ଶୀତ ଋତୁରେ ଏସବୁ ଦିଗଉପରେ ଧ୍ୟାନ ଦିଅନ୍ତୁ

ଶୀତ ଋତୁରେ ଯଦି ଆପଣ ସୁସ୍ଥ ରହିବାକୁ ଚାହାଁନ୍ତି,ତେବେ କେତେକ ନିର୍ଦ୍ଦିଷ୍ଟ କଥା ପ୍ରତି ଧ୍ୟାନ ଦିଅନ୍ତୁ।

୧-ସନ୍ତୁଳିତ ଆହାର:- ଖାଦ୍ୟରେ ପ୍ରୋଟିନ୍‌ ,ଫାଇଭର ଓ ତରଳ ପଦାର୍ଥର ଯଥେଷ୍ଟ ଆବଶ୍ୟକ ଥାଏ। ଏଣୁ ଏସବୁ ଗୁଣ ଥିବା ଖାଦ୍ୟ ସେବନ ଉପରେ ଗୁରୁତ୍ୱ ଦିଅନ୍ତୁ।

୨- ଶୀତ ଋତୁରେ କିଛି ସମୟ ଖରାରେ ବୁଲିବା ନିହାତି ଦରକାର। କାରଣ ଶୀତ ଋତୁରେ ଭିଟାମିନ୍‌ ଡି ର ଯଥେଷ୍ଟ ଆବଶ୍ୟକତା ରହିଛି।

୩- ଘର ଭିତରେ କପଡ଼ା ଶୁଖାନ୍ତୁ ନାହିଁ। ଏପରି କରିଲେ,ସେହି ଶୁଖିଲା କପଡ଼ାକୁ ପିନ୍ଧିଲେ,ତାହା ତ୍ୱଚାର ଅନିଷ୍ଟ କରିଥାଏ। ଠିକ୍‌ ସେପରି ଆଜ୍‌ମା ଭଳି ସମସ୍ୟା ମଧ୍ୟ ଉପୁଜିପାରେ।

୪- ଶୀତ ଋତୁରେ ଅଧିକ ମାତ୍ରାରେ କୋଲ୍‌ଡ-କ୍ରିମ୍‌ ନ ଲଗାଇବା ଭଲ। ଅଧିକ କ୍ରିମ୍‌ ଲଗାଇଲେ ତ୍ୱଚାର କ୍ଷତି ହୋଇଥାଏ।

୫-  ଶୀତ ଋତୁରେ ପ୍ରତିଦିନ ବ୍ୟାୟାମ କରିବା ଉଚିତ। ଯଦି ବ୍ୟାୟାମକୁ ଆଳସ୍ୟ ହେତୁ ଛାଡି ଦିଅନ୍ତି,ତେବେ ହରମୋନ୍‌ ଅସନ୍ତୁଳନର ଶିକାର ହୋଇପାରନ୍ତି।

 

 

ସମ୍ବନ୍ଧିତ ଖବର