଦ୍ଧି ହେବ।
କନ୍ୟା: ରାଜନୈତିକ କାର୍ୟ୍ୟରେ ସମୟ ବିତିବ। ବନ୍ଧୁଙ୍କର ସହଯୋଗ ପାଇବେ। ବ୍ୟବସାୟରେ ଯଥେଷ୍ଟ ଲାଭ ହେବ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ।
ତୁଳା: ଖୁବ୍ ମଜା କରିବେ ଓ ଖୁସି ରହିବେ। ପ୍ରିୟଜନଙ୍କ ସହିତ ସମ୍ବନ୍ଧ ସୁଖଦ ହେବ। ଅଫିସରେ ଆପଣଙ୍କର କର୍ତ୍ତୃତ୍ବ ବଢ଼ିବ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ।
ବିଛା: ବ୍ୟବସାୟରେ ନୂଆ କୌଶଳ ପ୍ରୟୋଗ କରିବେ ଯାହା ଭବିଷ୍ୟତରେ ଲାଭ ଦେବ। ଆପଣଙ୍କ ଠାରୁ ପରିବାର ଲୋକଙ୍କର ବହୁତ ଆଶା ରହିବ।
ଧନୁ: ବ୍ୟବସାୟିକ ଚୁକ୍ତିରେ ଲାଭ ହୋଇପାରେ। ସମାଜରେ ପ୍ରତିପତ୍ତି ବଢ଼ିବ। ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କ ଲାଗି ଦିନଟି ଲାଭପ୍ରଦ।
ମକର: କାର୍ୟ୍ୟ ପାଇଁ ପ୍ରଶ˚ସା ଓ ପୁରସ୍କାର ପାଇବେ। ବ୍ୟବସାୟ ବୃଦ୍ଧି ଲାଗି ଦିନଟି ଶୁଭ। ଧନ ସ˚ପତ୍ତି ବୃଦ୍ଧି ହୋଇପାରେ।
କୁମ୍ଭ: ପ୍ରଭୁଙ୍କ ଆରାଧନାରେ ମନରେ ସକାରାତ୍ମକ ଶକ୍ତି ସ˚ଚାର ହେବ। ପ୍ରସ୍ତୁତ କରିଥିବା ଯୋଜନା ଅନୁସାରେ କାମ କରିବେ। ଦାମ୍ପତ୍ୟ ଜୀବନରେ ସୁଖ ବଢ଼ିବ।
ମୀନ: ବୁଦ୍ଧିମତ୍ତାର ସହିତ ଅଧିକ ପରିଶ୍ରମ କଲେ ସଫଳତା ପାଇବେ। କୋର୍ଟ କଚେରି ମାମଲାରେ ଉଦ୍ବେଗ ବଢ଼ିପାରେ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।