ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଏକତରଫା ଚିନ୍ତା ଆପଣଙ୍କୁ ଅଡୁଆରେ ପକାଇପାରେ। କୌଣସି କାମରେ ବ୍ୟସ୍ତ ରହିବେ। ଭୂସଂପତ୍ତିରେ ଲାଗି ରହିଥିବା ସମସ୍ୟାର ସମାଧାନ ବାହାରିବ।

ବୃଷ: ନିଜର ପ୍ରତିଭା ବିକଶିତ କରିବା ଲାଗି ଅବସର ପାଇବେ। ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ। ବ୍ୟବସାୟରେ ଅଧିକ ଲାଭ ପାଇବେ।

ମିଥୁନ: ମହତ ଉଦ୍ୟମରେ ସଫଳତା ପାଇବେ। ବିରୋଧୀ ଆପଣଙ୍କଠୁଁ ଦୂରତ୍ବ ବଜାୟ ରଖିବେ। ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ।

କର୍କଟ: ଲୋକମାନଙ୍କର ବିଶ୍ବାସ ଆପଣଙ୍କ ଉପରେ ଅତୁଟ ରହିବ। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ସଂପୂର୍ଣ୍ଣ କରିନିଅନ୍ତୁ। ପରିବାର ସହ ଅଧିକ ସମୟ ଅତିବାହିତ କରିବେ।

ସିଂହ: ଆପଣଙ୍କର କଳାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ। ଆର୍ଥିକ ରୂପେ ଆପଣଙ୍କର ପ୍ରଗତି ହେବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାଇପାରନ୍ତି।

କନ୍ୟା: ବ୍ୟବସାୟରେ ଉନ୍ନତି ଲାଗି ନୂଆ ମାର୍ଗ ଖୋଲିବ। ଅଜଣା ବ୍ୟକ୍ତି ଆପଣଙ୍କ କାମରେ ସାହାଯ୍ୟ କରିବେ। ବନ୍ଧୁମାନଙ୍କ ସହ ସମ୍ବନ୍ଧ ମଜଭୁତ ହେବ।

ତୁଳା: ପରିବାରରେ ଉତ୍ସାହ ବଜାୟ ରହିବ। ଆପଣଙ୍କ ପାଖକୁ ଏଭଳି କାମ ଆସିବ ଯାହା ଦ୍ବାରା ଧନଲାଭ ହେବ। ପ୍ରେମିକ ପ୍ରେମିକା ଦର୍ଶନୀୟ ସ୍ଥାନକୁ ବୁଲି ଯିବେ।

ବିଛା: ଆପଣଙ୍କ ମନ ଆଧ୍ୟାତ୍ମିକତା ପ୍ରତି ଆକର୍ଷିତ ହେବ। ସଭିଙ୍କ ସହ ପ୍ରେମପୂର୍ଣ୍ଣ ବ୍ୟବହାର କରିବେ। ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ।‌

ଧନୁ: ବୁଝିଶୁଝି ବଡ଼ ନିଷ୍ପତ୍ତି ନିଅନ୍ତୁ। କାମ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ। ମହିଳାମାନଙ୍କ ଲାଗି ଦିନଟି ମହତ୍ତ୍ବପୂର୍ଣ୍ଣ। ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ।

ମକର: ଦୀର୍ଘ ଦିନର ଅପେକ୍ଷା ପରେ ଭଲ ସୁଯୋଗ ପାଇବେ। ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ। ପ୍ରିୟଜନଙ୍କ ଠାରୁ ମନ ପସନ୍ଦର ଉପହାର ପାଇବେ।

କୁମ୍ଭ: ରାଜନେତାଙ୍କ ଲାଗି ଦିନଟି ମହତ୍ତ୍ବପୂର୍ଣ୍ଣ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଜୀବନସାଥୀଙ୍କୁ ଖୁସି ରଖିବା ଲାଗି କୌଣସି ଉପହାର ଦେବେ।

ମୀନ: ଇଷ୍ଟ‌ଦେବଙ୍କ ସ୍ମରଣରେ ମନକୁ ଶାନ୍ତି ମିଳିବ। ଅଫିସରେ ଆପଣଙ୍କୁ ବଡ଼ କାମର ଦାୟିତ୍ବ ଦିଆଯିବ। ବ୍ୟବସାୟୀ ଭଲ ଜାଗାରେ ନିବେଶ ଲାଗି ସୁଯୋଗ ପାଇବେ।

ସମ୍ବନ୍ଧିତ ଖବର