ଜାଣନ୍ତୁ ଆଜିର ରାଶିଫଳ

ମେଷ: ଯେଉଁ କାମ କରୁଛନ୍ତି ତା’ର ଶ୍ରେୟ ଅନ୍ୟ କାହାରିକୁ ଦିଅନ୍ତୁ ନାହିଁ। କର୍ତ୍ତୃପକ୍ଷ ଆପଣଙ୍କୁ ଅଫିସ କାମରେ ରାଜ୍ୟ ବାହାରକୁ ପଠାଇ ପାରନ୍ତି। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ।

ବୃଷ: ଆପଣ ନୂଆ ବିଚାରରେ ପରିପୂର୍ଣ୍ଣ ରହିବେ। ସାମାଜିକ ସ୍ତରରେ ଆପଣଙ୍କର ପ୍ରତିଷ୍ଠା ବଢ଼ିବ। ଆପଣ ଯେଉଁ କାମ କରିବେ ସେଥିରେ ଆଶାଠୁଁ ଅଧିକ ସଫଳତା ପାଇବେ।

ମିଥୁନ: ଯୋଜନା ତିଆରି କରିବା ଲାଗି ଦିନଟି ଭଲ। ଜୀବନରେ ଲାଗି ରହିଥିବା ସବୁ କଷ୍ଟର ନିବାରଣ ହେବ। କର୍ମଜୀବୀ ମହିଳାଙ୍କର ଦରମା ବୃଦ୍ଧି ହୋଇପାରେ।

କର୍କଟ: କିଛି ନୂଆ ସୁବିଧା ପାଇବେ ଯାହା ଦ୍ବାରା ଆର୍ଥିକ ଲାଭ ହେବ। ଜୀବନସାଥୀ ସହ ଲାଗି ରହିଥିବା ମତଭେଦ ଦୂର ହୋଇଯିବ। ଛାତ୍ରଛାତ୍ରୀଙ୍କର ପାଠପଢ଼ାରେ ମନ ଲାଗିବ।

ସିଂହ: ଲାଗି ରହିଥିବା ମକଦ୍ଦମାର ସମାଧାନ ବାହାରିବ। ଆପଣଙ୍କ ସ୍ବଭାବ ଅନ୍ୟମାନଙ୍କର ଧ୍ୟାନ ଆକର୍ଷଣ କରିବ। ନୂଆ ଜମି କିଣିବା ଲାଗି ଦିନଟି ଭଲ।

କନ୍ୟା: କାର୍ଯ୍ୟକ୍ଷେତ୍ରରେ ସାବଧାନତା ଅବଲମ୍ବନ କରନ୍ତୁ। ବିରୋଧୀମାନେ ଆପଣଙ୍କୁ ବିପଦରେ ପକାଇବାକୁ ଚେଷ୍ଟା କରିବେ। ନିଜ ଲକ୍ଷ୍ୟର ଖୁବ୍ ନିକଟରେ ପହଞ୍ଚିପାରିବେ।

ତୁଳା: ଆପଣଙ୍କ ମନ ଆଧ୍ୟାତ୍ମିକ ଦିଗରେ ଅଧିକ ଲାଗି ରହିବ। କୌଣସି ବନ୍ଧୁ ସହ ଅଚାନକ ଦେଖା ହେବ। ବ୍ୟବସାୟରେ ଆଶାଜନକ ଫଳ ପାଇବେ।

ବିଛା: ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। କାହାରି ସହିତ କୁତର୍କ କରନ୍ତୁ ନାହିଁ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ଡାକ୍ତର ନୂଆ ଚିକିତ୍ସାଳୟ ଆରମ୍ଭ କରିପାରନ୍ତି।

ଧନୁ: ମାନସିକ ପ୍ରସନ୍ନତା ବଜାୟ ରହିବ। ରାଜନୀତି କ୍ଷେତ୍ର‌ରେ ଥିବା ଲୋକଙ୍କର ସମାଜରେ ପ୍ରତିଷ୍ଠା ବଢ଼ିବ। ପଇସା ନେବା ଦେବା ବେଳେ ସାବଧାନ ରୁହନ୍ତୁ।

ମକର: ପୁରୁଣା କାମ ସମାପ୍ତ ହୋଇଯିବ। ଆପଣଙ୍କ ଉପରେ ଲୋକମାନଙ୍କର ଭରସା ବଢ଼ିବ। ପରିବାର ସହ ଭଲରେ ସମୟ କାଟିବେ। ସ୍ବାସ୍ଥ୍ୟ ଠିକ୍ ରହିବ।

କୁମ୍ଭ: କୌଣସି ସରକାରୀ କର୍ମଚାରୀଙ୍କ ସହଯୋଗ ପାଇବେ। ଜୀବନସାଥୀ ସହ ଲାଗି ରହିଥିବା ମନାନ୍ତର ଦୂର ହୋଇଯିବ। ଆପଣଙ୍କ ରଚନାକୁ ଲୋକେ ପ୍ରଶଂସା କରିବେ।

ମୀନ: ଆପଣଙ୍କ ପ୍ରଗତି ପଥରେ ଲାଗି ରହିଥିବା ଅବରୋଧ ସମାପ୍ତ ହୋଇଯିବ। ଉଚ୍ଚ ପଦ ପାଇବା ପାଇଁ ଇଚ୍ଛା ବଢ଼ିବ। ଗୃହିଣୀମାନେ ରୋଷେଇ ସମୟରେ ସାବଧାନ ରୁହନ୍ତୁ।

ସମ୍ବନ୍ଧିତ ଖବର