ମେଷ: କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବେ ଚିନ୍ତା କରନ୍ତୁ। ଅନୁଭବୀଙ୍କ ମତ ନିଅନ୍ତୁ, କାର୍ଯ୍ୟରେ ସଫଳ ହେବେ। ବ୍ୟବସାୟରେ ପୁଞ୍ଜି ଲଗାଉଥିଲେ ସତର୍କ ରହନ୍ତୁ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: ଯୋଗ୍ୟତା ଅନୁସାରେ କାମ ମିଳିବ। ପୁରୁଣା ଗ୍ରାହକଙ୍କ ସହିତ ସାକ୍ଷାତ୍ ଓ ଆଲୋଚନା ହେବ। ପ୍ରେମ ସ˚ପର୍କରେ ମଧୁରତା ବୃଦ୍ଧି।
ମିଥୁନ: ବିରୋଧୀଙ୍କୁ ପରାସ୍ତ କରିବେ। ବନ୍ଧୁଙ୍କ ସହିତ ସଂପର୍କ ଭଲ ରହିବ। ଖାଦ୍ୟ-ପାନୀୟ ପ୍ରତି ସଜାଗ ରହନ୍ତୁ।
କର୍କଟ: ଆପଣଙ୍କ ଉପରେ ଭାଗ୍ୟଦେବୀ ପ୍ରସନ୍ନ ରହିବେ। ମନସ୍କାମନା ପୂରଣ ହେବ। ବ୍ୟାବସାୟିକ କାର୍ଯ୍ୟରେ ଉଚିତ ପଦକ୍ଷେପ ନେବେ। ଅଫିସରେ ସମ୍ମାନ ବଢ଼ିବ।
ସି˚ହ: ଦୁଶ୍ଚିନ୍ତା ଦୂର ହେବ। ଇଲେଟ୍ରୋନିକ୍ସ ବ୍ୟବସାୟୀଙ୍କ ପାଇଁ ଆର୍ଥିକ ଉନ୍ନତିର ସୁଯୋଗ। କୃଷି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ଧନଲାଭର ସୁଯୋଗ।
କନ୍ୟା: କାମରେ ସଫଳତା ମିଳିବ। ଅଚାନକ ଧନଲାଭ। ନୂଆ କାରବାରରେ ପୁଞ୍ଜି ନିବେଶ ପାଇଁ ବିଚାର କରିବେ। ପ୍ରେମ ସଂପର୍କ ବଢ଼ିବ।
ତୁଳା: ପରିବାର ଓ ଆର୍ଥିକ ଉନ୍ନତିରେ ଅଧିକ ଧ୍ୟାନ ରହିବ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ସାକ୍ଷାତ୍ ଓ ଆଲୋଚନା ହେବାର ସମ୍ଭାବନା। ଅଫିସରେ ସ୍ଥଗିତ କାମ ପୂରା ହେବ।
ବିଛା: ପ୍ରଭୁଙ୍କ ସ୍ମରଣରେ ମନକୁ ଶାନ୍ତି ମିଳିବ। ସମାଜ ସେବାରୁ ପ୍ରତିଷ୍ଠା ପାଇବେ। ବ୍ୟବସାୟରେ ପୁଞ୍ଜି ନିବେଶ ପାଇଁ ଦିନଟି ଉତ୍ତମ। ଦାଂପତ୍ୟ ସମ୍ବନ୍ଧରେ ମଧୁରତା ବୃଦ୍ଧି।
ଧନୁ: ଆତ୍ମସମୀକ୍ଷାରେ ସମୟ ବିତିବ। ଈଷ୍ଟଦେବଙ୍କୁ ସ୍ମରଣ କରନ୍ତୁ, ସବୁକିଛି ଠିକ୍ ହୋଇଯିବ। ବ୍ୟାବସାୟିକ ପରିସର ବୃଦ୍ଧି। ବୈବାହିକ ଜୀବନରେ ସୁଖ।
ମକର: ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେେବ। ବ୍ୟବସାୟର ନୂଆ ଗ୍ରୁପରେ ଯୋଡ଼ିବା ଲାଗି ବିଚାର କରିବେ। ପାରିବାରିକ ଜୀବନରେ ସୁଖ-ଶାନ୍ତି ବଜାୟ ରହିବ।
କୁମ୍ଭ: ପ୍ରଗତି ପଥରେ ଅଗ୍ରସର ହେବେ। ବିରୋଧୀଙ୍କ ଷଡ୍ଯନ୍ତ୍ର ବିଫଳ ହେବ। ପ୍ରେମିକ-ପ୍ରେମିକାଙ୍କ ଲାଗି ଦିନଟି ଭଲ।
ମୀନ: ବ୍ୟବସାୟରେ ଉନ୍ନତି ପାଇଁ ନୂଆ ଯୋଜନା କରିବେ। ମନର କଥା ମନରେ ରଖନ୍ତୁ, ବିଜୟୀ ହେବେ। ଭଲ ଖବର ମିଳିବାର ସମ୍ଭାବନା। ଛାତ୍ରଙ୍କୁ ସଫଳତା ମିଳିବ।