ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ନୂଆ ଅନୁଭବ ମିଳିବ। ଅଧିକାରୀଙ୍କ ସହିତ ସ୍ବତନ୍ତ୍ର ବିଷୟରେ ଆଲୋଚନା ହେବ। ଦାଂପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ।

ବୃଷ: କାମ ସହିତ ଆହ୍ବାନ ବି ଅଧିକ ହୋଇପାରେ। ଅଧିକାରୀମାନଙ୍କ ସହିତ ବ୍ୟବହାରରେ ସାବଧାନ ରଖନ୍ତୁ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ବଢ଼ିଆ ରହିବ।

ମିଥୁନ: ସଫଳତାର ନୂଆ ପାହାଚରେ ପାଦ ରଖିବେ। ଅଧିକାରୀବର୍ଗ ଆପଣଙ୍କ ଉପରେ ଖୁସି ରହିବେ। ରାଜନୀତିକ ଲୋକମାନଙ୍କ ଲାଗି ବିଦେଶଯାତ୍ରାର ସୁଯୋଗ।

କର୍କଟ: ସ୍ବଭାବ ଶାନ୍ତ ଓ ବ୍ୟବହାର ମିଷ୍ଟ ରହିବ। ଆପଣ ନୂଆ ଜିନିଷ ଶିଖିବାକୁ ଚେଷ୍ଟା କରିପାରନ୍ତି। ଜରୁରୀ ମକଦ୍ଦମା ଆପଣଙ୍କ ପକ୍ଷରେ ହୋଇପାରେ।

ସି˚ହ: ପରିଶ୍ରମ କରିବା ପାଇଁ ପ୍ରସ୍ତୁତ ରହନ୍ତୁ। ଭାଗ୍ୟ ଆପଣଙ୍କୁ ସାଥ ଦେବ। ସ୍ଥଗିତ କାମ ପୂରା ହେବ। ଘରକୁ କୌଣସି ମିତ୍ର ଆସିପାରନ୍ତି।

କନ୍ୟା: ବନ୍ଧୁମାନଙ୍କ ସହ ମିଳିତ ହୋଇ କାମ କରନ୍ତୁ; ଲାଭ ହେବ। ସୁସମ୍ବାଦ ପାଇବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧରେ ନୂତନତ୍ବ ଆସିବ।

ତୁଳା: ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ। ଆପପାଖର ଲୋକମାନଙ୍କ ସହିତ ଉଦାର ରହିବେ। ଅଫିସରେ ନୂଆ କାମର ଦାୟିତ୍ବ ପାଇବେ।

ବିଛା: ସାରାଦିନ ଆପଣ ଉତ୍ସାହିତ ରହିବେ। ସମାଜରେ ଗରିମା ବଢ଼ିବ। ସରକାରୀ ଚାକିରିଆଙ୍କୁ ଧନଲାଭ ହୋଇପାରେ।

ଧନୁ: ମନରେ ସକରାତ୍ମକ ଭାବନା ରହିବ। ବ୍ୟବସାୟ ଯୋଜନା ପ୍ରସ୍ତୁତ କରିବାରେ ବ୍ୟସ୍ତ ରହିବେ। କୌଣସି ସମାରୋହକୁ ଯାଇପାରନ୍ତି। ନୂଆ ଲୋକଙ୍କ ସହିତ ସ˚ପର୍କ ହେବ।

ମକର: ଉତ୍ସାହ ସହିତ କାମ କରିବେ। ଓକିଲଙ୍କୁ ବଡ଼ ମକଦ୍ଦମାରେ ବିଜୟ ହାସଲ ହେବ। ପ୍ରେମ ପ୍ରସଙ୍ଗରେ ସଫଳତା ପାଇବେ।

କୁମ୍ଭ: ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ଆମଦାନିର ନୂଆ ଅବସର ପାଇବେ। ସନ୍ଧ୍ୟାରେ ଘରେ ସମାରୋହ ପାଇଁ ଯୋଜନା କରିପାରନ୍ତି।

ମୀନ: ଆଧୢାତ୍ମିକ ଭାବନାରେ ସମୟ ବିତିବ। ଗୁରୁଜନଙ୍କ ପ୍ରତି ମନରେ ପ୍ରେମଭାବ ରହିବ। ବେପାରିବର୍ଗଙ୍କୁ ଧନଲାଭର ସୁଯୋଗ ମିଳିବ। ପ୍ରେମରେ ସଫଳତା ମିଳିବ।

ସମ୍ବନ୍ଧିତ ଖବର