ପୁସ୍ତକଚର୍ଚ୍ଚାରେ ‘ଯନ୍ତ୍ରାରୂଢ଼’

ଭୁବନେଶ୍ବର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ଆଜି ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ‘ପୁସ୍ତକ ଚର୍ଚ୍ଚା’ ଅନୁଷ୍ଠିତ ହୋଇଛି। ବିଭାଗୀୟ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ନିର୍ଦେଶକ ବିଜୟ କୁମାର ନାୟକ ଯୋଗଦେଇ ସାମ୍ପ୍ରତିକ ଗଳ୍ପ, ଉପନ୍ୟାସ, କବିତା, ପ୍ରବନ୍ଧର ବିଭିନ୍ନ ଦିଗ ଉପରେ ମତ ରଖିଥିଲେ। ଏହି ଅବସରରେ ବିଶିଷ୍ଟ ଆଲୋଚକ ବୈଷ୍ଣବଚରଣ ସାମଲ ଯୋଗଦେଇ ଚନ୍ଦ୍ରଶେଖର ରଥଙ୍କ ରଚିତ କାଳଜୟୀ ଉପନ୍ୟାସ ‘ଯନ୍ତ୍ରାରୂଢ଼’ ଉପରେ ଆଲୋଚନା କରିଥିଲେ। ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦେଶିକା ଡ. ତମସାରାଣୀ ଦାସମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର