ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଜରୁରୀ କାମରେ ସଫଳତା ପାଇବେ। ନୂଆ ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ପରିବାରର ବଡ଼ଙ୍କ ଅନୁମତି ନିଅନ୍ତୁ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ।

ବୃଷ: ଅଫିସରେ ଧୈର୍ଯ୍ୟର ସହ କାମ କଲେଯାଇ ଲାଭ ହେବ। ଆପଣଙ୍କର ଉଦାର ସ୍ବଭାବ ଲୋକମାନଙ୍କୁ ଆକର୍ଷିତ କରିବ। ପାରିବାରିକ ଜୀବନ ସୁଖମୟ ହେବ।

ମିଥୁନ: ବ୍ୟବସାୟ ବୃଦ୍ଧି ପାଇଁ ନୂଆ ଉପାୟ ଭାବିବେ। ପ୍ରତିଟି ଚେଷ୍ଟାରେ ଜୀବନସାଥୀଙ୍କ ସହଯୋଗ ପାଇବେ। ଚାକିରିରେ ଦରମା ବଢ଼ିପାରେ। ବାହନ କିଣିବା ଲାଗି ମନ ହେବ।

କର୍କଟ: ଯେଉଁ କାମ ଆପଣଙ୍କ ଲାଗି ଗୁରୁତ୍ବପୂର୍ଣ୍ଣ ତାକୁ ପ୍ରଥମେ କରିବାକୁ ଚେଷ୍ଟା କରନ୍ତୁ। ସୁସମ୍ବାଦ ପାଇବେ। ଲେଖକଙ୍କ ଲାଗି ଭଲ ଦିନଟିଏ। ବିବାହିତ ନିଜ ସାଥୀଙ୍କ ଭାବନାକୁ ବୁଝନ୍ତୁ।

ସିଂହ: ବୁଦ୍ଧି ଖଟାଇ କାମ କଲେଯାଇ କାରବାର ବଢ଼ାଇପାରିବେ। ରାଜନୀତି କାର୍ଯ୍ୟରେ ରୁଚି ବଢ଼ିବ। ଛାତ୍ର କ୍ୟାରିୟରରେ ଆଗକୁ ବଢ଼ିବା ଲାଗି ଗୁରୁଙ୍କର ସାହାଯ୍ୟ ନେବେ।

କନ୍ୟା: ଅଫିସରେ କୌଣସି ମାମଲାକୁ ନେଇ ବିବାଦ ହୋଇପାରେ। ଦରକାର ବେଳେ ବନ୍ଧୁ ସାହାଯ୍ୟ କରିବେ। ଭଗବାନଙ୍କ ପ୍ରତି ଆସ୍ଥା ବଢ଼ିବ। ପ୍ରେମ ଜୀବନ ଭଲ ରହିବ।

ତୁଳା: ଦିନଟି ବ୍ୟସ୍ତତାରେ କଟିବ। ବହୁ ଦିନର ସ୍ବପ୍ନ ସାକାର ହେବ। ନିଜକୁ ଆର୍ଥିକ ରୂପେ ମଜଭୁତ ଅନୁଭବ କରିବେ। ଘରେ ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ।

ବିଛା: ଯୁବକଙ୍କୁ ରୋଜଗାରର ନୂଆ ସୁଯୋଗ ପ୍ରାପ୍ତ ହେବ। ବିବାହିତ ଜୀବନସାଥୀଙ୍କ ଉପରେ ଭରସା ବଜାୟ ରଖନ୍ତୁ। ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ କିଛି ନୂଆ ଶିଖିବାକୁ ମିଳିବ।

ଧନୁ: ଯେତେ ସକାରାତ୍ମକ ରହିବେ ସେତେ ସଫଳ ହେବେ। କାରବାର ଆଗକୁ ବଢ଼ାଇବା ପାଇଁ ଚେଷ୍ଟା କରନ୍ତୁ, ସଫଳତା ନିଶ୍ଚୟ ପାଇବେ। ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ।

ମକର: ବ୍ୟବସାୟୀ ଅନ୍ୟମାନଙ୍କୁ ସହମତ କରାଇନେବେ। କଳାକ୍ଷେତ୍ରରେ ଥିବା ଲୋକଙ୍କର ମାନ ସମ୍ମାନ ବଢ଼ିବ। ଜୀବନସାଥୀଙ୍କ ସହିତ ଜିନିଷ କିଣିବା ଲାଗି ସହରକୁ ଯିବେ।

କୁମ୍ଭ: ଚେଷ୍ଟାର ସକାରାତ୍ମକ ଫଳ ପାଇବେ। ପରିବାରରେ ଖୁସିର ପରିବେଶ ରହିବ। ଆପଣଙ୍କର ଖର୍ଚ୍ଚ ବଢ଼ିପାରେ। ପ୍ରେମିକା ନିଜର ପ୍ରେମିକଙ୍କୁ ମନର କଥା କହିବେ।

ମୀନ: ଆପଣଙ୍କ ସମ୍ମୁଖକୁ ଭଲ ସୁଯୋଗ ଆସିବ। ପର୍ଯ୍ୟଟନ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ଲାଗି ଦିନଟି ଆରାମଦାୟକ ରହିବ। କୌଣସି ବନ୍ଧୁ ମାଧ୍ୟମରେ ଧନଲାଭ ହେବ।

ସମ୍ବନ୍ଧିତ ଖବର