ଦାନ୍ତ ସଫା କରିବା ବ୍ୟତୀତ ଏହିସବୁ କାମରେ ଟୁଥ୍‌ପେଷ୍ଟର ବ୍ୟବହାର କରାଯାଇଥାଏ

ଟୁଥ୍‌ପେଷ୍ଟକୁ ଆମେ ପ୍ରତିଦିନ ଦାନ୍ତ ସଫା କରିବା ପାଇଁ ବ୍ୟବହାର କରିଥାଉ। ଟୁଥ୍‌ପେଷ୍ଟକୁ ଦାନ୍ତ ସଫା ବ୍ୟତୀତ ଅନ୍ୟ କାମରେ ପ୍ରୟୋଗ କରାଯାଇଥାଏ ବୋଲି ଖୁବ୍‌ ଅଳ୍ପ ଲୋକ ଜାଣିଛନ୍ତି। ତେବେ ଆସନ୍ତୁ ଜାଣିବା କେଉଁ କେଉଁ କାମରେ ଟୁଥ୍‌ପେଷ୍ଟ ବ୍ୟବହାରରେ ଆସିଥାଏ।

ଗାଡ଼ି ଯଦି କୌଣସି କାରଣରୁ ସ୍କ୍ରାଚ ହୋଇଯାଉଛି ତେବେ ଏହାକୁ ଲିଭାଇବା ପାଇଁ ଆମକୁ ସର୍ଭିସ୍‌ ସେଣ୍ଟରକୁ ଯିବାକୁ ପଡ଼ିଥାଏ। ଏହି ସ୍କାଚ୍‌କୁ ହଟାଇବା ପାଇଁ ସର୍ଭିସ୍‌ ସେଣ୍ଟର ଆମଠାରୁ ହଜାର ହଜାର ଟଙ୍କା ମଧ୍ୟ ନେଇଥାଏ। କିନ୍ତୁ ୟୁଟୁବ୍‌ରେ ନିକଟରେ ଏମିତି କିଛି ଭିଡିଓ ପୋଷ୍ଟ ହୋଇଛି। ଯେଉଁଥିରେ ଦାବି କରାଯାଉଛି କି ଟୁଥ୍‌ପେଷ୍ଟ ପ୍ରୟୋଗ ଦ୍ୱାରା ଗାଡିରୁ ସ୍କାଚ୍‌ ଦାଗ ହଟାଇ ଦିଆଯାଇଥାଏ।

ପିଲାମାନେ ଘର କାନ୍ଥରେ ଖେଳୁଖେଳୁ ବିଭିନ୍ନ ପ୍ରକାର ରଙ୍ଗ ଲଗାଇ ଦେଇଥାଆନ୍ତି। ଏହି ରଙ୍ଗକୁ ଛଡ଼ାଇବା ପାଇଁ ଟୁଥ୍‌ପେଷ୍ଟ ବ୍ୟବହାର କରାଯାଇଥାଏ। ସେହିପରି ଯଦି ଆପଣଙ୍କ ଧଳା ରଙ୍ଗର ଜୋତା ଅପରିଷ୍କାର ହୋଇଯାଉଛି କି କଳାକଳା ଦାଗ ଦେଖା ଯାଉଛି, ଏପରି କ୍ଷେତ୍ରରେ ଆପଣ ଟୁଥ୍‌ପେଷ୍ଟ ପ୍ରୟୋଗ କରି ପାରିବେ।

କେବଳ ଏତିକି ନୁହେଁ ମହିଳାମାନେ ତ୍ୱଚାରୁ ବ୍ରଣ ହଟାଇବା ପାଇଁ ଟୁଥ୍‌ପେଷ୍ଟକୁ ବ୍ୟବହାର କରିଥାଆନ୍ତି।

ସମ୍ବନ୍ଧିତ ଖବର