ଟମାଟୋ ଶରୀର ପାଇଁ କେତେ ଲାଭଦାୟକ ବା କ୍ଷତିକାରକ

ବିଲାତି ବାଇଗଣ ଆମ ତରକାରୀର ଏକ ଅଙ୍ଗ , ଏହି କଥାକୁ କେହି ଅସ୍ୱୀକାର କରିବେ ନାହିଁ। କିଛି ଲୋକ ଟମାଟୋ ଖାଇବାକୁ ଭଲ ପାଆନ୍ତି ତ ଆଉ କେତେକ ତରକାରୀରେ ବେଶି ମାତ୍ରାରେ ତାହା ପଡ଼ିଥିଲେ ବିରକ୍ତ ହୋଇଥାନ୍ତି। ହେଲେ ଆପଣ ଜାଣନ୍ତିକି ଏହା ଆମ ଶରୀର ପାଇଁ ଭଲ ନୁହେଁ। ନିକଟରେ ଭାରତୀୟ ବୈଜ୍ଞାନିକମାନେ ଗବେଷଣାରୁ ଜାଣି ପାରିଛନ୍ତି ଯେ ଆଜିକାର ଯେଉଁ ଟମାଟୋ ବଜାରରେ ଉପଲବ୍ଧ ହେଉଛି ତାହା ରୋଗମୁକ୍ତ ନୁହେଁ। ଏଣୁ ଏହା ଭାରତୀୟ କୃଷକମାନଙ୍କ ପାଇଁ ଏକ ଚାଲେଂଜ୍‌ ହୋଇଛି।

ଅପର ପକ୍ଷରେ ଏସଂପର୍କରେ ଅନ୍ୟ ଯେଉଁ ଗବେଷଣା ହୋଇଛି ସେଥିରୁ ଜଣାଯାଇଛି ଯେ କେହି ଯଦି ଅଧିକ ବିଲାତି ବାଇଗଣ ଖାଇବାକୁ ପସନ୍ଦ କରୁଥାଆନ୍ତି ତେବେ ଏହା ତାଙ୍କ ପାଇଁ ଲାଭଜନକ । ନିକଟରେ ଏକ ଗବେଷଣାରୁ ଜଣାଯାଇଛି ଯେ ଯେଉଁ ପୁରୁଷମାନେ ମାତ୍ରାଧିକ ଟମାଟୋ ଖାଇଥାଆନ୍ତି ସେମାନଙ୍କଠାରେ ଚର୍ମ କର୍କଟ ହେବାର ଆଶଙ୍କା ହ୍ରାସ ପାଇଥାଏ । ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ଯଦି ଜଣେ ପୁରୁଷ ୩୫ ସପ୍ତାହ ପାଇଁ ନିଜ ଖାଦ୍ୟର ଦଶ ପ୍ରତି ଶତ ଟମାଟୋ ଗୁଣ୍ଡ ଖାଆନ୍ତି, ତେବେ ତାଙ୍କଠାରେ ଚର୍ମ କର୍କଟ ଓ ଟ୍ୟୁମର୍‌ ଭଳି ବ୍ୟାଧିର ଆଶଙ୍କା ୫୦ ପ୍ରତିଶତ ହ୍ରାସ ପାଇଥାଏ । ଏହା ପଛର ରହସ୍ୟ ବି ଅଜବ । ଟମାଟୋରେ ଥିବା ଖାଦ୍ୟଗୁଣ ଓ ଏହାର ରଙ୍ଗ ହିଁ ଚର୍ମକୁ ସୁରକ୍ଷିତ ରଖେ । ଏହା ଅଲ୍‌ଟ୍ରାଭାଓଲେଟ୍‌ ରଶ୍ମୀ ଦ୍ୱାରା ଚର୍ମ ଯେଉଁ ଭଳି କ୍ଷତିଗ୍ରସ୍ତ ହେବାର ଥାଏ, ତାକୁ ରୋକିଥାଏ ବୋଲି ଯୁକ୍ତରାଷ୍ଟ୍ରର ଓହିଓ ଷ୍ଟେଟ୍‌ ୟୁନିଭର୍ସିଟର ପ୍ରଫେସର ଜେସିକା କୁପରଷ୍ଟୋନ୍‌ କହିଛନ୍ତି ।

photo- cancer.in

ସେ ଆହୁରି ମଧ୍ୟ ଗବେଷଣାରୁ ସୂଚନା ଦେଇଛନ୍ତି ଯେ ଟମାଟୋ ପେଷ୍ଟ୍‍ ଖାଇବା ଫଳରେ ସନ୍‌ବର୍ଣ୍ଣ ମଧ୍ୟ ହେବାର ଆଶଙ୍କା କମିଥାଏ । ଖାଲି ସେତିକି ନୁହେଁ ନିୟମିତ ବିଲାତି ବାଇଗଣ ପାଇବା ଦ୍ୱାରା ଚର୍ମ ରୋଗର ଆଶଙ୍କା ମଧ୍ୟ କମିଯାଇଥାଏ । କୁପରଷ୍ଟୋନ୍‌ଙ୍କ ମତରେ ଖାଦ୍ୟ କୌଣସି ଔଷଧ ନୁହେଁ, କିନ୍ତୁ ସେଥିରେ ରୋଗ ପ୍ରତିରୋଧକ ଶକ୍ତି ରହିଛି ।

 

ସମ୍ବନ୍ଧିତ ଖବର