ରବିବାରଠାରୁ ସାରା ଦେଶରେ ଇ-ୱେ ବିଲ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଆସନ୍ତା ରବିବାର ଅର୍ଥାତ ଏପ୍ରିଲ ପହିଲାରୁ ସାରା ଦେଶରେ ଇ-ୱେ ବିଲ ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ଏହା ଅନୁଯାୟୀ ୫୦ ହଜାର ଟଙ୍କାରୁ ଅଧିକ ପରିମାଣର ମାଲ ପରିବହନ କରୁଥିବା ଟ୍ରକ ଗୁଡ଼ିକୁ ଇ-ୱେ ବିଲ ରଖିବାକୁ ହେବ । ପୂର୍ବରୁ ଏହି ବ୍ୟବସ୍ଥା ଫେବ୍ରୁଆରୀ ୧ରୁ ଆରମ୍ଭ ହୋଇଥିଲା, କିନ୍ତୁ ବୈଷୟିକ ତ୍ରୁଟି ଯୋଗୁଁ ଏହାକୁ ଏପ୍ରିଲ ୧କୁ ଘୁଞ୍ଚାଇ ଦିଆଯାଇଥିଲା । ଏହା ଦ୍ୱାରା ଟିକସ ଆଦାୟ କ୍ଷେତ୍ରରେ ସ୍ୱଚ୍ଚତା ଆସିବ ଓ ସରକାରଙ୍କ ଟିକସ ରାଜସ୍ୱ ବଢିବ ।

ସୂଚନାଯୋଗ୍ୟ ଯେ ଜିଏସଟି ଆଇନ ଅନୁସାରେ ସଡ଼କ ପଥରେ ୫୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର ମାଲ୍‌ ପରିବହନ କଲେ ଇଲେକଟ୍ରୋନିକ୍‌ େଓ୍ଵ ବିଲ୍‌ ବା ରବିବାରଠାରୁ ସାରା ଦେଶରେ ଇ-ୱେ ବିଲ ବାଧ୍ୟତାମୂଳକ ବିଲ୍‌ ଆବଶ୍ୟକ ପଡିଥାଏ । ତେବେ ଯଦି ମାଲ୍‌ ପରିବହନ ୧୦ କିଲୋମିଟରରୁ କମ ଦୂରତାରେ ହୋଇଥାଏ, ଇ-େଓ୍ଵ ବିଲ ଆବଶ୍ୟକ ପଡିବ ନାହିଁ । ଜିଏସଟି ନେଟଓ୍ଵାର୍କ ପୋର୍ଟାଲରେ ଆବଶ୍ୟକ ବ୍ୟବସାୟିକ ତଥ୍ୟ ( ମାଲ କ୍ରୟ ଓ ପରିବହନ ବାବଦରେ)ଦାଖଲ କରି ଇ-େଓ୍ଵ ବିଲ୍‌ ବାହାର କରିହେବ । ତେବେ ପୂର୍ବରୁ ଜିଏସଟି କାଉନସିଲ ନିଷ୍ପତ୍ତି ନେଇଥିଲା ଯେ ଜାନୁୟାରୀ ୧ରୁ ଏହି ବ୍ୟବସ୍ଥାକୁ ପର୍ଯ୍ୟାୟକ୍ରମେ ଆରମ୍ଭ କରି ଏପ୍ରିଲ ସୁଦ୍ଧା ସମଗ୍ର ଦେଶରେ ଲାଗୁ କରାଯିବ । କିନ୍ତୁ ଏହାର ଭିତ୍ତିଭୂମି ପ୍ରସ୍ତୁତ ହୋଇନଥିବାରୁ ଏହାକୁ ଫେବ୍ରୁଆରୀ ୧ରୁ ଲାଗୁହୋଇଥିଲା । କିନ୍ତୁ ଏହାର ଆଇଟି ସିଷ୍ଟମ କ୍ରାସ କରିଯିବାରୁ ଏହାକୁ ସ୍ଥଗିତ ରଖାଯାଇଥିଲା । ଏବେ ଆସନ୍ତା ରବିବାରଠାରୁ ଏହା ଆରମ୍ଭ ହେବାକୁ ଯାଉଛି ।

ସମ୍ବନ୍ଧିତ ଖବର