Sambad is now on WhatsApp
Join and get latest news updates delivered to you via WhatsApp
ମେଷ: ଧର୍ମକାର୍ଯ୍ୟରେ ଆପଣଙ୍କର ଆସ୍ଥା ବଢ଼ିବ। ପରିବାରର କାହା ସହ ଲାଗି ରହିଥିବା ମତଭେଦ ଦୂର ହୋଇଯିବ। ଉପାର୍ଜନ ଲାଗି ଭଲ ସୁଯୋଗ ପାଇବେ।
ବୃଷ: ପ୍ରସ୍ତୁତ କରିଥିବା ଯୋଜନା ବଦଳାଇ ପାରନ୍ତି। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ପରିଶ୍ରମର ଫଳ ପାଇବେ। କୋର୍ଟ କଚେରି ମାମଲାରେ ଜିତିବେ।
ମିଥୁନ: ଆପଣଙ୍କର ଚଞ୍ଚଳ ସ୍ବଭାବ ଅଶାନ୍ତିକୁ ଆମନ୍ତ୍ରଣ କରିପାରେ। ଜୀବନସାଥୀଙ୍କ ସହଯୋଗରେ ପାରିବାରିକ ସମ୍ବନ୍ଧ ସୁଧାରିବେ। ବାହନ କିଣିବା ଲାଗି ଦିନଟି ଶୁଭ।
କର୍କଟ: କାମ ପୂରା ହୋବା ଯୋଗୁଁ ଲୋକେ ଅଭିନନ୍ଦନ ଜଣାଇବେ। ବ୍ୟବସାୟରେ ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ବୈବାହିକ ଜୀବନରେ ସ୍ଥିରତା ବଜାୟ ରହିବ।
ସିଂହ: ଆପଣଙ୍କର ସବୁ ଅଶାନ୍ତି ଦୂର ହେବ। ପଡ଼ୋଶୀ ଲୋକ ସହ ସାମାଜିକ କାର୍ଯ୍ୟ କରିବେ। ବେକାରଙ୍କୁ ରୋଜଗାର ମିଳିବାର ସମ୍ଭାବନା ଅଛି।
କନ୍ୟା: ଜୀବନ ପ୍ରତି ଦୃଷ୍ଟିକୋଣ ବଦଳାନ୍ତୁ। ସାମାଜିକ ପରିସର ବୃଦ୍ଧି ହେବ। ଓକିଲଙ୍କ ପାଇଁ ଦିନଟି ଭଲ ରହିବ। ସନ୍ଧ୍ୟାରେ ପିଲାମାନଙ୍କ ସହ ହସଖୁସିରେ ସମୟ ବିତିବ।
ତୁଳା: ଅଫିସରେ ଅଧିକ ସମୟ କାମ କଲେ ବଳକା କାମ ପୂରା ହେବ। ବନ୍ଧୁ ଘରକୁ ଯିବା ପାଇଁ ଯୋଜନା କରିପାରନ୍ତି। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।
ବିଛା: ସାମାଜିକ କାର୍ଯ୍ୟରେ ସମୟ ଦେବେ। ଇଂଜିନିୟରଙ୍କୁ ଭଲ କଂପାନିରେ ଚାକିରି ମିଳିବ। ମହିଳାମାନଙ୍କୁ ନିଜ ଲୋକଙ୍କ ବ୍ୟବହାରରେ କଷ୍ଟ ଲାଗିବ।
ଧନୁ: ତରତରରେ କୌଣସି କାମ କରନ୍ତୁ ନାହିଁ। ଅସୁବିଧାରେ ପଡ଼ି ପାରନ୍ତି। ରୋଜଗାର ଖୋଜୁଥିବା ଯୁବକଙ୍କୁ ଚାକିରି ମିଳିବ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ।
ମକର: ପୂଜାପାଠରେ ସମୟ ବିତିବ। ପ୍ରିୟତମଙ୍କ ପ୍ରେମ ଓ ସହଯୋଗ ପାଇବେ। ବେପାର ଦିଗୁଣା ବୃଦ୍ଧି ପାଇବ। ଶିକ୍ଷାର୍ଥୀଙ୍କର ଲେଖାପଢ଼ାରେ ବାଧା ଦୂର ହୋଇଯିବ।
କୁମ୍ଭ: ନାରାଜ ଥିବା ପ୍ରିୟଜନଙ୍କୁ ମନାଇବା ପାଇଁ ଉପହାର ଦେଇପାରନ୍ତି। ଚାକିରି ବଦଳାଇବା ପାଇଁ ମନସ୍ଥ କରିପାରନ୍ତି। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଭଲ ଦିନଟିଏ।
ମୀନ: ବେପାରରେ ଅଚାନକ ଧନଲାଭର ସୁଯୋଗ ମିଳିବ। ନୂଆ କାମ କରିବା ଲାଗି ରୁଚି ବଢ଼ିବ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ଫିଲ୍ମରେ ସୁଯୋଗ ମିଳିପାରେ।