ଜାଣନ୍ତୁ ଆଜିର ରାଶିଫଳ

ମେଷ: ନିଜ କାମରେ ଆପଣଙ୍କୁ ଲାଭ ମିଳିପାରେ। ଆପଣଙ୍କ ସକାରାତ୍ମକ ବିଚାରରେ ଲୋକେ ପ୍ରଭାବିତ ହେବେ। ଛାତ୍ରଛାତ୍ରୀଙ୍କ ଖୁସି ଲାଗି ନୂଆ ଅବସର ଆସିବ।

ବୃଷ: ଅତୀତ କଥା ପାସୋରି ନୂଆ କାମ ଆରମ୍ଭ କରନ୍ତୁ। ସଂଚାର ଓ ଗଣମାଧ୍ୟମ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କର ଉନ୍ନତି ହେବ।

ମିଥୁନ: ଆଧ୍ୟାତ୍ମିକ ଦିଗରେ ଆପଣଙ୍କର ଅଧିକ ଧ୍ୟାନ ରହିବ। ଲୋକଙ୍କୁ ଆକର୍ଷିତ କରିବାରେ ସଫଳ ହେବେ। ପୁରୁଣା ଜମି ବିବାଦ ସମାପ୍ତ ହୋଇଯିବ। ଶିକ୍ଷକଙ୍କ ଲାଗି ଦିନଟି ଭଲ।

କର୍କଟ: ସାରାଦିନ କାମରେ ବ୍ୟସ୍ତ ରହିବେ। ଆପଣଙ୍କର ଉଦାର ସ୍ବଭାବ ଅନ୍ୟମାନଙ୍କୁ ପ୍ରଭାବିତ କରିବ। ନୂଆ କାରବାରରେ ପୁଞ୍ଜି ନିବେଶ ପୂର୍ବରୁ ପରିବାରରେ ବଡ଼ଲୋକଙ୍କ ପରାମର୍ଶ ନିଅନ୍ତୁ।

ସିଂହ: ଆୟ ବୃଦ୍ଧିର ନୂଆ ମାର୍ଗ ଖୋଲିବ। ଅଫିସ‌୍ରେ ସହକର୍ମୀଙ୍କ ଉପରେ ବିରକ୍ତି ହୁଅନ୍ତୁ ନାହିଁ। ବିବାହିତା ମହିଳା ଘରର ଆବଶ୍ୟକତା ଉପରେ ଧ୍ୟାନ ଦିଅନ୍ତୁ। ଛାତ୍ରଙ୍କ ଲାଗି ଦିନଟି ଅନୁକୂଳ।

କନ୍ୟା: ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ। ବହୁଦିନ ପରେ ଅନ୍ତରଙ୍ଗ ବନ୍ଧୁଙ୍କ ସହିତ ଫୋନ୍‌ରେ କଥା ହେବେ। କଳା କ୍ଷେତ୍ରରେ ଥିବା ବ୍ୟକ୍ତିମାନଙ୍କୁ ସଫଳତା ମିଳିପାରେ।

ତୁଳା: ବ୍ୟବସାୟୀମାନଙ୍କ ଲାଗି ଦିନଟି ଭଲ ରହିବ। ବନ୍ଧୁଙ୍କଠାରୁ ଆର୍ଥିକ ସହାୟତା ମିଳିପାରେ। ଆପଣଙ୍କ ଉତ୍ତମ ବ୍ୟବହାରରେ ଅଫିସ୍‌ର କର୍ମଚାରୀମାନେ ପ୍ରଭାବିତ ହେବେ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ।

ବିଛା: ଆପଣ ନିଜ କାମ ସଂପୂର୍ଣ୍ଣ କରିପାରିବେ। ଆର୍ଥିକ ସୁଧାର ଆସିପାରେ। ପୁଅଝିଅ ଆପଣଙ୍କୁ ଭଲ ଖବର ଶୁଣାଇବେ। ଜୀବନସାଥୀଙ୍କ ସ୍ନେହ ଓ ଆଦର ପାଇବା ହେତୁ ଆନନ୍ଦିତ ହେବେ।

ଧନୁ: ଆପଣଙ୍କ ବିଚାର ସକାରାତ୍ମକ ରଖନ୍ତୁ। କ୍ୟାରିୟର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ। ଯାନବାହନ କିଣିବା ଲାଗି ଦିନଟି ଶୁଭ। ଦାମ୍ପତ୍ୟ ଜୀବନରେ ତାଳମେଳ ଓ ମଧୁର ସଂପର୍କ ବଜାୟ ରହିବ।

ମକର: ଶାନ୍ତି ଓ ଧୈର୍ଯ୍ୟ ଧରି କାମ କଲେ ସଫଳତାର ପାହଚ ଚଢ଼ିବେ। ନୂଆ ଯାନବାହନ କିଣିବାର ଆଶା ପୂରଣ ହୋଇପାରେ। ସନ୍ଧ୍ୟାରେ କୌଣସି ବନ୍ଧୁ ବା ଜୀବନସାଥୀ ସହ ସମୟ ଅତିବାହିତ କରିବେ।

କୁମ୍ଭ: ଅଫିସ୍‌ରେ କାମ କରିବାରେ ବାଧା ଆସିପାରେ। ହେଲେ ଉଚ୍ଚ ଅଧିକାରୀଙ୍କ ସହଯୋଗରେ କାମ ସଂପନ୍ନ ହେବ। ଖେଳାଳିଙ୍କର ପ୍ରଦର୍ଶନ ଭଲ ରହିବ। ଜମି ବେପାରୀଙ୍କ ଲାଗି ଦିନଟି ଶୁଭ।

ମୀନ: ଚାକିରି ବୃତ୍ତିରେ ଅଧୁରା ସ୍ବପ୍ନ ପୂର୍ଣ୍ଣ ହୋଇପାରେ। ଧନଲାଭର ନୂଆ ମାର୍ଗ ଖୋଲିବ। ମନୋରଂଜନ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କ ଲାଗି ଦିନଟି ଭଲ। ବିବାହିତାଙ୍କୁ ପାରିବାରିକ ଖୁସି ମିଳିବ।

ସମ୍ବନ୍ଧିତ ଖବର